ବସ-ଟ୍ରକ ମୁହାଁମୁହିଁ ଧକ୍କା: ଚାଲିଗଲା ୪ ଜୀବନ
ଭିକାରାବାଦ,୨୦।୪: ତେଲଙ୍ଗାନାର ଭିକାରାବାଦ ଜିଲା ପାରିଗି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ବିବାହ ଉତ୍ସବରେ ଯୋଗଦେଇ ଲୋକଙ୍କୁ ଧରି ଫେରୁଥିବା ଏକ ବସ୍ ମଙ୍ଗଳବାର ଭୋରରେ ଏକ ସିମେଣ୍ଟ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ […] The post ବସ-ଟ୍ରକ ମୁହାଁମୁହିଁ ଧକ୍କା: ଚାଲିଗଲା ୪ ଜୀବନ appeared first on Dharitri Odia News.
ଭିକାରାବାଦ,୨୦।୪: ତେଲଙ୍ଗାନାର ଭିକାରାବାଦ ଜିଲା ପାରିଗି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ବିବାହ ଉତ୍ସବରେ ଯୋଗଦେଇ ଲୋକଙ୍କୁ ଧରି ଫେରୁଥିବା ଏକ ବସ୍ ମଙ୍ଗଳବାର ଭୋରରେ ଏକ ସିମେଣ୍ଟ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ହାଇଦ୍ରାବାଦର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରିଛି।
The post ବସ-ଟ୍ରକ ମୁହାଁମୁହିଁ ଧକ୍କା: ଚାଲିଗଲା ୪ ଜୀବନ appeared first on Dharitri Odia News.