ଚେନ ଲୁଟ ବେଳେ ମହିଳାଙ୍କ ମୃତ୍ୟୁ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ଚେନ ଲୁଟ ଉଦ୍ୟମ ବେଳେ ଗାଡ଼ିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ । ୪୦୦ ସିସିଟିଭି ଯାଞ୍ଚ କଲା ପରେ କୁଖ୍ୟାତ ଲୁଟେରାକୁ ସୁନ୍ଦରପଦା ସ୍ଥିତ ଏକ ଆପାର୍ଟମେଣ୍ଟରୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ରାଜୁ ନାଇଡ଼ୁ । ତାଙ୍କ ଘର ଝାଡଖଣ୍ଡ ପୂର୍ବ ସିଂଭୂମ ଜିଲ୍ଲାରେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଗାଡି ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଫେରାର […]

ଭୁବନେଶ୍ୱର : ଚେନ ଲୁଟ ଉଦ୍ୟମ ବେଳେ ଗାଡ଼ିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ । ୪୦୦ ସିସିଟିଭି ଯାଞ୍ଚ କଲା ପରେ କୁଖ୍ୟାତ ଲୁଟେରାକୁ ସୁନ୍ଦରପଦା ସ୍ଥିତ ଏକ ଆପାର୍ଟମେଣ୍ଟରୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ରାଜୁ ନାଇଡ଼ୁ । ତାଙ୍କ ଘର ଝାଡଖଣ୍ଡ ପୂର୍ବ ସିଂଭୂମ ଜିଲ୍ଲାରେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଗାଡି ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି ।
ସୂଚନା ମୁତାବକ, ନଭେମ୍ୱର ୧୩ ତାରିଖରେ ସ୍ୱାମୀ ବିଷ୍ଣୁ ପାତ୍ରଙ୍କ ସହ ସ୍ତ୍ରୀ ୟୁ.ବିଷ୍ଣୁ ପାତ୍ର ବାଇକରେ ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ଗତ ୧୩ ତାରିଖରେ ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ଦମ୍ପତି । ଏହି ସମୟରେ ହଠାତ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ପତ୍ନୀ ୟୁ.ବିଷ୍ଣୁ ପାତ୍ରଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ଚେନ ମୋଟା ଥିବା କାରଣରୁ ଛିଣ୍ଡି ନଥିଲା । ଏହାଦେଖି ଲୁଟେରାମାନେ ବିଷ୍ଣୁଙ୍କୁ ଗାଡ଼ିରୁ ଠେଲି ଦେଇଥିଲେ । ଫଳରେ ବିଷ୍ଣୁ ଗାଡ଼ିରୁ ପଡିଯାଇ ତାଙ୍କ ମୁଣ୍ଡ ପଛପାଖ ମାଡ଼ ହୋଇ ପ୍ରବଳ ରକ୍ତସହରାଵ ହୋଇଥିଲା । ଏହି ସମୟରେ ସ୍ୱାମୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକଙ୍କ ସହାୟତାରେ ବିଷ୍ଣୁଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ୩ ଦିନ ଧରି ଜୀବନ ସହ ସଂଗ୍ରାମ କରି ଶେଷରେ ବିଷ୍ଣୁଙ୍କର ମୃତ୍ୟୁ ଘଟିଥିଲା । ଏହି ସମ୍ବେଦନଶୀଳ ଘଟଣାରେ ସ୍ୱାମୀ ଏୟାରଫିଲଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । କମିଶନରେଟ ପୋଲିସର ୬ ଟି ବଛା ବଛା ଟିମ ଘଟଣାରେ ତଦନ୍ତ ଚଳାଇଥିଲେ । ତଦନ୍ତ ସମୟରେ ପ୍ରାୟ ୪୦୦ଟି ସିସିଟିଭି ଯାଞ୍ଚ କରି ୧୪ ଦିନ ପରେ ଜଣେ ଲୁଟେରାକୁ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଧରିବାରେ ସଫଳ ହୋଇଛି I ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ଅଞ୍ଚଳରେ ଜାଲ ବିଛାଇଛି ।