ପାଠକଙ୍କ ଦ୍ୱାରା ଆଦୃତ ହୋଇଛି ‘ଦାରିଙ୍ଗବାଡି ଅଭୁଲା ସ୍ମୃତି’ ପୁସ୍ତକ
ଦାରିଙ୍ଗବାଡି, ୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ରବିବାର ସାହିତ୍ୟ କାର୍ଯ୍ୟକ୍ରମ ତଥା ପୁସ୍ତକ ସମୀକ୍ଷା ସମାରୋହ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ସଂଯୋଜକ ତଥା ବରିଷ୍ଠ କବି, ସାହିତି୍ୟକ ବିଦେଶୀ ନାୟକଙ୍କ ସଂଯୋଜନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ତହସିଲଦାର ଶରତ ଶବର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ଆଲୋଚକ […] The post ପାଠକଙ୍କ ଦ୍ୱାରା ଆଦୃତ ହୋଇଛି ‘ଦାରିଙ୍ଗବାଡି ଅଭୁଲା ସ୍ମୃତି’ ପୁସ୍ତକ appeared first on Dharitri Odia News.
ଦାରିଙ୍ଗବାଡି, ୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ରବିବାର ସାହିତ୍ୟ କାର୍ଯ୍ୟକ୍ରମ ତଥା ପୁସ୍ତକ ସମୀକ୍ଷା ସମାରୋହ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ସଂଯୋଜକ ତଥା ବରିଷ୍ଠ କବି, ସାହିତି୍ୟକ ବିଦେଶୀ ନାୟକଙ୍କ ସଂଯୋଜନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଅନ୍ୟ ଅତିଥିଙ୍କ ମଧ୍ୟରେ ତହସିଲଦାର ଶରତ ଶବର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ଆଲୋଚକ ଡ. ମଧୁସୂଦନ ମହାପାତ୍ର, ଡ. ନଳିନୀ କୁମାର ପାଣିଗ୍ରାହୀ ଯୋଗଦେଇ ପୁସ୍ତକ ‘ଦାରିଙ୍ଗବାଡି ଅଭୁଲା ସ୍ମୃତି’ ପୁସ୍ତକର ସମୀକ୍ଷା ଓ ଆଲୋଚନା କରିଥିଲେ। ଉକ୍ତ ପୁସ୍ତକ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ ଦ୍ୱାରା ରଚନା କରାଯାଇଛି। ଦାରିଙ୍ଗବାଡିର ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ବିଭିନ୍ନ ବିକାଶ ଓ ଅଧୁରା ରହିଯାଇଥିବା ବିଭିନ୍ନ କ୍ଷେତ୍ରର ବିକାଶ ଆଦି ସମ୍ପର୍କରେ ଉଲ୍ଲେଖ କରାଯାଇଛି ସେ ସମ୍ପର୍କରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଅବଦାନ ଓ ଅଭୁଲା ସ୍ମୃତିକୁ ନେଇ ଉକ୍ତ ପୁସ୍ତଟିରେ ସ୍ଥାନ ଦେଇଛନ୍ତି, ଯାହାକି ପାଠକଙ୍କୁ ବହୁତ ଆଦୃତ କରୁଥିବା ଆଲୋଚକ ମାନେ ନିଜ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଅନେକ କବୟିତ୍ରୀ, କବି ସାହିତି୍ୟକ ଯୋଗଦେଇ ଦାରିଙ୍ଗବାଡି ଅଭୁଲା ସ୍ମୃତି ସମ୍ପର୍କରେ ଆଲୋଚନା କରିବା ସହ କବିତା ପାଠ କରିଥିଲେ। ଅନ୍ୟ ଅତିଥିକ ମଧ୍ୟରେ ବାଲିଗୁଡ଼ାରୁ ବରିଷ୍ଠ ଓକିଲ କୌଶିକ ସାହୁଙ୍କ ସମେତ ଫୁଲବାଣୀରୁ ରବୀନ୍ଦ୍ରନାଥ ମିଶ୍ର,ସସ୍ମିତା ପଣ୍ଡା, ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିୟାରସିଂ,ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ. ଭାସ୍କର ନାୟକ,ଫିରିଙ୍ଗିଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ମିଶ୍ର, ବନବିହାରୀ ନନ୍ଦ,ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ,ଜ୍ୟୋର୍ତିମୟୀ କଂହର, ଡ. ପ୍ରତାପ କୁମାର ବେହେରା,ହରପ୍ରିୟା ମିଶ୍ର,ପତିତପାବନ ରାଉତ,ପ୍ରସନ୍ନ କୁମାର ପଣ୍ଡା,ସୁସ୍ମିତା ପାତ୍ର, ଅରୁଣ କୁମାର ସାହୁ,ବିଶ୍ୱଜିତ ଜାଲି,ଅଧ୍ୟାପିକା ସସ୍ମିତା ସାମନ୍ତ ପ୍ରମୁଖ ଆଲୋଚନା କରିଥିଲେ।
The post ପାଠକଙ୍କ ଦ୍ୱାରା ଆଦୃତ ହୋଇଛି ‘ଦାରିଙ୍ଗବାଡି ଅଭୁଲା ସ୍ମୃତି’ ପୁସ୍ତକ appeared first on Dharitri Odia News.