SBI ଓ PNB ସହ ନେଣଦେଣ ବନ୍ଦ କଲେ ସରକାର

ଏସବିଆଇ ଓ ପିଏନବିରେ ବିଭାଗଗୁଡ଼ିକର ଥିବା ସମସ୍ତ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରିବା ସହ ସମସସ୍ତ ପ୍ରକାରର ଜମା ତୁରନ୍ତ ପ୍ରତ୍ୟାହାର କରିବାକୁ ଅର୍ଥ ବିଭାଗ କହିଛି।

SBI ଓ PNB ସହ ନେଣଦେଣ ବନ୍ଦ କଲେ ସରକାର

ସରକାରୀ ଆକାଉଣ୍ଟରୁ ପାଣ୍ଠି ହେରଫେର କରୁଥିବା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକା ସରକାର। ଆଜି ସରକାର ଏସ୍‌ବିଆଇ ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି) ସହ ସବୁ ପ୍ରକାରର ନେଣଦେଣ ବନ୍ଦ କରି ଦେଇଛନ୍ତି। ଉଭୟ ଏସବିଆଇ ଓ ପିଏନବି ହେଉଛନ୍ତି ରାଷ୍ଟ୍ରାୟାତ୍ତ ବ୍ୟାଙ୍କ। ଏହି ଦୁଇ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିବ।

କର୍ଣ୍ଣାଟଙ୍କା ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଏନେଇ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଏସବିଆଇ ଓ ପିଏନବିରେ ବିଭାଗଗୁଡ଼ିକର ଥିବା ସମସ୍ତ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରିବା ସହ ସମସସ୍ତ ପ୍ରକାରର ଜମା ତୁରନ୍ତ ପ୍ରତ୍ୟାହାର କରିବାକୁ ଅର୍ଥ ବିଭାଗ କହିଛି।

ନିର୍ଦ୍ଦେଶନାମାରେ କୁହାଯାଇଛି, ଏସବିଆଇ ଓ ପିଏନବିରେ ଥିବା ରାଜ୍ୟ ସରକାରଙ୍କ ବିଭାଗ, ପବ୍ଲିକ ଏଣ୍ଟରପ୍ରାଇଜେସ, କର୍ପୋରେସନ, ଲୋକାଲ ବଡିଜ, ବିଶ୍ୱବିଦ୍ୟାୟଳ ଓ ଅନ୍ୟ ସମସ୍ତ ପ୍ରତିଷ୍ଠାନ ଗୁଡ଼ିକର ଆକାଉଣ୍ଟକୁ ତୁରନ୍ତ ବନ୍ଦ କରାଯାଉ। ଏହି ଦୁଇ ବ୍ୟାଙ୍କରେ ଆଗକୁ କୌଣସି ପ୍ରକାରର ଜମା ଓ ନିବେଶ କରାଯିବ ନାହିଁ। ଯଦି ଏହି ଦୁଇ ବ୍ୟାଙ୍କରେ କୌଣସି ଟଙ୍କା ରହିଛି, ତା’ହେଲେ ସେଗୁଡ଼ିକୁ ତୁରନ୍ତ ଉଠାଇ ନିଆଯାଉ।

କଂଗ୍ରେସରେ କ୍ଷମତାସୀନ କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟରେ କର୍ଣ୍ଣାଟକା ମହର୍ଷି ବାଲ୍ମିକୀ ସେଡ୍ୟୁଲ ଟ୍ରାଇବ ଡେଭଲପମେଣ୍ଟ କର୍ପୋରେସନ ଲିଃରୁ ବେଆଇନ ଟଙ୍କା ନେଣଦେଣକୁ ନେଇ ବିବାଦ ଲାଗି ରହିଛି।

କର୍ପୋରେସନର ଆକାଉଣ୍ଟ ଦୁଇଟି ବ୍ୟାଙ୍କ ମଧ୍ୟରୁ ଗୋଟିଏରେ ରହିଥିବା ଜଣାପଡ଼ିଛି। ବ୍ୟାଙ୍କ ଦ୍ୱାରା ହେରଫେର କରାଯାଇଥିବା ଆଶଙ୍କାରେ କଂଗ୍ରେସ ସରକାର ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।