ଦୀପାବଳି ଅବସରରେ ଗ୍ରାହକଙ୍କୁ Jioର ଖାସ ଅଫର, ମାତ୍ର ୬୯୯ଟଙ୍କାରେ କିଣିନିଅନ୍ତୁ 4G ଫୋନ
ମୁମ୍ବାଇ ୨୭।୧୦: ପାର୍ବଣ ଋତୁରେ ସମସ୍ତେ ନିଜନିଜ ଗ୍ରାହକଙ୍କୁ ଅଫର ଦେବାକୁ ଉଦ୍ୟମ କରିଥାନ୍ତି। ଏଥିରେ ରିଲାଏନ୍ସ ବି ପଛରେ ରହିବାକୁ ଚାହେଁନି। ଏହା ସେପରି ଲୋକଙ୍କ ପାଇଁ ଭଲ ଖବର ଯେଉଁମାନେ ଅଧିକ ପଇସା ଖର୍ଚ୍ଚ ନକରି ୨ଜି ଫିଚର ଫୋନରୁ ଫୋର-ଜି ଫିଚର ଫୋନକୁ ସ୍ୱୀଚ୍ କରିବାକୁ ଚାହୁଁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଏପରି ଗ୍ରାହକଙ୍କ ପାଇଁ ସବୁଠୁ ଶସ୍ତାରେ ଏକ ଫୋନ ଆଣିଛି। ଏହି ଫୋନର ମୂଲ୍ୟ ଉପରେ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଅଫର ରହିଛି। ପରେ ଏହା ପୂର୍ବ ଦରରେ ବିକ୍ରି ହେବ। ଉଲ୍ଲେଖଯୋଗ୍ୟ ଯେ ଜିଓ ଏହି ଫୋର-ଜି ଫୋନ ଜିଓ ଭାରତକୁ ୬୯୯ ଟଙ୍କାରେ ଲିଷ୍ଟ କରିଛି। ଏହି ଅଫର ଦୀପାବଳି ଧମାକା ରୂପେ ଦିଆଯାଉଛି। ଏହି ଫୋନର ମୂଳ ମୂଲ୍ୟ ୯୯୯ ଟଙ୍କା, ତେବେ ଦୀପାବଳି ପାଇଁ କମ୍ପାନୀ ଏହାକୁ ୬୯୯ ଟଙ୍କାରେ ବିକ୍ରି କରୁଛି। ଏହି ଖାସ ଫୋର-ଜି ଫୋନ ପାଇଁ କମ୍ପାନୀର ମାସିକ ପ୍ଲାନ ବି ଖାସ ରଖିଛି। ଏହି ପ୍ଲାନର ମୂଲ୍ୟ ମାତ୍ର ୧୨୩ ଟଙ୍କା। ଏହି ପ୍ଲାନରେ ବି ଆପଣଙ୍କୁ ଅନେକ ସୁବିଧା ମିଳିବ। ଏହି ପ୍ଲାନରେ ଅନ ଲିମିଟେଡ ଭୟସ କଲ ସହିତ ୧୪ ଜିବି ଡାଟା, ୪୫୫ରୁ ଊର୍ଦ୍ଧ୍ୱ ଲାଇଭ ଟିଭି ଚ୍ୟାନେଲ, ମୁଭି ପ୍ରିମିୟର ଓ ଜିଓ ସିନେମାକୁ ମଧ୍ୟ ଏକ୍ସେସ କରିପାରିବେ। ଏହା ଛଡା ଏହି ଫୋନରେ କ୍ୟୁଆର କୋଡ ସ୍କାନ ସହିତ ଡିଜିଟାଲ ପେମେଣ୍ଟ ରିସିଭ କରିବା ଓ ଟ୍ରାନ୍ସଫର କରିବାର ମଧ୍ୟ ସୁବିଧା ଦିଆଯାଇଛି। ଏଣୁ ଆପଣ ଭିଡିଓ, ଫଟୋ ଏବଂ
