ବିଜେଡିରେ ବିଭୀଷଣ କିଏ? ବଡ଼ କଥା କହିଦେଲେ ଅମରେଶ
ଭୁବନେଶ୍ୱର,୩।୭: ବିଜେଡିରେ ବିଭୀଷଣ କିଏ? ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଦଳରେ ବିଭୀଷଣ ଅଛନ୍ତି ବୋଲି ପ୍ରତାପ ଦେବଙ୍କ ଘରେ ଚାଲିଥିବା ବୈଠକରୁ ବାହାରିବା ପରେ ଅମରେଶ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, କିଛି ଦଳୀୟ ନେତା ବିଜେଡି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଦଳରେ ବିଭୀଷଣ ଅଛନ୍ତି। କିନ୍ତୁ ସବୁଠି ବିଜେଡି ଏକଜୁଟ୍ ଅଛି। ବୁଧବାର ପ୍ରତାପ ଦେବଙ୍କ […] The post ବିଜେଡିରେ ବିଭୀଷଣ କିଏ? ବଡ଼ କଥା କହିଦେଲେ ଅମରେଶ appeared first on Dharitri Odia News.
ଭୁବନେଶ୍ୱର,୩।୭: ବିଜେଡିରେ ବିଭୀଷଣ କିଏ? ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଦଳରେ ବିଭୀଷଣ ଅଛନ୍ତି ବୋଲି ପ୍ରତାପ ଦେବଙ୍କ ଘରେ ଚାଲିଥିବା ବୈଠକରୁ ବାହାରିବା ପରେ ଅମରେଶ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, କିଛି ଦଳୀୟ ନେତା ବିଜେଡି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଦଳରେ ବିଭୀଷଣ ଅଛନ୍ତି। କିନ୍ତୁ ସବୁଠି ବିଜେଡି ଏକଜୁଟ୍ ଅଛି।
ବୁଧବାର ପ୍ରତାପ ଦେବଙ୍କ ବାସଭବନରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠି ହୋଇଛି। ବୈଠକରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତଙ୍କ ସହ କିଛି କର୍ପୋରେଟର ମଧ୍ୟ ଉପସ୍ଥିତ ଥିଲେ।
The post ବିଜେଡିରେ ବିଭୀଷଣ କିଏ? ବଡ଼ କଥା କହିଦେଲେ ଅମରେଶ appeared first on Dharitri Odia News.