ସ୍ପେସ୍ ଷ୍ଟେସନରେ କ'ଣ ଟଏଲେଟ୍ ଅଛି; ମଳ ଏବଂ ମୁତ୍ର ତ୍ୟାଗ କିପରି କରନ୍ତି ମହାକାଶଚାରୀ ?
ନୂଆଦିଲ୍ଲୀ: ସ୍ପେସ୍ ଷ୍ଟେସନରେ ମହାକାଶଚାରୀ କିପରି ଯାଆନ୍ତି ଶୋଚାଳୟ ? ଭୂ-ପୃଷ୍ଠ ଭଳି ସ୍ପେସ୍ ଷ୍ଟେସନରେ କ’ଣ ଶୌଚାଳୟ ରହିଛି ? ପୃଥିବୀ ପୃଷ୍ଠରେ ଥିବା ପାଇଖାନା ଭଳି ନା ଅନ୍ୟ କିପରି ଦେଖାଯାଏ ? ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ଏଭଳି ପ୍ରଶ୍ନର ଉତ୍ତର ଏହି ଖବରରେ ରହିଛି । ସାଧାରଣତଃ ସ୍ପେସ୍ ଷ୍ଟେସନରେ ଥିବା ଟଏଲେଟ୍ ଭୂ-ପୃଷ୍ଠରେ ଥିବା ଶୌଚାଳୟ ଭଳି ଦେଖାଯାଇଥାଏ । ହେଲେ ଏହାର ଡିଜାଇନ୍ ଭିନ୍ନ ପ୍ରକାର । ଏହା ଏକ ସ୍ବତନ୍ତ୍ର ଧରଣର ଶୌଚଳାୟ କହିଲେ ଭୁଲ୍ ହେବ ନାହିଁ । କହିବାକୁ ଗଲେ, ସ୍ପେସ୍ ଷ୍ଟେସନରେ ଭାକ୍ୟୁମ୍ ଟ୍ୟୁବ୍ ଟଏଲେଟ୍ ହୋଇଥାଏ । ସରଳ ଭାଷାରେ ବୁଝିବାକୁ ଗଲେ, ଆପଣଙ୍କ ଶରୀରରୁ ବାହାରୁଥିବା ମଳକୁ ବାୟୁ ଚାପ ମାଧ୍ୟମରେ ଟାଣି ବାହାରକୁ କରିଥାଏ ଏବଂ ଟାଙ୍କିରେ ପକାଇଥାଏ । ମଳ ତ୍ୟାଗ କରିବା ଭଳି ଆଷ୍ଟ୍ରେନଟ୍ସ ପରିଶ୍ରା କରିବା ପାଇଁ ଏକ ସ୍ବତନ୍ତ୍ର ଧରଣର ଭାକ୍ୟୁମ୍ ପ୍ରେସର ପାଇପ୍ ମଧ୍ୟ ରହିଥାଏ । ଏହା ଦ୍ବାରା ସେମାନେ ସ୍ପେସ୍ ଷ୍ଟେସନରେ ପରିଶ୍ରା କରିଥାନ୍ତି । ମହାକାଶଚାରୀଙ୍କୁ ପରିଶ୍ରା ଲାଗିବା କ୍ଷଣି ସେମାନେ ଏକ ପ୍ରକାର ବୋଲତ ଭଳି ଦେଖାଯାଉଥିବା ଭାକ୍ୟୁମ୍ ପାଇପକୁ ବ୍ୟବହାର କରିଥାନ୍ତି । ଏହା ମଧ୍ୟ ଏୟାର ପ୍ରେସର ମାଧ୍ୟମରେ ଚାଲୁଥାଏ । ପରିଶ୍ରାକୁ ଟାଣିରେ ଟାଙ୍କିରେ ପକାଇଥାଏ । ଅନ୍ୟପଟେ ସ୍ପେସ୍ ଷ୍ଟେସନରେ ପରିଶ୍ରାକୁ ରି-ସାଇକେଲ୍ କରି ପାନୀୟ ଜଳ ଭାବେ ବ୍ୟବହାର କରାଯାଇଥା
