କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ: ଉପକୃତ ହେବେ ୭ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର
ଭୁବନେଶ୍ୱର, ୨।୩(ଅସମାପିକା ସାହୁ)- ଅପପୁଷ୍ଟି ଦୂରୀକରଣ ପାଇଁ ‘ଘରଦୁଆରେ ପୁଷ୍ଟି ଯୋଜନା’ରେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମ ଆରମ୍ଭ ହୋଇଛି। କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିବା ବିଭାଗୀୟ ଅଧିକାରୀମାନେ ନିଜ ନିଜ ଜିଲାରେ ଚିହ୍ନଟ ହିତାଧିକାରୀଙ୍କୁ କୁକୁଡ଼ା ଚିଆଁ ବଣ୍ଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ସୁସ୍ଥ ମା’ […] The post କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ: ଉପକୃତ ହେବେ ୭ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର appeared first on Dharitri Odia News.
ଭୁବନେଶ୍ୱର, ୨।୩(ଅସମାପିକା ସାହୁ)- ଅପପୁଷ୍ଟି ଦୂରୀକରଣ ପାଇଁ ‘ଘରଦୁଆରେ ପୁଷ୍ଟି ଯୋଜନା’ରେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମ ଆରମ୍ଭ ହୋଇଛି। କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିବା ବିଭାଗୀୟ ଅଧିକାରୀମାନେ ନିଜ ନିଜ ଜିଲାରେ ଚିହ୍ନଟ ହିତାଧିକାରୀଙ୍କୁ କୁକୁଡ଼ା ଚିଆଁ ବଣ୍ଟନ କରିଥିଲେ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ସୁସ୍ଥ ମା’ ଓ ସୁସ୍ଥ ଶିଶୁର ପରିକଳ୍ପନା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ସ୍ବରୂପ ‘ଘରଦୁଆରେ ପୁଷ୍ଟି’ ଯୋଜନା ଆରମ୍ଭ କରାଯାଇଛି। ଏଥି ମଧ୍ୟରେ ଚିହ୍ନଟ ହିତାଧିକାରୀ ପରିବାରଙ୍କୁ ଫଳ ଓ ପନିପରିବା ଚାରା ବଣ୍ଟନ ଏବଂ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମ ଅନ୍ତର୍ଭୁକ୍ତ। ଏହି ଯୋଜନାରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ପ୍ରାଣୀଜ ପୁଷ୍ଟିସାର ଯୋଗାଇଦେବା ପାଇଁ କୁକୁଡ଼ା ଚିଆଁ ବଣ୍ଟନ କାରାଯାଉଛି।
ରାଜ୍ୟର ୭ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଏହି କାର୍ଯକ୍ରମରେ ଉପକୃତ ହେବେ। ପରିବାର ପ୍ରତି ୫ଟି ୨୮ଦିନିଆ କୁକୁଡ଼ା ଚିଆଁ ବିନା ମୂଲ୍ୟରେ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨୪ କୋଟି ଟଙ୍କା ବ୍ୟୟ ହେବ ଏବଂ ଏଥିରୁ ଦୈନିକ ପ୍ରାୟ ୪ ଲକ୍ଷ ୫୦ ହଜାର ଅଣ୍ଡା ଓ ବର୍ଷକୁ ପ୍ରାୟ ୧୬ କୋଟି ଅଣ୍ଡା ଉତ୍ପାଦନ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।
The post କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ: ଉପକୃତ ହେବେ ୭ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର appeared first on Dharitri Odia News.