ନୂଆ ଆୟକର ବିଲ୍ ଲୋକସଭାରେ ଆଗତ, ବିଧେୟକରେ ରହିଛି ୫୩୬ ଧାରା

ନୂଆଦିଲ୍ଲୀ: ନୂତନ ଆୟକର ବିଲ୍ (ଇନ୍‌କମ୍ ଟ୍ୟାକ୍ସ ବିଲ୍, ୨୦୨୫) ଗୁରୁବାର ଲୋକସଭାରେ ଆଗତ ହୋଇଛି । ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ପରେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବିଲ୍ ଉପସ୍ଥାପନ କରିଛନ୍ତି । ଏହି ବିଧେୟକ ଉପରେ ଅଧିକ ବିଚାର-ବିମର୍ଶ କରିବା ପାଇଁ ସଂସଦର ସ୍ଥାୟୀ ସମିତିକୁ ପଠାଯିବ । ନୂଆ ଆୟକର ବିଲ୍ ୨୦୨୬ ଏପ୍ରିଲ୍ ୧ରେ ଲାଗୁ ହେବା ନେଇ ଆଶା କରାଯାଉଛି ।ନୂତନ ଆୟକର ବିଲ୍‌ରେ ସାଧାରଣ ଲୋକଙ୍କ ପାଇଁ ଇନ୍‌କମ୍ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି । ଏହି ବିଲ୍, ବର୍ତ୍ତମାନରେ ପ୍ରଚଳିତ ଆୟକର ଟିକସ ଆକ୍ସ ୧୯୬୧ର ସ୍ଥାନ ନେବ । ନୂଆ ବିଲ୍‌ରେ ମୋଟ ୫୩୬ ଧାରା ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ ବେଳେ ନୂଆ ଆୟକର ଆଇନ ଆସିବା ନେଇ ଘୋଷଣା କରିଥିଲେ ।ନୂଆ ବିଲ୍‌ର ଉଦ୍ଦେଶ୍ୟ କଠିନ ଶବ୍ଦ ଏବଂ ଆବଶ୍ୟକ ନଥିବା ଆଇନକୁ ହଟାଇ, ଛୋଟ ଏବଂ ସରଳ କରିବା । ଉଦାହରଣ ପାଇଁ ଏଥିରେ 'ଟ୍ୟାକ୍ସ ଇୟର' ନାଁରେ ଏକ ନୂଆ ଶବ୍ଦ ବ୍ୟବହାର କଥା ଉଲ୍ଲେଖ ରହିଛି, ଯାହା 'ପ୍ରିଭିୟସ ଇୟର' ଏବଂ 'ଆସେସମେଣ୍ଟ ଇୟର' ପରି ଜଟିଳ ଶବ୍ଦକୁ ସ୍ଥାନ ନେବ  ।ନୂଆ ଇନ୍‌କମ୍ ଟ୍ୟାକ୍ସ ବିଲ୍‌ରେ ମୋଟ ୬୨୨ ପୃଷ୍ଠା ରହିବ । ଏଥିରେ ୫୩୬ ଧାରା, ୨୩ ଚାପ୍ଟର ଏବଂ ୧୬ ଅନୁସୂଚୀ ସାମିଲ ରହିଛି । ବର୍ତ୍ତମାନରେ ପ୍ରଚଳିତ ଆୟକର ବିଲ୍‌ ୧୯୬୧ରେ ୨୯୮ ଧାରା,

ନୂଆ ଆୟକର ବିଲ୍ ଲୋକସଭାରେ ଆଗତ, ବିଧେୟକରେ ରହିଛି ୫୩୬ ଧାରା

ନୂଆଦିଲ୍ଲୀ: ନୂତନ ଆୟକର ବିଲ୍ (ଇନ୍‌କମ୍ ଟ୍ୟାକ୍ସ ବିଲ୍, ୨୦୨୫) ଗୁରୁବାର ଲୋକସଭାରେ ଆଗତ ହୋଇଛି । ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ପରେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବିଲ୍ ଉପସ୍ଥାପନ କରିଛନ୍ତି । ଏହି ବିଧେୟକ ଉପରେ ଅଧିକ ବିଚାର-ବିମର୍ଶ କରିବା ପାଇଁ ସଂସଦର ସ୍ଥାୟୀ ସମିତିକୁ ପଠାଯିବ । ନୂଆ ଆୟକର ବିଲ୍ ୨୦୨୬ ଏପ୍ରିଲ୍ ୧ରେ ଲାଗୁ ହେବା ନେଇ ଆଶା କରାଯାଉଛି ।

ନୂତନ ଆୟକର ବିଲ୍‌ରେ ସାଧାରଣ ଲୋକଙ୍କ ପାଇଁ ଇନ୍‌କମ୍ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି । ଏହି ବିଲ୍, ବର୍ତ୍ତମାନରେ ପ୍ରଚଳିତ ଆୟକର ଟିକସ ଆକ୍ସ ୧୯୬୧ର ସ୍ଥାନ ନେବ । ନୂଆ ବିଲ୍‌ରେ ମୋଟ ୫୩୬ ଧାରା ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ ବେଳେ ନୂଆ ଆୟକର ଆଇନ ଆସିବା ନେଇ ଘୋଷଣା କରିଥିଲେ ।

ନୂଆ ବିଲ୍‌ର ଉଦ୍ଦେଶ୍ୟ କଠିନ ଶବ୍ଦ ଏବଂ ଆବଶ୍ୟକ ନଥିବା ଆଇନକୁ ହଟାଇ, ଛୋଟ ଏବଂ ସରଳ କରିବା । ଉଦାହରଣ ପାଇଁ ଏଥିରେ 'ଟ୍ୟାକ୍ସ ଇୟର' ନାଁରେ ଏକ ନୂଆ ଶବ୍ଦ ବ୍ୟବହାର କଥା ଉଲ୍ଲେଖ ରହିଛି, ଯାହା 'ପ୍ରିଭିୟସ ଇୟର' ଏବଂ 'ଆସେସମେଣ୍ଟ ଇୟର' ପରି ଜଟିଳ ଶବ୍ଦକୁ ସ୍ଥାନ ନେବ  ।

ନୂଆ ଇନ୍‌କମ୍ ଟ୍ୟାକ୍ସ ବିଲ୍‌ରେ ମୋଟ ୬୨୨ ପୃଷ୍ଠା ରହିବ । ଏଥିରେ ୫୩୬ ଧାରା, ୨୩ ଚାପ୍ଟର ଏବଂ ୧୬ ଅନୁସୂଚୀ ସାମିଲ ରହିଛି । ବର୍ତ୍ତମାନରେ ପ୍ରଚଳିତ ଆୟକର ବିଲ୍‌ ୧୯୬୧ରେ ୨୯୮ ଧାରା, ୨୩ ଚାପ୍ଟର ଏବଂ ୧୪ ଅନୁସୂଚୀ ରହିଛି । ଆୟକର ବିଲ୍‌ ୧୯୬୧ରେ ମୋଟ ୮୮୦ ପୃଷ୍ଠା ଥିଲା । ଏହାସହ ଆୟକର ଅଧିନିୟମ ୧୯୬୧ରେ ଅନେକ ଥର ବ୍ୟବହାର କରାଯାଇଥିବ ଶବ୍ଦ ‘ବାବଜୁଦ’କୁ ନୂଆ ବିଧେୟକରୁ ହଟାଯାଇଛି ଏବଂ ଏହା ସ୍ଥାନରେ ପ୍ରାୟ ସବୁ ସ୍ଥାନରେ ‘ଅପରିହାର୍ଯ୍ୟ’ ଶବ୍ଦ ବ୍ୟବହାର କରାଯାଇଛି ।