୫-୦ରେ ସିରିଜ ବିଜୟୀ ହେଲା ଭାରତ
ସିଲ୍ହେଟ୍,୯ା୫: ସ୍ଥାନୀୟ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୧ରନ୍ରେ ବିଜୟ ହାସଲ କରିବା ସହ ୫ମ୍ୟାଚ ବିଶିଷ୍ଟ ସିରିଜ୫-୦ରେ ଜିତି ନେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଦଳ ୫ଉଇକେଟ ବିନିମୟରେ ୧୫୬ରନ କରିଥିଲା। ଜବାବରେ ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୩୫ ରନ କରିବାରେ ସମର୍ଥ ହୋଇଥିଲା। ଭାରତୀୟ ଇନିଂସରେ ବିଳମ୍ବରେ ରିଚା ଘୋଷଙ୍କ […] The post ୫-୦ରେ ସିରିଜ ବିଜୟୀ ହେଲା ଭାରତ appeared first on Dharitri Odia News.
ସିଲ୍ହେଟ୍,୯ା୫: ସ୍ଥାନୀୟ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୧ରନ୍ରେ ବିଜୟ ହାସଲ କରିବା ସହ ୫ମ୍ୟାଚ ବିଶିଷ୍ଟ ସିରିଜ୫-୦ରେ ଜିତି ନେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଦଳ ୫ଉଇକେଟ ବିନିମୟରେ ୧୫୬ରନ କରିଥିଲା। ଜବାବରେ ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୩୫ ରନ କରିବାରେ ସମର୍ଥ ହୋଇଥିଲା।
ଭାରତୀୟ ଇନିଂସରେ ବିଳମ୍ବରେ ରିଚା ଘୋଷଙ୍କ ବିସ୍ଫୋରକ ଅପରାଜିତ ୨୮ ରନ ଅନ୍ୟତମ। ସେ ୧୭ଟି ବ୍ଲର ସମ୍ମୁଖୀନ ହୋଇ ୩ ଛକା ଓ ଗୋଟିଏ ଚୌକା ଲଗାଇଥିଲେ। ପୂର୍ବରୁ ଦୟାଲାନ ହେମଲତା (୩୭) ଓ ଅଧିନାୟିକା ହରମନପ୍ରୀତ କୌର (୩୦) ତୃତୀୟ ଉଇକେଟରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ୬୦ରନ ଯୋଗ କରିଥିଲେ। ଅନ୍ୟ ସଫଳ ବ୍ୟାଟର ଭାବେ ଓପନର ସ୍ମୃତି ମନ୍ଧାନା ୩୩ ରନ (୨୫ବଲ୍, ୪ ଚୌକା,୧ଛକା) କରିଥିଲେ। ସେ ଓ ଶେଫାଳି ବର୍ମା (୧୪) ପ୍ରଥମ ଉଇକେଟରେ ୨୫ ରନ ଯୋଗ କରିଥିଲେ। ସିରିଜରେ ଭାରତ ସର୍ବାଧିକ ସ୍କୋର କରିପାରିଥିଲା।
ବାଂଲାଦେଶର ଦୁଇ ସଫଳ ବୋଲର ରାବେୟା ଖାନ୍ ଓ ନାହିଦା ଅକ୍ତର ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ। ବାଂଲାଦେଶ ଇନିଂସରେ ଟପ୍ ସ୍କୋରର ରୀତୁ ମୋନି ୩୭ ରନ କରିଥିବାବେଳେ ସୋର୍ଫିଆ ଖାତୁନ ୨୮ ଏବଂ ରୁବିୟା ହାଇଦର ୨୦ ରନ କରିଥିଲେ। ଭାରତ ତରଫରୁ ରାଧା ଯାଦବ ୨୪ ରନ ଦେଇ ୩ ଏବଂ ଆଶା ସୋଭାନା ୨୫ ରନ ଦେଇ ୨ଟି ଉଇକେଟ ନେଇଥିଲେ। ରାଧା ଯାଦବ ଉଭୟ ପ୍ଲେୟର ଅଫ୍ଦି ମ୍ୟାଚ ଓ ସିରିଜ ବିବେଚିତ ହୋଇଥିଲେ।
The post ୫-୦ରେ ସିରିଜ ବିଜୟୀ ହେଲା ଭାରତ appeared first on Dharitri Odia News.