ଇମ୍ରାନ୍‌ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ

ଇସଲାମାବାଦ,୩୧।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ତୋଶାଖାନା ମାମଲାରେ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟଙ୍କ ପତ୍ନୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବୁଧବାର ସକାଳେ ନ୍ୟୁଜ ଚ୍ୟାନେଲ “ଜିଓ ନ୍ୟୁଜ” ର ରିପୋର୍ଟରେ ଏହା ନିଶ୍ଚିତ ହୋଇଛି। ଏହା ସହିତ କୋର୍ଟ ଉଭୟଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପଦବୀରେ ପୁନଃସ୍ଥାପିତ ହେବାକୁ ବାରଣ କରିଛନ୍ତି। କୋର୍ଟ ସେମାନଙ୍କ ଉପରେ ୭୮.୭ […] The post ଇମ୍ରାନ୍‌ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ appeared first on Dharitri Odia News.

ଇମ୍ରାନ୍‌ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ

ଇସଲାମାବାଦ,୩୧।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ତୋଶାଖାନା ମାମଲାରେ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟଙ୍କ ପତ୍ନୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବୁଧବାର ସକାଳେ ନ୍ୟୁଜ ଚ୍ୟାନେଲ “ଜିଓ ନ୍ୟୁଜ” ର ରିପୋର୍ଟରେ ଏହା ନିଶ୍ଚିତ ହୋଇଛି। ଏହା ସହିତ କୋର୍ଟ ଉଭୟଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପଦବୀରେ ପୁନଃସ୍ଥାପିତ ହେବାକୁ ବାରଣ କରିଛନ୍ତି। କୋର୍ଟ ସେମାନଙ୍କ ଉପରେ ୭୮.୭ କୋଟି ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ବୁଶ୍ରା ବିବି ଆଜି କୋର୍ଟରେ ହାଜର ହୋଇନାହାଁନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ଇମ୍ରାନ ଖାନଙ୍କୁ ଦେଶର ଗୋପନୀୟ ଦଲିଲ ଅନ୍ୟମାନଙ୍କୁ ଦେଇଥିବାରୁ ତାଙ୍କୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

The post ଇମ୍ରାନ୍‌ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ appeared first on Dharitri Odia News.