ମୁମ୍ବାଇ ୨୭।୧୦: ପାର୍ବଣ ଋତୁରେ ସମସ୍ତେ ନିଜନିଜ ଗ୍ରାହକଙ୍କୁ ଅଫର ଦେବାକୁ ଉଦ୍ୟମ କରିଥାନ୍ତି। ଏଥିରେ ରିଲାଏନ୍ସ ବି ପଛରେ ରହିବାକୁ ଚାହେଁନି। ଏହା ସେପରି ଲୋକଙ୍କ ପାଇଁ ଭଲ ଖବର ଯେଉଁମାନେ ଅଧିକ ପଇସା ଖର୍ଚ୍ଚ ନକରି ୨ଜି ଫିଚର ଫୋନରୁ ଫୋର-ଜି ଫିଚର ଫୋନକୁ ସ୍ୱୀଚ୍ କରିବାକୁ ଚାହୁଁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଏପରି ଗ୍ରାହକଙ୍କ ପାଇଁ ସବୁଠୁ ଶସ୍ତାରେ ଏକ ଫୋନ ଆଣିଛି। ଏହି ଫୋନର ମୂଲ୍ୟ ଉପରେ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଅଫର ରହିଛି। ପରେ ଏହା ପୂର୍ବ ଦରରେ ବିକ୍ରି ହେବ।
ଉଲ୍ଲେଖଯୋଗ୍ୟ ଯେ ଜିଓ ଏହି ଫୋର-ଜି ଫୋନ ଜିଓ ଭାରତକୁ ୬୯୯ ଟଙ୍କାରେ ଲିଷ୍ଟ କରିଛି। ଏହି ଅଫର ଦୀପାବଳି ଧମାକା ରୂପେ ଦିଆଯାଉଛି। ଏହି ଫୋନର ମୂଳ ମୂଲ୍ୟ ୯୯୯ ଟଙ୍କା, ତେବେ ଦୀପାବଳି ପାଇଁ କମ୍ପାନୀ ଏହାକୁ ୬୯୯ ଟଙ୍କାରେ ବିକ୍ରି କରୁଛି। ଏହି ଖାସ ଫୋର-ଜି ଫୋନ ପାଇଁ କମ୍ପାନୀର ମାସିକ ପ୍ଲାନ ବି ଖାସ ରଖିଛି। ଏହି ପ୍ଲାନର ମୂଲ୍ୟ ମାତ୍ର ୧୨୩ ଟଙ୍କା। ଏହି ପ୍ଲାନରେ ବି ଆପଣଙ୍କୁ ଅନେକ ସୁବିଧା ମିଳିବ। ଏହି ପ୍ଲାନରେ ଅନ ଲିମିଟେଡ ଭୟସ କଲ ସହିତ ୧୪ ଜିବି ଡାଟା, ୪୫୫ରୁ ଊର୍ଦ୍ଧ୍ୱ ଲାଇଭ ଟିଭି ଚ୍ୟାନେଲ, ମୁଭି ପ୍ରିମିୟର ଓ ଜିଓ ସିନେମାକୁ ମଧ୍ୟ ଏକ୍ସେସ କରିପାରିବେ। ଏହା ଛଡା ଏହି ଫୋନରେ କ୍ୟୁଆର କୋଡ ସ୍କାନ ସହିତ ଡିଜିଟାଲ ପେମେଣ୍ଟ ରିସିଭ କରିବା ଓ ଟ୍ରାନ୍ସଫର କରିବାର ମଧ୍ୟ ସୁବିଧା ଦିଆଯାଇଛି। ଏଣୁ ଆପଣ ଭିଡିଓ, ଫଟୋ ଏବଂ ମ୍ୟାସେଜ ବି ସେୟାର କରିପାରିବେ।
ରିଲାଏନ୍ସ ଜିଓ ତାଙ୍କର ଏହି ଅଫର ସହିତ ଅନେକ ଭଲ ଅଫର ମଧ୍ୟ ଘୋଷଣା କରିଛନ୍ତି। ଏହି ଅଫର ଅନୁସାରେ କେତେକ ବଛାବଛା ପ୍ଲାନରେ ରିଚାର୍ଜ କଲେ ଇଜି ମାଇ ଟ୍ରିପ, ଏଜିଓ ଏବଂ ସ୍ୱିଗି ଭାଉଚର ସମେତ ଅନେକ ଅଫର ମଧ୍ୟ ମିଳୁଛି। ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଫୋର-ଜି ଫୋନ ଅଫର ୫ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ବୈଧ। ଏହାକୁ ଆପଣ ଜିଓ ଡଟକମ୍ ଏବଂ ମାଇ ଜିଓ ଆପରେ ମଧ୍ୟ ବ୍ୟବହାର କରିପାରିବେ।