ଦ୍ରୁତ ଗତିରେ ଚାଲିଛି ପୋଲାଭରମ ପ୍ରକଳ୍ପ । ମୋଟୁ ଅଞ୍ଚଳରେ ବଢ଼ୁଛି ଅସନ୍ତୋଷ

କନକ ବ୍ୟୁରୋ: ବିରୋଧ ବାଟେ ବିରୋଧ ଚାଲିଛି, ସେପଟେ ବେଧଡକ ଆଗେଇ ଚାଲିଛି ପୋଲାଭରମ ପ୍ରକଳ୍ପ କାମ। ପ୍ରକଳ୍ପ ନିର୍ମାଣ କାମ ଏବେ ୭୦ ପ୍ରତିଶତ ଆଗେଇ ସରିଆସିଥିବା ବେଳେ ଆଉ ଡିଜାଇନରେ ମଧ୍ୟ ପରିବର୍ତ୍ତନ ହବାର ସମ୍ଭାବନା ନାହିଁ । ଏପରି ସ୍ଥିତିରେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଲୋକେ ଏବେ ପ୍ରକଳ୍ପକୁ ବିରୋଧ ନକରି ସ୍ଥାୟୀ ଥଇଥାନ ଦାବି କରିଛନ୍ତି । ସେପଟେ ବିଭିନ୍ନ ରାଜନୈତିକ ଦଳ ଓ ପରିବେଶବିତ ମାନେ ଅଞ୍ଚଳ […] The post ଦ୍ରୁତ ଗତିରେ ଚାଲିଛି ପୋଲାଭରମ ପ୍ରକଳ୍ପ । ମୋଟୁ ଅଞ୍ଚଳରେ ବଢ଼ୁଛି ଅସନ୍ତୋଷ first appeared on Kanak News.

ଦ୍ରୁତ ଗତିରେ ଚାଲିଛି ପୋଲାଭରମ ପ୍ରକଳ୍ପ । ମୋଟୁ ଅଞ୍ଚଳରେ ବଢ଼ୁଛି ଅସନ୍ତୋଷ

କନକ ବ୍ୟୁରୋ: ବିରୋଧ ବାଟେ ବିରୋଧ ଚାଲିଛି, ସେପଟେ ବେଧଡକ ଆଗେଇ ଚାଲିଛି ପୋଲାଭରମ ପ୍ରକଳ୍ପ କାମ। ପ୍ରକଳ୍ପ ନିର୍ମାଣ କାମ ଏବେ ୭୦ ପ୍ରତିଶତ ଆଗେଇ ସରିଆସିଥିବା ବେଳେ ଆଉ ଡିଜାଇନରେ ମଧ୍ୟ ପରିବର୍ତ୍ତନ ହବାର ସମ୍ଭାବନା ନାହିଁ । ଏପରି ସ୍ଥିତିରେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଲୋକେ ଏବେ ପ୍ରକଳ୍ପକୁ ବିରୋଧ ନକରି ସ୍ଥାୟୀ ଥଇଥାନ ଦାବି କରିଛନ୍ତି । ସେପଟେ ବିଭିନ୍ନ ରାଜନୈତିକ ଦଳ ଓ ପରିବେଶବିତ ମାନେ ଅଞ୍ଚଳ ଗସ୍ତ କରି ଏବେ ପ୍ରକୃତ କ୍ଷୟକ୍ଷତିର ଆକଳନ କରି ସେଇ ଥଇଥାନ କଥା ଦୋହରାଇଛନ୍ତି ।

