ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼, ସେପ୍ଟେମ୍ବରରେ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ପନିପରିବା ଦାମ୍‌ରେ ବୃଦ୍ଧି କାରଣରୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଦେଖିବାକୁ ମିଳିଛି। ସିପିଆଇ ଇଣ୍ଡେକ୍ସ ଅନୁଯାୟୀ, ସେପ୍ଟେମ୍ବର ୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫ ପ୍ରତିଶତ ପାର କରିଛି। ସେପ୍ଟେମ୍ବରରେ ୫.୪୯ ପ୍ରତିଶତରେ ପହଞ୍ଚିଛି। ଯାହା ଅଗଷ୍ଟରେ ୩.୬୫ ପ୍ରତିଶତ ରହିଥିଲା। ତେବେ ଖୁଚୁରା ମୁଦ୍ରାସ୍ଫୀତି ହାର ଆରବିଆଇ ଦ୍ବାରା ନିର୍ଦ୍ଧାରିତ ସୀମା ୪ ପ୍ରତିଶତ ଲକ୍ଷ୍ୟକୁ ପାର୍‌ କରିଛି। ପରିସଂଖ୍ୟାନ ମନ୍ତ୍ରାଳୟ ଅନୁଯାୟୀ, ଗ୍ରାମଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୮୭ ପ୍ରତିଶତ ଏବଂ ସହରାଞ୍ଚଳରେ ୫.୦୫ ପ୍ରତିଶତ ରହିଛି। ମନ୍ତ୍ରଣାଳୟ ବିବୃତ୍ତି ଅନୁଯାୟୀ, ଖୁଚୁରା ମୁଦ୍ରାସ୍ଫୀତିରେ ଏହି ବୃଦ୍ଧି ହାଇ ବେଶ୍‌ ଇଫେକ୍ଟ ଏବଂ ପାଣିପାଗ କାରଣରୁ ରହିଛି। ସେପଟେ ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ସେପ୍ଟେମ୍ବରରେ ଏହା ୯.୨୪ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳରେ ଏହା ୯.୦୮ ପ୍ରତିଶତ ଏବଂ ସହରାଞ୍ଚରେ ୯.୫୬ ପ୍ରତିଶତ ରହିଛି। ଅଗଷ୍ଟରେ ୨୦୨୪ରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୫.୬୬ ପ୍ରତିଶତ ରହିଥିଲା।ପରିସଂଖ୍ୟାନ ମନ୍ତ୍ରାଳୟ ଅନୁଯାୟୀ, ସେପ୍ଟେମ୍ବରରେ ପନିପରିବା ଦରରେ ଅଧିକ ବୃଦ୍ଧି ହୋଇଛି। ସେପ୍ଟେମ୍ବରରେ ପରିବା ମୁଦ୍ରାସ୍ଫୀତି ହାର ୩୫.୯୯ ପ୍ରତିଶତ ରହିଥିଲା ଯାହା ଅଗଷ୍ଟରେ ୧୦.୭୧ ପ୍ରତିଶତ ରହିଥିଲା। କ୍ଷୀର ଏବଂ ଏଥିରୁ ତିଆରି ପ୍ରଡକ୍ଟ

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼, ସେପ୍ଟେମ୍ବରରେ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ପନିପରିବା ଦାମ୍‌ରେ ବୃଦ୍ଧି କାରଣରୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଦେଖିବାକୁ ମିଳିଛି। ସିପିଆଇ ଇଣ୍ଡେକ୍ସ ଅନୁଯାୟୀ, ସେପ୍ଟେମ୍ବର ୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫ ପ୍ରତିଶତ ପାର କରିଛି। ସେପ୍ଟେମ୍ବରରେ ୫.୪୯ ପ୍ରତିଶତରେ ପହଞ୍ଚିଛି। ଯାହା ଅଗଷ୍ଟରେ ୩.୬୫ ପ୍ରତିଶତ ରହିଥିଲା। ତେବେ ଖୁଚୁରା ମୁଦ୍ରାସ୍ଫୀତି ହାର ଆରବିଆଇ ଦ୍ବାରା ନିର୍ଦ୍ଧାରିତ ସୀମା ୪ ପ୍ରତିଶତ ଲକ୍ଷ୍ୟକୁ ପାର୍‌ କରିଛି। 

ପରିସଂଖ୍ୟାନ ମନ୍ତ୍ରାଳୟ ଅନୁଯାୟୀ, ଗ୍ରାମଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୮୭ ପ୍ରତିଶତ ଏବଂ ସହରାଞ୍ଚଳରେ ୫.୦୫ ପ୍ରତିଶତ ରହିଛି। ମନ୍ତ୍ରଣାଳୟ ବିବୃତ୍ତି ଅନୁଯାୟୀ, ଖୁଚୁରା ମୁଦ୍ରାସ୍ଫୀତିରେ ଏହି ବୃଦ୍ଧି ହାଇ ବେଶ୍‌ ଇଫେକ୍ଟ ଏବଂ ପାଣିପାଗ କାରଣରୁ ରହିଛି। 

ସେପଟେ ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ସେପ୍ଟେମ୍ବରରେ ଏହା ୯.୨୪ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳରେ ଏହା ୯.୦୮ ପ୍ରତିଶତ ଏବଂ ସହରାଞ୍ଚରେ ୯.୫୬ ପ୍ରତିଶତ ରହିଛି। ଅଗଷ୍ଟରେ ୨୦୨୪ରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୫.୬୬ ପ୍ରତିଶତ ରହିଥିଲା।

ପରିସଂଖ୍ୟାନ ମନ୍ତ୍ରାଳୟ ଅନୁଯାୟୀ, ସେପ୍ଟେମ୍ବରରେ ପନିପରିବା ଦରରେ ଅଧିକ ବୃଦ୍ଧି ହୋଇଛି। ସେପ୍ଟେମ୍ବରରେ ପରିବା ମୁଦ୍ରାସ୍ଫୀତି ହାର ୩୫.୯୯ ପ୍ରତିଶତ ରହିଥିଲା ଯାହା ଅଗଷ୍ଟରେ ୧୦.୭୧ ପ୍ରତିଶତ ରହିଥିଲା। କ୍ଷୀର ଏବଂ ଏଥିରୁ ତିଆରି ପ୍ରଡକ୍ଟର ମୂଲ୍ୟ ବଢ଼ିଛି। ଅବଶ୍ୟ ଡାଲିର ଦରବୃଦ୍ଧିରେ କିଛି ମାତ୍ରାରେ ହ୍ରାସ ହୋଇଛି। ଅଗଷ୍ଟରେ ୧୩.୬୦ ପ୍ରତିଶତ ବଦଳରେ ଏହା ଏବେ ୯.୮୧ ପ୍ରତିଶତକୁ ଖସିଆସିଛି। ସେହିଭଳି ବିହନ ଏବଂ ଏହା ସହ ଜଡ଼ିତ ସାମଗ୍ରୀ, ମାଂସ, ଅଣ୍ଡା, ମାଛ, ଚିନି ଆଦିର ଦରବୃଦ୍ଧିରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି।