ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ମିଳିବ କ୍ଷୀର: ମନ୍ତ୍ରୀଙ୍କ ବଡ଼ ସୂଚନା
ଭୁବନେଶ୍ୱର,୧୪।୧: ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରାଯାଉଛି। ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ୨୦୦ ଏମଏଲ ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ଯୋଜନା ହେଉଛି। ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ ୨୦୦ ଏମ୍ଏଲ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ […] The post ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ମିଳିବ କ୍ଷୀର: ମନ୍ତ୍ରୀଙ୍କ ବଡ଼ ସୂଚନା appeared first on Dharitri Odia News.
ଭୁବନେଶ୍ୱର,୧୪।୧: ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରାଯାଉଛି। ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ୨୦୦ ଏମଏଲ ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ଯୋଜନା ହେଉଛି। ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ ୨୦୦ ଏମ୍ଏଲ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହାସହ ମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ। ଗୋକୁଳ ଯୋଜନାରେ ୩ ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରାୟ ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ରିହାତିରେ ୨ଟି ଗାଈ ଲୋକଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି।
ସୁଚନାଯୋଗ୍ୟ, ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
The post ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ମିଳିବ କ୍ଷୀର: ମନ୍ତ୍ରୀଙ୍କ ବଡ଼ ସୂଚନା appeared first on Dharitri Odia News.