୪.୬୫ କୋଟି ଭୋଟ ହେରଫେର ହୋଇ ନଥିଲେ କେନ୍ଦ୍ରରେ I N D I A ମେଣ୍ଟର ସରକାର ହୋଇଥାନ୍ତା: ରିପୋର୍ଟ

ନୂଆଦିଲ୍ଲୀ : ଏକ ରିପୋର୍ଟର ଉଲ୍ଲେଖ କରି କଂଗ୍ରେସ ଗତ ଲୋକସଭା ନିର୍ବାଚନର ପ୍ରାରମ୍ଭିକ ଓ ଚୂଡ଼ାନ୍ତ ଗଣତି ମଝିରେ ପାଖାପାଖି ୪.୬୫ କୋଟି ଭୋଟରେ  ବିସଂଗତିର ଅଭିଯୋଗ ଆଣିଛି। ଯାହା ସମ୍ପର୍କରେ କଂଗ୍ରେସ ଦାବି କରିଛି ଯେ ଏହି ଭୋଟ ଯଦି ‘ଇଣ୍ଡି’ ମେଣ୍ଟକୁ ମିଳିଥାନ୍ତା ତେବେ ସଂସଦରେ ମେଣ୍ଟର ଅଧିକ ଆସନ ଥାନ୍ତା। କଂଗ୍ରେସ ଏହି ଦାବି ‘ଭୋଟ ଫର ଡେମୋକ୍ରାସୀ’ ଦ୍ୱାରା ଜାରି ‘ଲୋକସଭା ନିର୍ବାଚନ ୨୦୨୪ର ସଞ୍ଚାଳନ’ ରିପୋର୍ଟ ଆଧାରରେ କରିଛି। ଏହି ରିପୋର୍ଟ ଅନେକ ଦିନରୁ ସାର୍ବଜନିକ ହେଲାଣି, ହେଲେ ମୁଖ୍ୟ ଗଣମାଧ୍ୟମ ସ୍ରୋତ ଏହା ଉପରେ ନିରବତା ଅବଲମ୍ବନ କରିଛି। ଏହାକୁ ନେଇ ଏପର୍ଯ୍ୟନ୍ତ କେଉଁଠି ହେଲେ ବିତର୍କ ବି ହେଉନି। ଭୋଟ ଫର ଡେମୋକ୍ରାସୀ ରିପୋର୍ଟରେ ୨୦୨୪ ଲୋକସଭା ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରାରମ୍ଭିକ ମତଦାନ ତଥ୍ୟରୁ ନେଇ ଚୂଡ଼ାନ୍ତ ମତଦାନ ତଥ୍ୟ ମଧ୍ୟରେ ୪.୬୫ କୋଟି ଭୋଟର ହେରଫେର ଯୋଗୁ ଦେଶର ୧୫ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୭୯ଟି ଆସନ ମିଳିଛି। ହେରାଫେରି ଯୋଗୁ ଭୋଟ ବୃଦ୍ଧି କାରଣରୁ ଏନଡିଏ ମହାରାଷ୍ଟ୍ରରେ ୧୧ଟି  ଲୋକସଭା ଆସନ ଜିତିଛି। ଅର୍ଥାତ ଭୋଟ ହେରଫେର ହୋଇ ନଥିଲେ ମହାରାଷ୍ଟ୍ରରେ ୯ଟି ଲୋକସଭା ଆସନ ଜିତିଥିବା ବିଜେପି ଗୋଟିଏ ବି ଆସନ ପାଇ ପାରିନଥାନ୍ତା। ମହାରାଷ୍ଟ୍ରରେ ଲୋକଙ୍କ ଆକ୍ରୋଶ ଅଜିତ ପାୱାର ଓ ତାଙ୍କ ଏନସିପିକୁ ବହିଷ୍

୪.୬୫ କୋଟି ଭୋଟ ହେରଫେର ହୋଇ ନଥିଲେ କେନ୍ଦ୍ରରେ I N D I A ମେଣ୍ଟର ସରକାର ହୋଇଥାନ୍ତା: ରିପୋର୍ଟ