  • ଦ୍ରୁତ ଗତିରେ ଚାଲିଛି ପୋଲାଭରମ ପ୍ରକଳ୍ପ
  • ମୋଟୁ ଅଞ୍ଚଳରେ ବଢ଼ୁଛି ଅସନ୍ତୋଷ

ସମସ୍ତଙ୍କୁ ବେଖାତିର କରି ଏକପାଖିଆ ଭାବେ ପୋଲାଭରମ ପ୍ରକଳ୍ପର ନିର୍ମାଣ କାମ ଆଗେଇ ନେଇଛି ଆନ୍ଧ୍ର ସରକାର। ଆଉ ଆଗକୁ ପ୍ରକଳ୍ପ କାମ ବନ୍ଦ ହେବାର ସମ୍ଭାବନା ନାହିଁ କିମ୍ବା ଡିଜାଇନରେ ପରିବର୍ତ୍ତନର କୌଣସି ବାଟ ଦେଖା ଯାଉନାହିଁ। ତେଣୁ ବର୍ଷ ବର୍ଷ ଧରି ପୋଲାଭରମ ପ୍ରକଳ୍ପକୁ ବିରୋଧ କରୁ ଥିବା ମୋଟୁ ଅଞ୍ଚଳରେ ଅସନ୍ତୋଷ ବଢ଼ୁଛି। ବିଶେଷ କରି ମୋଟୁ ତହସିଲର ବିନାୟକପୁର, ଆଲମା, ପେଟା, ମୁରଳିଗୁଡା, ବରିବାଞ୍ଚା, ଘାର୍ଶାପାଲି ଆଦି ଗାଁ ସିଧାସଳଖ ପ୍ରଭାବିତ ହେବେ। ତେଣୁ ଏବେ ନିଜ ଜମି ହରାଇବା ପରେ ଅନ୍ୟ କେଉଁଠି ଜମି ଯୋଗାଇଦେବାକୁ ଦାବି ହୋଇଛି।

ସେପଟେ ପ୍ରକଳ୍ପକୁ ନେଇ ରାଜନୀତି ଜୋର। ପୂର୍ବ ସରକାର ପ୍ରକଳ୍ପକୁ ବିଭିନ୍ନ ମହଲରେ ବିରୋଧ କରିଛି ସତ। ହେଲେ ପ୍ରକଳ୍ପ ଦ୍ୱାରା କେଉଁ କେଉଁ ଗାଁ ପ୍ରଭାବିତ ହେବ ଏବଂ କ୍ଷୟକ୍ଷତିର ସରକାରୀ ଆକଳନ କରି ନାହାନ୍ତି। ଏପରିକି ଆନ୍ଧ୍ର କିମ୍ବା କେନ୍ଦ୍ର ପକ୍ଷରୁ ଗ୍ରାମ ସଭା କି ସର୍ଭେ ହୋଇନାହିଁ । ଚଳିତ ବଜେଟ ପରେ ପରିବେଶବିତଙ୍କ ଠାରୁ ଆରମ୍ଭ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ୍ ମୋଟୁ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କଥା ଦୋହରାଇଛନ୍ତି। ବିଜେଡି ମଧ୍ୟ ଏବେ ମିନିମମ୍ ଡ୍ୟାମେଜ କଥା କହି ଗ୍ରାମବାସୀଙ୍କ ଥଇଥାନ କଥା କହିବା ଆରମ୍ଭ କରିଛି।

କେନ୍ଦ୍ରରେ ଉପା ସରକାର ଅମଳରେ ବିଜେପି ମଧ୍ୟ ଏହି ପ୍ରକଳ୍ପକୁ ବିରୋଧ କରୁଥିଲା। ତେବେ ଏବେ ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ସମେତ ଆନ୍ଧ୍ରରେ ମଧ୍ୟ ବିଜେପି ସମର୍ଥିତ ସରକାର ରହିଥିବାରୁ ଏବେ ମୋହନ ମାଝୀ ଓଡିଶାର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବେ ବୋଲି ସମସ୍ତଙ୍କ ଆଶା।

The post ଦ୍ରୁତ ଗତିରେ ଚାଲିଛି ପୋଲାଭରମ ପ୍ରକଳ୍ପ । ମୋଟୁ ଅଞ୍ଚଳରେ ବଢ଼ୁଛି ଅସନ୍ତୋଷ first appeared on Kanak News.