IPL 2024: ପୋରେଲଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବକୁ ୧୭୫ ରନ ଟାର୍ଗେଟ୍ ଦେଲା ଦିଲ୍ଲୀ

ଚଣ୍ଡିଗଡ଼: ଶୀର୍ଷ କ୍ରମ ବ୍ୟାଟର ଓ ଅଭିଷେକ ପୋରେଲଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଚଣ୍ଡିଗଡ଼ର ନବ ନିର୍ମିତ ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲ ୨୦୨୪ର ଦ୍ଵିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଲଢୁଆ ସ୍କୋର କରିଛି। ପ୍ରଥମେ ବ୍ୟାଟିଂ କରି ଦଳ ୯ ଓ୍ଵିକେଟ୍ ହରାଇ ୧୭୪ ରନ କରିଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ସମ୍ମୁଖରେ ୧୭୫ ରନର ବିଜୟ ଲକ୍ଷ୍ୟ ରହିଛି। ଦିଲ୍ଲୀ ପକ୍ଷରୁ ଅଭିଷେକ ପୋରେଲଙ୍କ ୧୦ ବଲ୍‌ରୁ ୩୨ ରନର ବିସ୍ଫୋରକ ଇନିଂସ ଯୋଗୁଁ ଦିଲ୍ଲୀ ଏହି ସ୍କୋରରେ ପହଞ୍ଚି ପାରିଛି। ଶେଷ ଓଭରରେ ପୋରେଲ ୨୫ ରନ ସଂଗ୍ରହ କରିଥିଲେ। ସାଇ ହୋପ୍‌ ୩୩ ରନ କରିଥିବା ବେଳେ ଡେଭିଡ୍ ଓ୍ଵାର୍ଣ୍ଣର ୨୯ ରନ କରିଛନ୍ତି। ଦିଲ୍ଲୀ ପକ୍ଷରୁ ଅର୍ଶଦୀପ ସିଂ ଓ ହର୍ଷଲ ପଟେଲ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀର ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ମିଚେଲ୍ ମାର୍ଶ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ୩.୨ ଓଭରରେ ୩୯ ରନ ଯୋଡ଼ିଥିଲେ। ମାର୍ଶ ୧୨ ବଲ୍‌ରୁ ୨୦ ରନ କରି ଆଉଟ୍ ହୋଇଥିଲେ। ଓ୍ଵାର୍ଣ୍ଣର ୨୧ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୨୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଏହା ପରେ ଦିଲ୍ଲୀ ନିୟମିତ ଓ୍ଵିକେଟ୍ ହରାଇବାରୁ ଦଳ ରନ ଗତି ଧିମେଇ ଯାଇଥିଲା। ମଧ୍ୟ କ୍ରମରେ ସାଇ ହୋପ୍ ୩୩ ରନ କରିଥିଲେ। ଦେଢ ବର୍ଷ ପରେ କ୍ରିକେଟ୍ ମଇଦାନକୁ ଓହ୍ଲାଇଥି

IPL 2024: ପୋରେଲଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବକୁ ୧୭୫ ରନ ଟାର୍ଗେଟ୍ ଦେଲା ଦିଲ୍ଲୀ

ଚଣ୍ଡିଗଡ଼: ଶୀର୍ଷ କ୍ରମ ବ୍ୟାଟର ଓ ଅଭିଷେକ ପୋରେଲଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଚଣ୍ଡିଗଡ଼ର ନବ ନିର୍ମିତ ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲ ୨୦୨୪ର ଦ୍ଵିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଲଢୁଆ ସ୍କୋର କରିଛି। ପ୍ରଥମେ ବ୍ୟାଟିଂ କରି ଦଳ ୯ ଓ୍ଵିକେଟ୍ ହରାଇ ୧୭୪ ରନ କରିଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ସମ୍ମୁଖରେ ୧୭୫ ରନର ବିଜୟ ଲକ୍ଷ୍ୟ ରହିଛି। ଦିଲ୍ଲୀ ପକ୍ଷରୁ ଅଭିଷେକ ପୋରେଲଙ୍କ ୧୦ ବଲ୍‌ରୁ ୩୨ ରନର ବିସ୍ଫୋରକ ଇନିଂସ ଯୋଗୁଁ ଦିଲ୍ଲୀ ଏହି ସ୍କୋରରେ ପହଞ୍ଚି ପାରିଛି। ଶେଷ ଓଭରରେ ପୋରେଲ ୨୫ ରନ ସଂଗ୍ରହ କରିଥିଲେ। ସାଇ ହୋପ୍‌ ୩୩ ରନ କରିଥିବା ବେଳେ ଡେଭିଡ୍ ଓ୍ଵାର୍ଣ୍ଣର ୨୯ ରନ କରିଛନ୍ତି। ଦିଲ୍ଲୀ ପକ୍ଷରୁ ଅର୍ଶଦୀପ ସିଂ ଓ ହର୍ଷଲ ପଟେଲ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀର ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ମିଚେଲ୍ ମାର୍ଶ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ୩.୨ ଓଭରରେ ୩୯ ରନ ଯୋଡ଼ିଥିଲେ। ମାର୍ଶ ୧୨ ବଲ୍‌ରୁ ୨୦ ରନ କରି ଆଉଟ୍ ହୋଇଥିଲେ। ଓ୍ଵାର୍ଣ୍ଣର ୨୧ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୨୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଏହା ପରେ ଦିଲ୍ଲୀ ନିୟମିତ ଓ୍ଵିକେଟ୍ ହରାଇବାରୁ ଦଳ ରନ ଗତି ଧିମେଇ ଯାଇଥିଲା। ମଧ୍ୟ କ୍ରମରେ ସାଇ ହୋପ୍ ୩୩ ରନ କରିଥିଲେ। ଦେଢ ବର୍ଷ ପରେ କ୍ରିକେଟ୍ ମଇଦାନକୁ ଓହ୍ଲାଇଥିବା ଋଷଭ ପନ୍ତ ୧୮ ରନ କରି ପାଭିଲିୟନ ଫେରିଥିଲେ। ଅକ୍ଷର ପଟେଲ୍ (୨୧ ରନ) ଦ୍ରୁତ ବ୍ୟାଟିଂ କରିଥିଲେ। ତେବେ ନିମ୍ନ କ୍ରମରେ ଅଭିଷେକ ପୋରେଲ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଶେଷ ଓଭରରେ ୨୫ ରନ କରିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ଵିକେଟ୍ ହରାଇ ୧୭୪ ରନ କରିଛି। 

ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଅର୍ଶଦୀପ ସିଂ ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ହର୍ଷଲ ପଟେଲ୍ ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୪୭ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।