କଂଗ୍ରେସକୁ ଭାଜପାର ବଡ଼ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୩୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପରେ ଇଭିଏମ ସମ୍ବନ୍ଧୀୟ ରାଜନୀତି ଅଧିକ ତୀବ୍ର ହୋଇଛି। ଶନିବାର (ନଭେମ୍ବର ୩୦, ୨୦୨୪) ଭାଜପା ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ କଟାକ୍ଷ କରି କହିଛି, ଦେଶର ସର୍ବ ପୁରାତନ ଦଳର ସମସ୍ତ ମୁଖ୍ୟମନ୍ତ୍ରୀ ତଥା ନିର୍ବାଚିତ ପ୍ରତିନିଧୀମାନେ ପ୍ରଥମେ ଇସ୍ତଫା ଦିଅନ୍ତୁ। ସର୍ବପ୍ରଥମେ ରାହୁଲ ଗାନ୍ଧୀ ଇସ୍ତଫା ଦିଅନ୍ତୁ ଏବଂ ଘୋଷଣା କରିବେ ଯେ ବାଲାଟ ପେପର ଆସିବା ପରେ ହିଁ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା […] The post କଂଗ୍ରେସକୁ ଭାଜପାର ବଡ଼ ଚ୍ୟାଲେଞ୍ଜ appeared first on Dharitri Odia News.
ନୂଆଦିଲ୍ଲୀ,୩୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପରେ ଇଭିଏମ ସମ୍ବନ୍ଧୀୟ ରାଜନୀତି ଅଧିକ ତୀବ୍ର ହୋଇଛି। ଶନିବାର (ନଭେମ୍ବର ୩୦, ୨୦୨୪) ଭାଜପା ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ କଟାକ୍ଷ କରି କହିଛି, ଦେଶର ସର୍ବ ପୁରାତନ ଦଳର ସମସ୍ତ ମୁଖ୍ୟମନ୍ତ୍ରୀ ତଥା ନିର୍ବାଚିତ ପ୍ରତିନିଧୀମାନେ ପ୍ରଥମେ ଇସ୍ତଫା ଦିଅନ୍ତୁ। ସର୍ବପ୍ରଥମେ ରାହୁଲ ଗାନ୍ଧୀ ଇସ୍ତଫା ଦିଅନ୍ତୁ ଏବଂ ଘୋଷଣା କରିବେ ଯେ ବାଲାଟ ପେପର ଆସିବା ପରେ ହିଁ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଯଦି କଂଗ୍ରେସ ନେତାମାନେ ଇସ୍ତଫା ଦିଅନ୍ତି, ତେବେ ଏହା ସେମାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗକୁ ପ୍ରତିଫଳିତ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସର ଅଭିଯୋଗ ଖାଲି ଶବ୍ଦ ଛଡା ଆଉ କିଛି ନୁହେଁ। କେବଳ ଏତିକି ନୁହେଁ ଭାଟିଆ ମଧ୍ୟ କଂଗ୍ରେସକୁ ଏହି ପ୍ରସଙ୍ଗରେ କୋର୍ଟ ଯିବାକୁ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାର ସ୍ବଚ୍ଛତା ଏବଂ ଇଲେକ୍ଟୋରାଲ ଭୋଟିଂ ମେଶନର ସଚ୍ଚୋଟତା ଉପରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ଅନେକ ଥର କ୍ଲିନ ଚିଟ୍ ଦେଇଛନ୍ତି।
ଭାଜପା ମୁଖପାତ୍ର କହିଛନ୍ତି, କଂଗ୍ରେସ ମୁଖ୍ୟମନ୍ତ୍ରୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଇସ୍ତଫା ଦେବା ଉଚିତ କାରଣ ସେମାନେ ସମାନ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚିତ ହୋଇଛନ୍ତି ଯାହାକୁ ନେଇ ବିରୋଧୀ ଦଳ ପ୍ରଶ୍ନ କରୁଛନ୍ତି। ଏହା ଏକ ବିଡମ୍ବନାର ବିଷୟ ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ସେହି ଦିନ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେରଳର ୱାୟାନାଡରୁ ନବ ନିର୍ବାଚିତ ଏମପି ଭାବରେ ଶପଥ ଗ୍ରହଣ କରିଥିଲେ। ଭାଟିଆ କହିଛନ୍ତି ଯେ ଖୁବ ଶୀଘ୍ର କଂଗ୍ରେସ ଇତିହାସ ପୁସ୍ତକରେ ସୀମିତ ରହିବ।
The post କଂଗ୍ରେସକୁ ଭାଜପାର ବଡ଼ ଚ୍ୟାଲେଞ୍ଜ appeared first on Dharitri Odia News.