ବାୟୁସେନାର ଏୟାର ଶୋ’ ବେଳେ ଅଘଟଣ, ୩ ଦର୍ଶକ ମୃତ

ଚେନ୍ନାଇ, ୬ା୧୦: ଚେନ୍ନାଇର ମାରିନା ବିଚରେ ଏୟାର ସୋ ଦେଖିବା ପାଇଁ ଯାଇଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ, ହିଟ୍ ଷ୍ଟ୍ରୋକ ଏମାନଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ନାମ ପେରୁଙ୍ଗାଲାଥୁର ଶ୍ରୀନିବାସନ୍ (୪୮), ତିରୁଭୋଟିୟୁର କାର୍ତ୍ତିକେୟାନ୍ (୩୪) ଏବଂ କୋରୁକୁପେଟର ଜନ୍ (୫୬) ବୋଲି ଜଣାପଡିଛି। କୁହାଯାଉଛି ଯେ, ଟ୍ରାଫିକ ଅଧିକାରୀଙ୍କ ଖରାପ ଯୋଜନା କାରଣରୁ ଚେନ୍ନାଇରେ ଲକ୍ଷାଧିକ […] The post ବାୟୁସେନାର ଏୟାର ଶୋ’ ବେଳେ ଅଘଟଣ, ୩ ଦର୍ଶକ ମୃତ appeared first on Dharitri Odia News.

ବାୟୁସେନାର ଏୟାର ଶୋ’ ବେଳେ ଅଘଟଣ, ୩ ଦର୍ଶକ ମୃତ

ଚେନ୍ନାଇ, ୬ା୧୦: ଚେନ୍ନାଇର ମାରିନା ବିଚରେ ଏୟାର ସୋ ଦେଖିବା ପାଇଁ ଯାଇଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ, ହିଟ୍ ଷ୍ଟ୍ରୋକ ଏମାନଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ନାମ ପେରୁଙ୍ଗାଲାଥୁର ଶ୍ରୀନିବାସନ୍ (୪୮), ତିରୁଭୋଟିୟୁର କାର୍ତ୍ତିକେୟାନ୍ (୩୪) ଏବଂ କୋରୁକୁପେଟର ଜନ୍ (୫୬) ବୋଲି ଜଣାପଡିଛି।

କୁହାଯାଉଛି ଯେ, ଟ୍ରାଫିକ ଅଧିକାରୀଙ୍କ ଖରାପ ଯୋଜନା କାରଣରୁ ଚେନ୍ନାଇରେ ଲକ୍ଷାଧିକ ଲୋକେ ଫସି ରହିଥିଲେ। ସହରର ଅନେକ ସ୍ଥାନରେ ଏପରି ଘଟଣା ସାମ୍ନାକୁ ଆସିଥିଲା। ଯେଉଁଠି ଲୋକେ ଘଣ୍ଟା ଫସି ରହିଥିଲେ। ଅନ୍ୟପଟେ ଯେଉଁଠି କାର୍ଯ୍ୟକ୍ରମ ହେଉଥିଲା, ଅର୍ଥାତ ମାରିନା ବେଳାଭୂମିରେ ଏକତ୍ରିତ ଲୋକେ କାର୍ଯ୍ୟକ୍ରମ ପରେ ସେଠାରୁ ଫେରିବା ପାଇଁ ବହୁତ ସଂଘର୍ଷ କରିଥିଲେ।

ସୂଚନା ଅନୁଯାୟୀ, ୧୬ ଲକ୍ଷ ଲୋକଙ୍କୁ ଏକାଠି କରି ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଏୟାର ଶୋ’ ସକାଳ ୧୧ ଟାରୁ ଆରମ୍ଭ ହୋଇ ଦିନ ୧ ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଯେଉଁଥି ପାଇଁ ସକାଳ ୮   ଟା ସୁଦ୍ଧା ହଜାର ହଜାର ଲୋକ ଉଜ୍ଜଳ ସୂର୍ଯ୍ୟ ତଳେ ଏକାଠି ହୋଇଥିଲେ। କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଅନେକ ବୟସ୍କ ବ୍ୟକ୍ତି ପ୍ରବଳ ଗରମ ହେତୁ ବେହୋସ ହୋଇଯାଇଥିଲେ।