ନୂଆଦିଲ୍ଲୀ : ଏକ ରିପୋର୍ଟର ଉଲ୍ଲେଖ କରି କଂଗ୍ରେସ ଗତ ଲୋକସଭା ନିର୍ବାଚନର ପ୍ରାରମ୍ଭିକ ଓ ଚୂଡ଼ାନ୍ତ ଗଣତି ମଝିରେ ପାଖାପାଖି ୪.୬୫ କୋଟି ଭୋଟରେ  ବିସଂଗତିର ଅଭିଯୋଗ ଆଣିଛି। ଯାହା ସମ୍ପର୍କରେ କଂଗ୍ରେସ ଦାବି କରିଛି ଯେ ଏହି ଭୋଟ ଯଦି ‘ଇଣ୍ଡି’ ମେଣ୍ଟକୁ ମିଳିଥାନ୍ତା ତେବେ ସଂସଦରେ ମେଣ୍ଟର ଅଧିକ ଆସନ ଥାନ୍ତା। କଂଗ୍ରେସ ଏହି ଦାବି ‘ଭୋଟ ଫର ଡେମୋକ୍ରାସୀ’ ଦ୍ୱାରା ଜାରି ‘ଲୋକସଭା ନିର୍ବାଚନ ୨୦୨୪ର ସଞ୍ଚାଳନ’ ରିପୋର୍ଟ ଆଧାରରେ କରିଛି। 

ଏହି ରିପୋର୍ଟ ଅନେକ ଦିନରୁ ସାର୍ବଜନିକ ହେଲାଣି, ହେଲେ ମୁଖ୍ୟ ଗଣମାଧ୍ୟମ ସ୍ରୋତ ଏହା ଉପରେ ନିରବତା ଅବଲମ୍ବନ କରିଛି। ଏହାକୁ ନେଇ ଏପର୍ଯ୍ୟନ୍ତ କେଉଁଠି ହେଲେ ବିତର୍କ ବି ହେଉନି। ଭୋଟ ଫର ଡେମୋକ୍ରାସୀ ରିପୋର୍ଟରେ ୨୦୨୪ ଲୋକସଭା ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରାରମ୍ଭିକ ମତଦାନ ତଥ୍ୟରୁ ନେଇ ଚୂଡ଼ାନ୍ତ ମତଦାନ ତଥ୍ୟ ମଧ୍ୟରେ ୪.୬୫ କୋଟି ଭୋଟର ହେରଫେର ଯୋଗୁ ଦେଶର ୧୫ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୭୯ଟି ଆସନ ମିଳିଛି। 

ହେରାଫେରି ଯୋଗୁ ଭୋଟ ବୃଦ୍ଧି କାରଣରୁ ଏନଡିଏ ମହାରାଷ୍ଟ୍ରରେ ୧୧ଟି  ଲୋକସଭା ଆସନ ଜିତିଛି। ଅର୍ଥାତ ଭୋଟ ହେରଫେର ହୋଇ ନଥିଲେ ମହାରାଷ୍ଟ୍ରରେ ୯ଟି ଲୋକସଭା ଆସନ ଜିତିଥିବା ବିଜେପି ଗୋଟିଏ ବି ଆସନ ପାଇ ପାରିନଥାନ୍ତା। ମହାରାଷ୍ଟ୍ରରେ ଲୋକଙ୍କ ଆକ୍ରୋଶ ଅଜିତ ପାୱାର ଓ ତାଙ୍କ ଏନସିପିକୁ ବହିଷ୍କାର କରିଦେଇଛି। ରିପୋର୍ଟରେ ମତଦାନ ଓ ଗଣନାରେ ହୋଇଥିବା ହେରଫେର ଏବଂ ବିସଙ୍ଗତିକୁ ବିଶ୍ଲେଷଣ କରାଯାଇଛି। ରିପୋର୍ଟରେ ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ମତଦାନ ପ୍ରତିଶତ ବୃଦ୍ଧି କରାଯିବା ସହିତ ନିର୍ବାଚନରେ ଦିଆଯାଇଥିବା ମୋଟ ଭୋଟ ଓ ଗଣାଯାଇଥିବା ମୋଟ ଭୋଟ ମଧ୍ୟରେ ବିସଙ୍ଗତିକୁ ନେଇ ଉଦବେଗ ପ୍ରକାଶ କରାଯାଇଛି। 

