ଭୀମଭୋଇ ଭିନ୍ନକ୍ଷମ ଶିବିରକୁ ଆସି ହତାଶ ହିତାଧିକାରୀ : ସୁବିଧା ନଥିବାରୁ ତଳେ ପଡ଼ି ରହିଲେ ଦିବ୍ୟାଙ୍ଗ
କନକ ବ୍ୟୁରୋ : ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ଅନେକ ଯୋଜନା କରୁଛି ପ୍ରଶାସନ । କିନ୍ତୁ ତୃଣମୂଳ ସ୍ତରରେ ଏହାର ଲାଭ ପାଉନାହାନ୍ତି ହିତାଧିକାରୀ । ସହାୟତା ମିଳିଲେ ବି ସେଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଭୀମଭୋଇ ଭିନ୍ନକ୍ଷମ ଶିବିରକୁ ସହାୟତା ଆଶାରେ ଆସି ହତାଶ ହିତାଧିକାରୀ । ଅସହାୟ ହୋଇପଡ଼ିଛନ୍ତି ଦିବ୍ୟାଙ୍ଗ । ନା ହ୍ବିଲ ଚେୟାରର ବ୍ୟବସ୍ଥା ଅଛି ନା ପିଇବା ପାଣିର। କେବଳ ଡାକ୍ତରଙ୍କ ପାଖକୁ ଡାକି କର୍ତବ୍ୟ ସାରିଦେଇଛି ପ୍ରଶାସନ। ଦିବ୍ୟାଙ୍ଗ ପ୍ରମାଣପତ୍ର ସହଜରେ ପାଇବା ପାଇଁ ଭୀମଭୋଇ ଶିବିରର ଆୟୋଜନ କରାଯାଉଥିବା ବେଳେ ଏଠି କିନ୍ତୁ ସଂପୂର୍ଣ୍ଣ ଅବ୍ୟବସ୍ଥା । ଗୋପ ବ୍ଳକ ନିଗମାନନ୍ଦ ସ୍କୁଲ ପରିସରରେ ଆୟୋଜିତ ଶିବିରକୁ ଆସିଥିଲେ ଶହଶହ ଦିବ୍ୟାଙ୍ଗ। ଖରାରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲେ ଦିବ୍ୟାଙ୍ଗ ଓ ତାଙ୍କ ସଂପର୍କୀୟ । ପାଣି ଢୋକେ ବି ପିଇବାକୁ ମିଳିନଥିଲା । ଦିବ୍ୟାଙ୍ଗ ବ୍ୟକ୍ତିମାନେ ଦହଗଞ୍ଜ ହେଉଥିବା ବେଳେ ବ୍ଳକରେ କୌଣସି ଆଲୋଚନା ହୋଇନଥିବା କହି ନିଜ ମୁଣ୍ଡରୁ ଦୋଷ ଝାଡିଦେଇଛନ୍ତି ବ୍ଳକ ଅଧ୍ୟକ୍ଷା ।

କନକ ବ୍ୟୁରୋ : ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ଅନେକ ଯୋଜନା କରୁଛି ପ୍ରଶାସନ । କିନ୍ତୁ ତୃଣମୂଳ ସ୍ତରରେ ଏହାର ଲାଭ ପାଉନାହାନ୍ତି ହିତାଧିକାରୀ । ସହାୟତା ମିଳିଲେ ବି ସେଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।
ଭୀମଭୋଇ ଭିନ୍ନକ୍ଷମ ଶିବିରକୁ ସହାୟତା ଆଶାରେ ଆସି ହତାଶ ହିତାଧିକାରୀ । ଅସହାୟ ହୋଇପଡ଼ିଛନ୍ତି ଦିବ୍ୟାଙ୍ଗ । ନା ହ୍ବିଲ ଚେୟାରର ବ୍ୟବସ୍ଥା ଅଛି ନା ପିଇବା ପାଣିର। କେବଳ ଡାକ୍ତରଙ୍କ ପାଖକୁ ଡାକି କର୍ତବ୍ୟ ସାରିଦେଇଛି ପ୍ରଶାସନ। ଦିବ୍ୟାଙ୍ଗ ପ୍ରମାଣପତ୍ର ସହଜରେ ପାଇବା ପାଇଁ ଭୀମଭୋଇ ଶିବିରର ଆୟୋଜନ କରାଯାଉଥିବା ବେଳେ ଏଠି କିନ୍ତୁ ସଂପୂର୍ଣ୍ଣ ଅବ୍ୟବସ୍ଥା ।
ଗୋପ ବ୍ଳକ ନିଗମାନନ୍ଦ ସ୍କୁଲ ପରିସରରେ ଆୟୋଜିତ ଶିବିରକୁ ଆସିଥିଲେ ଶହଶହ ଦିବ୍ୟାଙ୍ଗ। ଖରାରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲେ ଦିବ୍ୟାଙ୍ଗ ଓ ତାଙ୍କ ସଂପର୍କୀୟ । ପାଣି ଢୋକେ ବି ପିଇବାକୁ ମିଳିନଥିଲା । ଦିବ୍ୟାଙ୍ଗ ବ୍ୟକ୍ତିମାନେ ଦହଗଞ୍ଜ ହେଉଥିବା ବେଳେ ବ୍ଳକରେ କୌଣସି ଆଲୋଚନା ହୋଇନଥିବା କହି ନିଜ ମୁଣ୍ଡରୁ ଦୋଷ ଝାଡିଦେଇଛନ୍ତି ବ୍ଳକ ଅଧ୍ୟକ୍ଷା ।