ଏଭଳି ସମୟରେ ଭିଡ଼କୁ ଦେଖି ନିକଟସ୍ଥ ଜଳ ବିକ୍ରେତାଙ୍କୁ ହଟାଇ ଦିଆଯାଇଥିଲା, ଯେଉଁ କାରଣରୁ ଉପସ୍ଥିତ ଲୋକମାନେ ପାନୀୟ ଜଳ ପାଇପାରିନଥିଲେ। ଶୋ’ ଶେଷ ହେବା ମାତ୍ରେ ବିରାଟ ସଂଖ୍ୟାରେ ଜନତା କାମାରାଜର ସାଲାଇ ଆଡକୁ ଯିବାକୁ ଚେଷ୍ଟା କରି ଟ୍ରାଫିକକୁ ସମ୍ପୂର୍ଣ୍ଣ ଅବରୋଧ କରିଥିଲେ। ଅନେକ ଲୋକ ପ୍ରବଳ ଗରମ ଏବଂ ଭିଡ଼ରେ ଥକି ଯାଇ ରାସ୍ତା କଡ଼ରେ ବସିଥିଲେ।

ତେବେ ସମୁଦ୍ର କୂଳରେ ରହୁଥିବା ଲୋକମାନେ ସାହାଯ୍ୟ କରିବାକୁ ଆଗେଇ ଆସି ଲୋକମାନଙ୍କୁ ପାନୀୟ ଜଳ ଯୋଗାଉଥିଲେ। ଏହି ସମୟରେ, ମେଟ୍ରୋ ଷ୍ଟେସନରେ ଭିଡ଼ ବହୁତ ବୃଦ୍ଧି ପାଇଥିଲା କାରଣ ଲୋକମାନେ ଘରକୁ ଫେରିବା ପାଇଁ ବିକଳ୍ପ ଉପାୟ ଖୋଜୁଥିଲେ।

ପୋଲିସ କହିବା ମୁତାବକ ମାରିନା ବେଳାଭୂମି ନିକଟସ୍ଥ ଲାଇଟହାଉସ ମେଟ୍ରୋ ଷ୍ଟେସନ ନିକଟରେ ଲୋକଙ୍କ ଭିଡ ଏମିତି ଜମିଥିଲା ଯେ, ପାଦ ପକାଇବାକୁ ଜାଗ ନଥିଲା। ଏହି ଘଟଣା ପରେ ଲୋକମାନେ ଯୋଜନା ଏବଂ ପ୍ରସ୍ତୁତିର ଅଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ଏୟାର ଶୋ’ରେ ସ୍ପେଶାଲ୍ ଗରୁଡ଼ ଫୋର୍ସ କମାଣ୍ଡୋଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଏଥିରେ ରାଫେଲ ସମେତ ୭୨ ଟି ବିମାନ, ଅତ୍ୟାଧୁନିକ ଭାବରେ ନିର୍ମିତ ଅତ୍ୟାଧୁନିକ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍, ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରାକାନ୍ ଏବଂ ହେରିଟେଜ୍ ବିମାନ ଡାକୋଟା ମଧ୍ୟ ପ୍ରଦର୍ଶିତ ହୋଇଥିଲା। ୨୦୨୪ ର ବହୁ ପ୍ରତୀକ୍ଷିତ ଏୟାର ଶୋ’ ଦେଖିବା ପାଇଁ ପ୍ରାୟ ୧୫ ଲକ୍ଷ ଲୋକ ସମୁଦ୍ର କୂଳରେ ଏକାଠି ହୋଇଥିଲେ।

The post ବାୟୁସେନାର ଏୟାର ଶୋ’ ବେଳେ ଅଘଟଣ, ୩ ଦର୍ଶକ ମୃତ appeared first on Dharitri Odia News.