ନୂଆଦିଲ୍ଲୀ: ସ୍ପେସ୍ ଷ୍ଟେସନରେ ମହାକାଶଚାରୀ କିପରି ଯାଆନ୍ତି ଶୋଚାଳୟ ? ଭୂ-ପୃଷ୍ଠ ଭଳି ସ୍ପେସ୍ ଷ୍ଟେସନରେ କ’ଣ ଶୌଚାଳୟ ରହିଛି ? ପୃଥିବୀ ପୃଷ୍ଠରେ ଥିବା ପାଇଖାନା ଭଳି ନା ଅନ୍ୟ କିପରି ଦେଖାଯାଏ ? ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ଏଭଳି ପ୍ରଶ୍ନର ଉତ୍ତର ଏହି ଖବରରେ ରହିଛି । ସାଧାରଣତଃ ସ୍ପେସ୍ ଷ୍ଟେସନରେ ଥିବା ଟଏଲେଟ୍ ଭୂ-ପୃଷ୍ଠରେ ଥିବା ଶୌଚାଳୟ ଭଳି ଦେଖାଯାଇଥାଏ । ହେଲେ ଏହାର ଡିଜାଇନ୍ ଭିନ୍ନ ପ୍ରକାର । ଏହା ଏକ ସ୍ବତନ୍ତ୍ର ଧରଣର ଶୌଚଳାୟ କହିଲେ ଭୁଲ୍ ହେବ ନାହିଁ । କହିବାକୁ ଗଲେ, ସ୍ପେସ୍ ଷ୍ଟେସନରେ ଭାକ୍ୟୁମ୍ ଟ୍ୟୁବ୍ ଟଏଲେଟ୍ ହୋଇଥାଏ । ସରଳ ଭାଷାରେ ବୁଝିବାକୁ ଗଲେ, ଆପଣଙ୍କ ଶରୀରରୁ ବାହାରୁଥିବା ମଳକୁ ବାୟୁ ଚାପ ମାଧ୍ୟମରେ ଟାଣି ବାହାରକୁ କରିଥାଏ ଏବଂ ଟାଙ୍କିରେ ପକାଇଥାଏ ।
ମଳ ତ୍ୟାଗ କରିବା ଭଳି ଆଷ୍ଟ୍ରେନଟ୍ସ ପରିଶ୍ରା କରିବା ପାଇଁ ଏକ ସ୍ବତନ୍ତ୍ର ଧରଣର ଭାକ୍ୟୁମ୍ ପ୍ରେସର ପାଇପ୍ ମଧ୍ୟ ରହିଥାଏ । ଏହା ଦ୍ବାରା ସେମାନେ ସ୍ପେସ୍ ଷ୍ଟେସନରେ ପରିଶ୍ରା କରିଥାନ୍ତି । ମହାକାଶଚାରୀଙ୍କୁ ପରିଶ୍ରା ଲାଗିବା କ୍ଷଣି ସେମାନେ ଏକ ପ୍ରକାର ବୋଲତ ଭଳି ଦେଖାଯାଉଥିବା ଭାକ୍ୟୁମ୍ ପାଇପକୁ ବ୍ୟବହାର କରିଥାନ୍ତି । ଏହା ମଧ୍ୟ ଏୟାର ପ୍ରେସର ମାଧ୍ୟମରେ ଚାଲୁଥାଏ । ପରିଶ୍ରାକୁ ଟାଣିରେ ଟାଙ୍କିରେ ପକାଇଥାଏ । ଅନ୍ୟପଟେ ସ୍ପେସ୍ ଷ୍ଟେସନରେ ପରିଶ୍ରାକୁ ରି-ସାଇକେଲ୍ କରି ପାନୀୟ ଜଳ ଭାବେ ବ୍ୟବହାର କରାଯାଇଥାଏ । ନାସାର ଜଣେ ବୈଜ୍ଞନିକ କହିଛନ୍ତି, ସ୍ପେସ୍ ଷ୍ଟେସନରେ ପ୍ରାୟ ୯୦ ପ୍ରତିଶତ ରି-ସେଇକେଲ୍ ପାଣି ବ୍ୟବହାର ହୋଇଥାଏ ।
୧୯୬୧ ଏପ୍ରିଲ୍ ୧୨ରେ ଋଷିଆ ମହାକାଶଚାରୀ ୟୁରି ଗୁଗାରିନଙ୍କୁ ପ୍ରଥମ ଥର ପାଇଁ ସ୍ପେସ୍ ପଠାଇଯାଇଥିଲା । ସକାଳ ୯.୦୭ ମିନିଟରେ ସ୍ପେସକ୍ରାଫ୍ଟ ଭୋଷ୍ଟକ୍-୧ ଲଞ୍ଚ ହୋଇଥିଲା । ୧ ଘଣ୍ଟା ୨୯ ମିନିଟ ଭିତରେ ପୃଥିବୀର କକ୍ଷ ପଥରେ ପଞ୍ଚି ୧୦.୫୫ ମିନିଟରେ ସେଠାରୁ ସୁରକ୍ଷିତ ଭାବେ ସୋଭିଏତ୍ ୟୁନିୟନକୁ ଫେରିଆସିଥିଲେ । ଏହି ସମୟରେ ସେ ଟଏଲେଟ୍ ଯିବାକୁ ଅନୁଭବ କରିନଥିଲେ । ମାତ୍ର ଆମେରିକା ମହାକାଶଚାରୀ ଏଲନ୍ ସୋଫର୍ଡ ଏତେ ସୌଭାଗ୍ୟଶାଳୀ ନଥିଲେ । ଏଲନଙ୍କ ମିଶନ ମହାକାଶରେ ଅଧିକ ସମୟ ଧରି ଚାଲିଥିଲା । ଯାହା ତାଙ୍କ ପାଇଁ ଘାତକ ସାଜିଥିଲା । ତାଙ୍କୁ ଏହି ସମୟରେ ଟଏଲେଟ୍ ଲାଗିଥିଲା । ଏହାକୁ ନେଇ ଭୂ-ପୃଷ୍ଠରେ ଥିବା ବୈଜ୍ଞାନିକ ଟିମ୍ ସୂଚୀତ କରିଥିଲେ । ଟିମ୍ ତାଙ୍କୁ ସ୍ପେସ୍ ସୁଟରେ ଟଏଲେଟ୍ କରିବାକୁ ପରାମର୍ଶ ଦେଇଥିଲେ । ଏଲନ ଏଭଳି କରିବା ପରେ ତୁରନ୍ତ ସଟସର୍କିଟ୍ ହୋଇଥିଲା । କାରଣ ସ୍ପେସ୍ ସୁଟରେ ମୁତ୍ର ସଂଗ୍ରହ ପ୍ରଣାଳୀ ନଥିଲା । ଆମେରିକା ନିଜର ପରବର୍ତ୍ତୀ ସ୍ପେସ୍ ମିଶନରେ ମୁତ୍ର ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହା ପରେ ମହାକାଶଚାରୀଙ୍କ ପାଇଁ ସ୍ପେସ୍ ଷ୍ଟେସନରେ ସ୍ବତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରାଯାଇଥିଲା । ସେବେ ଠାରୁ ବୈଜ୍ଞନିକମାନେ ଭାକ୍ୟୁମ୍ ଟ୍ୟୁବ୍ ମାଧ୍ୟମରେ ମଳ ଏବଂ ମୁତ୍ର ତ୍ୟାଗ କରିଥାନ୍ତି ...