ମହିଳା ସମିତିର ନିଶାମୁକ୍ତ ଅଭିଯାନ: ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀ କଲେ ଶପଥ ପାଠ
ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ ): ଜେଲ ସମୟକୁ ଜୀବନର ମୂଲ୍ୟବାନ ସମୟ ଭାବି ଏହାର ସଦୁପଯୋଗ କରିବା ସାଙ୍ଗକୁ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବା ପାଇଁ ବରଗଡ଼ ଜିଲା କାରାଗାର ଅନ୍ତେବାସୀମାନେ ସୋମବାର ଶପଥ ପାଠ କରିଛନ୍ତି । ନିଶାମୁକ୍ତ ବରଗଡ଼ ଅଭିଯାନ ସ୍ବରୂପ ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ବରଗଡ଼ ଜିଲା କାରାଗାରଠାରେ ଅନ୍ତେବାସୀଙ୍କ ଗହଣରେ ଏକ ଆଲୋଚନାଚକ୍ର ସଭାପତି ହର୍ଜିନ୍ଦର୍ କୌର ଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଆଲୋଚକ […] The post ମହିଳା ସମିତିର ନିଶାମୁକ୍ତ ଅଭିଯାନ: ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀ କଲେ ଶପଥ ପାଠ appeared first on Dharitri Odia News.
ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ ): ଜେଲ ସମୟକୁ ଜୀବନର ମୂଲ୍ୟବାନ ସମୟ ଭାବି ଏହାର ସଦୁପଯୋଗ କରିବା ସାଙ୍ଗକୁ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବା ପାଇଁ ବରଗଡ଼ ଜିଲା କାରାଗାର ଅନ୍ତେବାସୀମାନେ ସୋମବାର ଶପଥ ପାଠ କରିଛନ୍ତି । ନିଶାମୁକ୍ତ ବରଗଡ଼ ଅଭିଯାନ ସ୍ବରୂପ ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ବରଗଡ଼ ଜିଲା କାରାଗାରଠାରେ ଅନ୍ତେବାସୀଙ୍କ ଗହଣରେ ଏକ ଆଲୋଚନାଚକ୍ର ସଭାପତି ହର୍ଜିନ୍ଦର୍ କୌର ଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଆଲୋଚକ ଭାବରେ ଶିକ୍ଷାବିତ୍ ସଂଗୀତା ପଣ୍ଡା ଷଡ଼ଙ୍ଗୀ ଯୋଗଦେଇ ବନ୍ଦୀମାନଙ୍କୁ ନିଶାମୁକ୍ତ ଅଭିଯାନରେ ସାମିଲ କରି ନିଶାଠୁ ଦୂରେଇ ରଖିବା, ପରିବାର ପ୍ରତି ସମର୍ପିତ ହେବା ସଙ୍ଗେ ସଙ୍ଗେ ନୂଆ ସମାଜ ଏବଂ ଦେଶ ଗଠନରେ ହାତ ବଢ଼ାଇବା ପାଇଁ ମହିଳା ସମିତିର ଏହି ଅଭିନବ ପ୍ରୋତ୍ସାହନକୁ ପ୍ରଶଂସା କରିଥିଲେ। ସମ୍ମାନିତ ବକ୍ତା ଭାବରେ ବରପାଲି ମହିଳା ସମିତିର କିରଣ ଅଗ୍ରୱାଲ ଓ ସନ୍ତୋଷ ଅଗ୍ରୱାଲ, ବରିଷ୍ଠ ଖବରଦାତା ପ୍ରସନ୍ନ କୁମାର ମିଶ୍ର, ସମାଜସେବୀ ସର୍ଦ୍ଦାର ପ୍ରିତମ ସିଂ ଅଂଶଗ୍ରହଣ କରିଥିଲେ । ଜେଲ ଅଧିକ୍ଷକ ସଲମାନ କୁଜୁର ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ଅନ୍ତେବାସୀଙ୍କ ପକ୍ଷରୁ ଅମିତ କୁମାର ଦାସ ସ୍ବରଚିତ କବିତା ପାଠ କରିଥିଲେ । ସମିତିର ମନ୍ଦାକିନୀ ପତି, ମମତା ମିଶ୍ର, ରାଧାରାଣୀ ମିଶ୍ର, ସୁଜାତା ପଣ୍ଡା ପ୍ରମୁଖ ନିଶାମୁକ୍ତ ଶୃଙ୍ଖଳ ଜୀବନଯାପନ ପାଇଁ ଆହ୍ବାନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୀତା ମିଶ୍ର, କନକ ପ୍ରଧାନ, ଶୈବାଲିନି ପଣ୍ଡା, ଜୟନ୍ତୀ ପ୍ରଧାନ, ଜୟଗୀତା ପଣ୍ଡା, ମନ୍ଦାକିନୀ ପତି, ପଦ୍ମିନୀ ପ୍ରଧାନ, ଗୀତାଞ୍ଜଳି ପାଣିଗ୍ରାହୀ, ସସ୍ମିତା ପଟ୍ଟନାୟକ, ସରିତା ଦାସ ପ୍ରମୁଖ ସାମିଲ ହୋଇଥିଲେ। ପରିଶେଷରେ ଅଞ୍ଜନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
The post ମହିଳା ସମିତିର ନିଶାମୁକ୍ତ ଅଭିଯାନ: ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀ କଲେ ଶପଥ ପାଠ appeared first on Dharitri Odia News.