ଏଣିକି ଟୋଲ୍ଗେଟ୍ରେ ଚାଲିବନି ଆପଣଙ୍କ ପେଟିଏମ୍, ଏହି ୩୨ଟି ଅଥୋରାଇଜ ବ୍ୟାଙ୍କର ଚାଲିବ ଫାସଟାଗ
ନୂଆଦିଲ୍ଲୀ,୧୬।୨: ଦିନକୁ ଦିନ ପେଟିଏମର ସମସ୍ୟା ବଢିବାରେ ଲାଗିଛି। ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ, ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ NHAI ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଫାସଟାଗ ବ୍ୟବହାରକାରୀଙ୍କ ପାଇଁ NHAI ଏକ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ଲୋକଙ୍କୁ NHAIରେ ତାଲିକାଭୁକ୍ତ ବ୍ୟାଙ୍କଗୁଡିକରୁ ଫାସଟାଗ କିଣିବାକୁ ଆଗ୍ରହ୍ୟ କରାଯାଇଛି। ଏହି ତାଲିକାରୁ ପେଟିଏମ ବ୍ୟାଙ୍କକୁ ବାଦ୍ ଦିଆଯାଇଛି। ଯେଉଁ ଉପଭୋକ୍ତାମାନଙ୍କର ପେଟିଏମ ଫାସଟାଗ ଥିଲା ସେମାନଙ୍କୁ ଏବେ ଏକ […] The post ଏଣିକି ଟୋଲ୍ଗେଟ୍ରେ ଚାଲିବନି ଆପଣଙ୍କ ପେଟିଏମ୍, ଏହି ୩୨ଟି ଅଥୋରାଇଜ ବ୍ୟାଙ୍କର ଚାଲିବ ଫାସଟାଗ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୨: ଦିନକୁ ଦିନ ପେଟିଏମର ସମସ୍ୟା ବଢିବାରେ ଲାଗିଛି। ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ, ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ NHAI ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଫାସଟାଗ ବ୍ୟବହାରକାରୀଙ୍କ ପାଇଁ NHAI ଏକ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ଲୋକଙ୍କୁ NHAIରେ ତାଲିକାଭୁକ୍ତ ବ୍ୟାଙ୍କଗୁଡିକରୁ ଫାସଟାଗ କିଣିବାକୁ ଆଗ୍ରହ୍ୟ କରାଯାଇଛି। ଏହି ତାଲିକାରୁ ପେଟିଏମ ବ୍ୟାଙ୍କକୁ ବାଦ୍ ଦିଆଯାଇଛି। ଯେଉଁ ଉପଭୋକ୍ତାମାନଙ୍କର ପେଟିଏମ ଫାସଟାଗ ଥିଲା ସେମାନଙ୍କୁ ଏବେ ଏକ ନୂତନ ଫାସଟାଗ କରିବାକୁ ପଡିବ।
ବିଜନେସ୍ ଟୁଡେର ରିପୋର୍ଟର କହିବା ଅନୁଯାୟୀ, IHMCL(Indian Highway Management Company Limited) ସୋସିଆଲ ମିଡିଆ ଏକ୍ସରେ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୩୨ଟି ବ୍ୟାଙ୍କ ତାଲିକାଭୁକ୍ତ ରହିଛନ୍ତି। ଏଥିରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଅର୍ନ୍ତଭୁକ୍ତ ନାହିଁ। ଟ୍ବିଟ୍ କରି IHMCL କହିଛି, ନିମ୍ନଲିଖିତ ଫାସଟାଗରେ ବିନା କୌଣସି ଅସୁବିଧାରେ ଯାତ୍ରା କରନ୍ତୁ।
Travel hassle-free with FASTag! Buy your FASTag today from authorised banks. @NHAI_Official @MORTHIndia pic.twitter.com/Nh798YJ5Wz
— FASTagOfficial (@fastagofficial) February 14, 2024
ବିଜନେସ୍ ଟୁଡେର ରିପୋର୍ଟ ଅନୁଯାୟୀ, ପେଟିଏମକୁ ତାଲିକାରୁ ବାହାର କରିବା ପରେ ପ୍ରାୟ ୨କୋଟି ଉପଭୋକ୍ତା ଏଥିପାଇଁ ପ୍ରଭାବିତ ହେବେ। ଏହି ଉପଭୋକ୍ତାମାନଙ୍କୁ ବର୍ତ୍ତମାନ ଏକ ନୂଆ ଫାସଟାଗ ନେବାକୁ ପଡିବ। ଫେବୃଆରୀ ୨୯ ପରେ ପେଟିଏମର ଫାସଟାଗକୁ ଆଉ ରିଚାର୍ଜ କରିପାରିବେ ନାହିଁ ।
ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ଫେବୃଆରୀ ୨୯ପରେ ପେଟିଏମ ଫାସଟାଗ ରିଚାର୍ଜ କରିପାରିବେ ନାହିଁ। ଯଦି ପେଟିଏମ୍ ଓ୍ବାଲେଟରେ ପୂର୍ବରୁ ଆପଣଙ୍କର ଟଙ୍କା ରହିଛି ତେବେ ଫେବୃଆରୀ ୨୯ ପରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ପେଟିଏମ ଫାସଟାଗକୁ ବନ୍ଦ କରି ତା’ ସ୍ଥାନରେ ଅନ୍ୟ ଏକ ବ୍ୟାଙ୍କର ଏକ ନୂଆ ଫାସଟାଗ ପାଇପାରିବେ, ଏନେଇ IHMCL ଆପଣଙ୍କ ପାଇଁ ବିକଳ୍ପ ରଖିଛି।
The post ଏଣିକି ଟୋଲ୍ଗେଟ୍ରେ ଚାଲିବନି ଆପଣଙ୍କ ପେଟିଏମ୍, ଏହି ୩୨ଟି ଅଥୋରାