ଆକ୍ସିସ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୩।୯ (ଅଭୟ ଦାଶ): ଆକ୍ସିସ ବ୍ୟାଙ୍କର ନୂତନ ଶାଖା (୪ଟି ନୂଆ ଶାଖା) ନିକଟରେ କଟକ ଜିଲାର ଚୌଦ୍ୱାର ଓ ନିଶ୍ଚିନ୍ତକୋଇଲି ଏବଂ କେନ୍ଦ୍‌ୁଝର ଜିଲାର ଚମ୍ପୁଆ ସମେତ ମୟୂରଭଞ୍ଜ ଜିଲାର ବାହାଲଦାଠାରେ ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲାର ଚୌଦ୍ୱାରଠାରେ ଆୟୋଜିତ ସ୍ବତନ୍ତ୍ର ଉଦଘାଟନୀ ଉତ୍ସବରେ ଚୌଦ୍ୱାର ଏମ୍‌ଏଲ୍‌ଏ ସୌଭିକ ବିଶ୍ୱାଳ,ଚୌଦ୍ୱାର କଲେଜ ଅଧ୍ୟକ୍ଷା (ପ୍ରିନ୍ସିପାଲ) ରଶ୍ମୀ ରାଉତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ […] The post ଆକ୍ସିସ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ appeared first on Dharitri Odia News.

ଆକ୍ସିସ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୩।୯ (ଅଭୟ ଦାଶ): ଆକ୍ସିସ ବ୍ୟାଙ୍କର ନୂତନ ଶାଖା (୪ଟି ନୂଆ ଶାଖା) ନିକଟରେ କଟକ ଜିଲାର ଚୌଦ୍ୱାର ଓ ନିଶ୍ଚିନ୍ତକୋଇଲି ଏବଂ କେନ୍ଦ୍‌ୁଝର ଜିଲାର ଚମ୍ପୁଆ ସମେତ ମୟୂରଭଞ୍ଜ ଜିଲାର ବାହାଲଦାଠାରେ ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲାର ଚୌଦ୍ୱାରଠାରେ ଆୟୋଜିତ ସ୍ବତନ୍ତ୍ର ଉଦଘାଟନୀ ଉତ୍ସବରେ ଚୌଦ୍ୱାର ଏମ୍‌ଏଲ୍‌ଏ ସୌଭିକ ବିଶ୍ୱାଳ,ଚୌଦ୍ୱାର କଲେଜ ଅଧ୍ୟକ୍ଷା (ପ୍ରିନ୍ସିପାଲ) ରଶ୍ମୀ ରାଉତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକ୍ସିସ୍‌ ବ୍ୟାଙ୍କର ଭୁବନେଶ୍ୱର ସର୍କଲ ହେଡ୍‌ ବିପ୍ଳବୀ ପଟ୍ଟନାୟକ, କ୍ଲଷ୍ଟର ହେଡ୍‌ ବିଭୁଦତ୍ତ ମିଶ୍ର, ଆକ୍ସିସ ଲାୟବିଲିଟି ସେଲ୍‌ସ ବିଭାଗର କ୍ଲଷ୍ଟର ହେଡ୍‌ ଦେବାଶିଷ ଜେନାଙ୍କ ସମେତ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତି ଥିଲେ। ଏ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର ଅଧ୍ୟକ୍ଷ ଓ ବ୍ରାଞ୍ଚ ବ୍ୟାଙ୍କିଙ୍ଗ୍‌ ବିଭାଗର ମୁଖ୍ୟ ଅର୍‌ନିକା ଦୀକ୍ଷିତ୍‌ କହିଛନ୍ତି, ଓଡିଶା ବଜାରରେ ଆମର ଏହି ନୂତନ ଶାଖାଗୁଡିକର ଉଦଘାଟନ ସହିତ ବ୍ୟାଙ୍କ ବିବିଧ ଗ୍ରାହକ ବର୍ଗଗୁଡିକ ସହ ନିଜର ସମ୍ପର୍କକୁ ସୁଦୃଢ କରିବାକୁ ଆବଶ୍ୟକ କାର୍ଯ୍ୟକ୍ରମ ଜାରି ରଖିବ ଏବଂ ସେମାନଙ୍କୁ ଏକାଧିକ ସ୍ମାର୍ଟ ଓ କଷ୍ଟମାଇଜ୍‌ଡ ଫାଇନାନ୍ସିଆଲ ସଲ୍ୟୁଶନ ପାଇଁ ସହଜ ପହଞ୍ଚ ମଧ୍ୟ ପ୍ରଦାନ କରିବ।

The post ଆକ୍ସିସ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ appeared first on Dharitri Odia News.