ଆଜି ୫ ଜିଲାରେ ସ୍କୁଲ ଛୁଟି:ଜାଣନ୍ତୁ କେଉଁ କେଉଁ ଜିଲା…
ଭୁବନେଶ୍ୱର,୨୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ବାତ୍ୟା ପାଇଁ ୩ଦିନ ସ୍କୁଲ ବନ୍ଦ ରହିଥିଲା। ଶନିବାର ସ୍କୁଲ ଖୋଲୁଛି। ମାତ୍ର ବର୍ଷା ଲାଗି ରହିଥିବାରୁ ରାଜ୍ୟର ୫ ଜିଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରର ଆକଳନ ଅନୁଯାୟୀ, ଶନିବାର ପ୍ରବଳ ବର୍ଷା ହେବା ନେଇ ୨୧ ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା […] The post ଆଜି ୫ ଜିଲାରେ ସ୍କୁଲ ଛୁଟି:ଜାଣନ୍ତୁ କେଉଁ କେଉଁ ଜିଲା… appeared first on Dharitri Odia News.
ଭୁବନେଶ୍ୱର,୨୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ବାତ୍ୟା ପାଇଁ ୩ଦିନ ସ୍କୁଲ ବନ୍ଦ ରହିଥିଲା। ଶନିବାର ସ୍କୁଲ ଖୋଲୁଛି। ମାତ୍ର ବର୍ଷା ଲାଗି ରହିଥିବାରୁ ରାଜ୍ୟର ୫ ଜିଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରର ଆକଳନ ଅନୁଯାୟୀ, ଶନିବାର ପ୍ରବଳ ବର୍ଷା ହେବା ନେଇ ୨୧ ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଏହି ୫ଟି ଜିଲାର ଜିଲାପାଳ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସୂଚନା ଜାରି କରାଯାଇଛି।
The post ଆଜି ୫ ଜିଲାରେ ସ୍କୁଲ ଛୁଟି:ଜାଣନ୍ତୁ କେଉଁ କେଉଁ ଜିଲା… appeared first on Dharitri Odia News.