ଭୋଟ ଫର ଡେମୋକ୍ରାସୀ ନିର୍ବାଚନ ଫଳାଫଳ ଓ ମତଦାନ ପ୍ରତିଶତର ନ୍ୟୁମେରିକ(ସଂଖ୍ୟାତ୍ମକ) ବିଶ୍ଲେଷଣ କରିଛନ୍ତି। ୭ଟି ପର୍ଯ୍ୟାୟରେ ପ୍ରାରମ୍ଭିକ ଭୋଟଗଣନା ତଥ୍ୟରୁ ନେଇ ଚୂଡାନ୍ତ ମତଦାନ ତଥ୍ୟ ପର୍ଯ୍ୟନ୍ତ ୪,୬୫,୪୬,୮୮୫ ଭୋଟ ନିର୍ବାଚନ ଆୟୋଗ ବଢାଇଛନ୍ତି। ଏହି ବୃଦ୍ଧି ହାର ୩.୨ ପ୍ରତିଶତରୁ ନେଇ ୬.୩୨ ପ୍ରତିଶତ ସବୁ ନିର୍ବାଚନମଣ୍ଡଳିରେ ରେକର୍ଡ କରାଯାଇଛି। ଏଥିରେ ଏହା ମଧ୍ୟ ଆଲୋକପାତ କରାଯାଇଛି ଯେ ଏହି ଅନ୍ତର ଆନ୍ଧ୍ରପ୍ରଦେଶରେ ୧୨.୫୪ ପ୍ରତିଶତ ହୋଇଥିବା ବେଳେ ଓଡିଶାରେ ୧୨.୪୮ ପ୍ରତିଶତ ପର୍ଯ୍ୟନ୍ତ ହୋଇଥିଲା। 

ଉଭୟ ରାଜ୍ୟରେ ସରକାର ବଦଳିଛନ୍ତି ଓ ବିଜେପି ସହଯୋଗୀ ଦଳଙ୍କୁ ଶାସନ କ୍ଷମତା ମିଳିଛି। ରିପୋର୍ଟରେ ଦାବି କରାଯାଇଛି ଯେ ମତଦାନ ହାର ବଢାଇବା ଯୋଗୁ କ୍ଷମତାସୀନ ସରକାର ଅର୍ଥାତ ଏନଡିଏକୁ ଲାଭ ମିଳିଛି। ରିପୋର୍ଟରେ ଅଭିଯୋଗ କରାଯାଇଛି ଯେ ଭୋଟ ପ୍ରତିଶତରେ ଅଭୂତପୂର୍ବ ବୃଦ୍ଧି ଯୋଗୁ ସାରା ଦେଶରେ ବିଜେପି ନେତୃତ୍ୱର ଏନଡିଏକୁ ୭୯ଟି ଆସନ ମିଳିଛି। ଏଥିରେ ଓଡିଶାର ୧୮, ମହାରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୧୦, ଆନ୍ଧ୍ରପ୍ରଦେଶର ୭, କର୍ଣ୍ଣାଟକର ୬, ଛତିଶଗଡର ୫, ରାଜସ୍ଥାନର ୫, ବିହାର, ହରିୟାଣା, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ୩ଟି ଲେଖାଏଁ ଆସନ ମିଳିଥିବା ବେଳେ ଆସାମରେ ୨, ଅରୁଣାଚଳ ପ୍ରଦେଶ, ଗୁଜରାଟ ଓ କେରଳରେ ଗୋଟିଏ ଲେଖାଏଁ ସିଟ୍ ରହିଛି। 

