ଲୋକାର୍ପିତ ହେବ ଆନନ୍ଦବନ, ୮୯.୦୫ ଏକର ଜାଗାରେ ହୋଇଛି ନିର୍ମାଣ

ଭୁବନେଶ୍ୱର ୧୧।୦୩ : ସୋମବାର ଆନନ୍ଦବନର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଭୁବନେଶ୍ୱର କଳିଙ୍ଗ ନଗରରେ ଅବସ୍ଥିତ ରହିଛି ଏହି ଆନନ୍ଦବନ ।  ଏହି ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଆନନ୍ଦବନକୁ ଯିବା ପାଇଁ ଗୋଟିଏ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ ହୋଇଛି । ଯାହାକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ୮୯.୦୫ ଏକର ଜାଗାରେ ତିଆରି ହୋଇଛି ଆନନ୍ଦ ବନ । ସର୍ବସାଧାରଣଙ୍କ ପାଇଁ ସକାଳ ୫ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆନନ୍ଦ ବନ ଖୋଲା ରହିବ । ସର୍ବସାଧାରଣ ସଦସ୍ୟତା ପାଇଁ ଦିନକୁ ୫ ଟଙ୍କା, ମାସିକ ୧୦୦ ଟଙ୍କା, ଅର୍ଦ୍ଧବାର୍ଷିକ ୫୦୦ ଟଙ୍କା, ବାର୍ଷିକ ୧୦୦୦ ଟଙ୍କା ରହିଛି । ଭୁବନେଶ୍ୱରର ସବୁଠୁ ବଡ଼ ସବୁଜ ସ୍ଥଳ ଭାବରେ ଅବସ୍ଥିତ ରହିଛି । ଯାହାକି ଲୋକଙ୍କୁ ଚାଲିବା, ସାଇକେଲ ଚଳାଇବା, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା, ଧ୍ୟାନ କରିବା, ଯୋଗ ଅଭ୍ୟାସ କରିବା ଏବଂ କିଛି ସମୟ ଶାନ୍ତ ପରିବେଶରେ ସମୟ ବିତେଇବାର ସୁଯୋଗ ମିଳିବ ।ତେବେ  ଆନନ୍ଦ ବନ ତିଆରି କରିବାର ମୂଳ ଲକ୍ଷ୍ୟ ହେଉଛି ସବୁଜ ସ୍ଥାନ ଏବଂ ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରିବା, ଉଦ୍ଭିଦ ଏବଂ ଜୈବ ବିବିଧତା ବିଷୟରେ ସଚେତନତା ସୃଷ୍ଟି କରିବା, ଗୁରୁତ୍ୱପୂର୍ଣ ଉଦ୍ଭିଦ ଗୁଡିକର ସ୍ଥାନୀୟ ସଂରକ୍ଷଣକୁ ସୁଗମ କରିବା, ଭୁବନେଶ୍ୱର ବାସିନ୍ଦାଙ୍କ ଜୀବନକୁ ସ୍ୱାସ୍ଥ୍ୟ କରିବା । ସେହିପରି ଆନନ୍ଦବନ ଭିତରେ କଙ୍କର ପଥ, ମୃତିକା ପଥ, ତିନିଟି ଜଳାଶ

ଲୋକାର୍ପିତ ହେବ ଆନନ୍ଦବନ, ୮୯.୦୫ ଏକର ଜାଗାରେ ହୋଇଛି ନିର୍ମାଣ

ଭୁବନେଶ୍ୱର ୧୧।୦୩ : ସୋମବାର ଆନନ୍ଦବନର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଭୁବନେଶ୍ୱର କଳିଙ୍ଗ ନଗରରେ ଅବସ୍ଥିତ ରହିଛି ଏହି ଆନନ୍ଦବନ ।  ଏହି ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଆନନ୍ଦବନକୁ ଯିବା ପାଇଁ ଗୋଟିଏ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ ହୋଇଛି । ଯାହାକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । 

୮୯.୦୫ ଏକର ଜାଗାରେ ତିଆରି ହୋଇଛି ଆନନ୍ଦ ବନ । ସର୍ବସାଧାରଣଙ୍କ ପାଇଁ ସକାଳ ୫ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆନନ୍ଦ ବନ ଖୋଲା ରହିବ । ସର୍ବସାଧାରଣ ସଦସ୍ୟତା ପାଇଁ ଦିନକୁ ୫ ଟଙ୍କା, ମାସିକ ୧୦୦ ଟଙ୍କା, ଅର୍ଦ୍ଧବାର୍ଷିକ ୫୦୦ ଟଙ୍କା, ବାର୍ଷିକ ୧୦୦୦ ଟଙ୍କା ରହିଛି । ଭୁବନେଶ୍ୱରର ସବୁଠୁ ବଡ଼ ସବୁଜ ସ୍ଥଳ ଭାବରେ ଅବସ୍ଥିତ ରହିଛି । ଯାହାକି ଲୋକଙ୍କୁ ଚାଲିବା, ସାଇକେଲ ଚଳାଇବା, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା, ଧ୍ୟାନ କରିବା, ଯୋଗ ଅଭ୍ୟାସ କରିବା ଏବଂ କିଛି ସମୟ ଶାନ୍ତ ପରିବେଶରେ ସମୟ ବିତେଇବାର ସୁଯୋଗ ମିଳିବ ।

ତେବେ  ଆନନ୍ଦ ବନ ତିଆରି କରିବାର ମୂଳ ଲକ୍ଷ୍ୟ ହେଉଛି ସବୁଜ ସ୍ଥାନ ଏବଂ ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରିବା, ଉଦ୍ଭିଦ ଏବଂ ଜୈବ ବିବିଧତା ବିଷୟରେ ସଚେତନତା ସୃଷ୍ଟି କରିବା, ଗୁରୁତ୍ୱପୂର୍ଣ ଉଦ୍ଭିଦ ଗୁଡିକର ସ୍ଥାନୀୟ ସଂରକ୍ଷଣକୁ ସୁଗମ କରିବା, ଭୁବନେଶ୍ୱର ବାସିନ୍ଦାଙ୍କ ଜୀବନକୁ ସ୍ୱାସ୍ଥ୍ୟ କରିବା । 

ସେହିପରି ଆନନ୍ଦବନ ଭିତରେ କଙ୍କର ପଥ, ମୃତିକା ପଥ, ତିନିଟି ଜଳାଶୟ, ୪ କିଲୋମଟରର ସାଇକେଲ ପଥ, ଘାସ ଏବଂ ଫୁଲ, ସହରାଞ୍ଚଳ ବୃକ୍ଷ ରୋପଣ, ମିୟାୱାକି ଘଞ୍ଚ ଜଙ୍ଗଲ, ପ୍ରାକୃତିକ ଯୋଗ ମଣ୍ଡପ, ବିଶ୍ରାମ ସ୍ଥଳୀ, ବ୍ୟାଖ୍ୟାନ କେନ୍ଦ୍ର ରହିଛି। ଏହାସହିତ କୋରାପୁଟ କଫିର ମଜା ନେବା ସହିତ ଓଡିଶା ମେଲେଟ ମିଶନର ଅନୁଭୂତି, OTDCରେ ଓଡ଼ିଆ ରାନ୍ଧଣାର ସ୍ୱାଦ ଏବଂ ବିଭିନ୍ନ ପ୍ରକାର ପକ୍ଷୀ ଦେଖିପାରିବେ ।