କମିଶନରେଟ୍ ପୋଲିସକୁ ବଡ଼ ସଫଳତା, କଟକରୁ ୫ ଲୁଟେରା ଗିରଫ

କଟକ: କଟକ ସହର ଏବଂ ଆଖପାଖ ଅଞ୍ଚଳରୁ ଲୁଟ୍ କରୁଥିବା ପାଞ୍ଚ ଜଣିଆ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଛି କମିଶନରେଟ୍ ପୋଲିସ । ମାଲଗୋଦାମ ଥାନା ପୋଲିସ ତିନି ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଜଗତପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ମୋବାଇଲ ଫୋନ ଓ ଲୁହା ରଡ୍ ଜବତ କରିଛି ପୋଲିସ ।କଟକରେ ନିକଟରେ ଘଟିଥିବା ଦୁଇଟି ଲୁଟ୍ ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ   । ଘରୁ ଝରକା ତାଡି ଲୁଟ କରୁଥିବା ଏହି ଗ୍ୟାଙ୍ଗୁକୁ ଧରିବାରେ ସଫଳ ହୋଇଛନ୍ତି ମାଲଗୋଦାମ ଥାନା ପୋଲିସ ଓ ଜଗତପୁର ଥାନା ପୋଲିସ । ଗତ ୧୯ ତାରିଖ ଶିଖରପୁର ଉପର ସାହିର ଜଣେ ବ୍ୟକ୍ତି ଘରେ ନଥିବା ବେଳେ ତାଙ୍କ ଝରକା ତାଡି କେହି ଲୁଟ୍ କରିଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମାଲଗୋଦାମ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ସେହି ଶିଖରପୁର ଅଞ୍ଚଳର ତିନି ଜଣ ଯୁବକ ଏହି ଲୁଟ୍‌ରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା । ପରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମାଲଗୋଦାମ ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ଚାରୋଟି ମୋବାଇଲ ଫୋନ୍ ଆଉ ଲୁଟ୍‌ରେ ବ୍ୟବହୃତ୍ ରଡ୍‌କୁ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅତିରିକ୍ତ ଡିସିପି ।ସେହିଭଳି ଜଗତପୁର ଗୋଲେଇ ଛକରୁ ମଧ୍ୟ ଜଣଙ୍କ ଘରୁ ଲୁଟ୍ ହୋ

କମିଶନରେଟ୍ ପୋଲିସକୁ ବଡ଼ ସଫଳତା, କଟକରୁ ୫ ଲୁଟେରା ଗିରଫ

କଟକ: କଟକ ସହର ଏବଂ ଆଖପାଖ ଅଞ୍ଚଳରୁ ଲୁଟ୍ କରୁଥିବା ପାଞ୍ଚ ଜଣିଆ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଛି କମିଶନରେଟ୍ ପୋଲିସ । ମାଲଗୋଦାମ ଥାନା ପୋଲିସ ତିନି ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଜଗତପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ମୋବାଇଲ ଫୋନ ଓ ଲୁହା ରଡ୍ ଜବତ କରିଛି ପୋଲିସ ।

କଟକରେ ନିକଟରେ ଘଟିଥିବା ଦୁଇଟି ଲୁଟ୍ ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ   । ଘରୁ ଝରକା ତାଡି ଲୁଟ କରୁଥିବା ଏହି ଗ୍ୟାଙ୍ଗୁକୁ ଧରିବାରେ ସଫଳ ହୋଇଛନ୍ତି ମାଲଗୋଦାମ ଥାନା ପୋଲିସ ଓ ଜଗତପୁର ଥାନା ପୋଲିସ । ଗତ ୧୯ ତାରିଖ ଶିଖରପୁର ଉପର ସାହିର ଜଣେ ବ୍ୟକ୍ତି ଘରେ ନଥିବା ବେଳେ ତାଙ୍କ ଝରକା ତାଡି କେହି ଲୁଟ୍ କରିଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମାଲଗୋଦାମ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ସେହି ଶିଖରପୁର ଅଞ୍ଚଳର ତିନି ଜଣ ଯୁବକ ଏହି ଲୁଟ୍‌ରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା । ପରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମାଲଗୋଦାମ ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ଚାରୋଟି ମୋବାଇଲ ଫୋନ୍ ଆଉ ଲୁଟ୍‌ରେ ବ୍ୟବହୃତ୍ ରଡ୍‌କୁ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅତିରିକ୍ତ ଡିସିପି ।

ସେହିଭଳି ଜଗତପୁର ଗୋଲେଇ ଛକରୁ ମଧ୍ୟ ଜଣଙ୍କ ଘରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ଜଗତପୁର ଥାନା ପୋଲିସ ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଆଧାରରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ାର କୌଳାସ ଚନ୍ଦ୍ର ସ୍ୱାଇଁ ଓ ଜଗତପୁର ପିର ବଜାରର ମହମ୍ମଦ ରହିମ । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ଟଙ୍କା ସହ ପାଞ୍ଚଟି ମୋବାଇଲ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମାମଲା ରହିଥିବା ବେଳେ ଆବଶ୍ୟକ ପଡିଲେ ତିନିଜଣଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ ସୂଚନା ଦେଇଛି ।