ଆଇଆଇଏମ ଅହମ୍ମଦାବାଦର ରିଟାୟାର୍ଡ ପ୍ରଫେସର ଓ ଭାରତର ନିର୍ବାଚନ ଉପରେ ନଜର ରଖିବା ପାଇଁ ଗଠିତ ସ୍ୱତନ୍ତ୍ର ପ୍ୟାନେଲର ସଦସ୍ୟ ସେବେଷ୍ଟିୟନ ମରିସ କହିଛନ୍ତି ଯେ ଏହି ୭୯ଟି ଲୋକସଭା କ୍ଷେତ୍ରରେ ଭୋଟ ବୃଦ୍ଧି ତୁଳନାରେ ବିଜୟର ଅନ୍ତର ବହୁତ କମ ରହିଛି। ତେବେ ଏହି ସିଟ୍‌ ଗୁଡିକର ପାଟର୍ଣ୍ଣ କହୁଛି ଯେ ଏଠାରେ ବିଜୟର ଅନ୍ତର ବହୁତ ବଡ଼, ପରିବର୍ତ୍ତନ ଦୀର୍ଘ ସମୟ ପରେ ଆସିଛି ଓ ଏହା ସେହି ସବୁ ନିର୍ବାଚନ କ୍ଷେତ୍ରରେ ଦେଖାଯାଇଛି ଯେଉଁଠି କଣ୍ଟାର ଟକ୍କର ଥିଲା। ସେବେଷ୍ଟିୟନ କହିଛନ୍ତି ଯେ ଏହା ଏକ ବହୁତ ବଡ଼ ପୂର୍ବାଗ୍ରହ ଓ ଏହା  ସାମ୍ନାକୁ ଆସିଛି। 

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ପାଖାପାଖି ୨୫ଟି ସିଭିଲ ସୋସାଇଟି ସଙ୍ଗଠନ  ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଏକ ନୋଟିସ୍ ଜାରି କରି କଥିତ ଅନିୟମିତତା, ଭୋଟ ହେରଫେର, ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନର ଯାଞ୍ଚ ଦାବି କରିଛନ୍ତି। ନୋଟିସ୍ ରେ ନିର୍ବାଚନ କମିଶନମାନଙ୍କ ନିଯୁକ୍ତିରେ ପକ୍ଷପାତ, ପଞ୍ଜିକରଣ ଓ ଗଣନାରେ ହେରାଫେରି, ଆତାର୍କିକ ନିର୍ବାଚନ ତାରିଖ ଓ ଅରାଜକ ସମୟ ନିର୍ଦ୍ଧାରଣ, ଭୋଟିଂ ଏଜେଣ୍ଟଙ୍କୁ ଫର୍ମ-୧୭ ଯୋଗାଇ ଦିଆନଯିବା ଓ ଭୋଟର ଟର୍ଣ୍ଣାଉଟ ଜାରି କରାଯିବାରେ ବିଳମ୍ବ ଅଭିଯୋଗ ଉପରେ ସ୍ପଷ୍ଟିକରଣ ମଗାଯାଇଛି। 

ଭୋଟ ଫର ଡେମୋକ୍ରାସୀର ତିସ୍ତା ସୀତଲୱାଡ କହିଛନ୍ତି ଯେ ମହାରାଷ୍ଟ୍ରରେ ଆସନ ସଂଖ୍ୟା ଦ୍ୱିତୀୟ ସର୍ବାଧିକ, ଯେଉଁଠି ପ୍ରାରମ୍ଭିକ ଓ ଚୂଡ଼ାନ୍ତ ମତଦାନରେ ବଡ଼ ଅନ୍ତର ଦେଖାଯାଇଛି। ଭୋଟ ଗ୍ରହଣ ସହିତ ଭୋଟ ଗଣନା ଦିନ ମଧ୍ୟ ନିର୍ବାଚନ ଆୟୋଗଙ୍କ ଆଚରଣ ସନ୍ଦିଗ୍ଧ ଥିଲା। ଆମେ ଜାଣିଛୁ ଏହି ବୃଦ୍ଧି ଜାଣିଶୁଣି କରାଯାଇଛି। କାରଣ ନିର୍ବାଚନ କମିସନ ନିଯୁକ୍ତି ସମ୍ବଦ୍ଧିତ ଆଇନରେ ସାମାନ୍ୟ ସଂଶୋଧନ କରାଯାଇଥିଲା।