ପରକୀୟା ପ୍ରୀତିରୁ ଝୁଲିପଡ଼ିଲେ ସ୍ତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଦେଇ ଗଲେ ମୋ’ ସ୍ବାମୀ ଆଉ ପ୍ରେମିକା ମିଶି…

ଭବାନୀପାଟଣା,୨୦।୭(ଉତ୍ତମ କୁମାର ଦାଶ): ସ୍ବାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯାତନା ଦେବା ଶେଷରେ ନିର୍ଯାତନା ସହି ନ ପାରି ବାପଘରେ ଆତ୍ମହତ୍ୟା କରି ସୁଇସାଇଡ୍‌ ନୋଟ୍‌ରେ ସ୍ବାମୀ ଆଉ ପ୍ରେମିକାଙ୍କୁ ଦାୟୀ କରି ନ୍ୟାୟ ମାଗିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଧୋବାପଡ଼ାରେ। ରବିବାର ସକାଳୁ ଏହି ପଡ଼ାରେ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହକୁ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା […] The post ପରକୀୟା ପ୍ରୀତିରୁ ଝୁଲିପଡ଼ିଲେ ସ୍ତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଦେଇ ଗଲେ ମୋ’ ସ୍ବାମୀ ଆଉ ପ୍ରେମିକା ମିଶି… appeared first on Dharitri Odia News.

ପରକୀୟା ପ୍ରୀତିରୁ ଝୁଲିପଡ଼ିଲେ ସ୍ତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଦେଇ ଗଲେ ମୋ’ ସ୍ବାମୀ ଆଉ ପ୍ରେମିକା ମିଶି…

ଭବାନୀପାଟଣା,୨୦।୭(ଉତ୍ତମ କୁମାର ଦାଶ): ସ୍ବାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯାତନା ଦେବା ଶେଷରେ ନିର୍ଯାତନା ସହି ନ ପାରି ବାପଘରେ ଆତ୍ମହତ୍ୟା କରି ସୁଇସାଇଡ୍‌ ନୋଟ୍‌ରେ ସ୍ବାମୀ ଆଉ ପ୍ରେମିକାଙ୍କୁ ଦାୟୀ କରି ନ୍ୟାୟ ମାଗିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଧୋବାପଡ଼ାରେ। ରବିବାର ସକାଳୁ ଏହି ପଡ଼ାରେ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହକୁ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଶ୍ୟାମଲ କୁମାର ବେହେରା ଗତ ୨୦୨୩ରେ ଭବାନୀପାଟଣା ଧୋବାପଡ଼ାର ଜିତେନ୍ଦ୍ର ସେଠୀଙ୍କ ଝିଅ ସ୍ନେହାକୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ସ୍ବାମୀ ଶ୍ୟାମଲ ଅନ୍ୟ ଝିଅ ସହ ସମ୍ପର୍କ ଥିବା ଜାଣିବା ପରେ ସ୍ନେହା ସେଠାରୁ ବାପଘର ଭବାନୀପାଟଣାକୁ ଚାଲି ଆସିଥିଲେ। ତେବେ ସ୍ବାମୀ ଶ୍ୟାମଲଙ୍କ ପ୍ରେମିକା ଫୋନ୍‌ ଯୋଗେ ତାଙ୍କୁ ଅସହ୍ୟ ଭାଷାରେ ଗାଳିଗୁଲଜ କରିବାରୁ ତାହା ସହି ନ ପାରି ମୋର ଝିଅ ଆତ୍ମହତ୍ୟା କରିଥିବା ନେଇ ବାପା ଜିତେନ୍ଦ୍ର ଭବାନୀପାଟଣା ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ଟାଉନଥାନା ପୋଲିସ ମୃତ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

The post ପରକୀୟା ପ୍ରୀତିରୁ ଝୁଲିପଡ଼ିଲେ ସ୍ତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଦେଇ ଗଲେ ମୋ’ ସ୍ବାମୀ ଆଉ ପ୍ରେମିକା ମିଶି… appeared first on Dharitri Odia News.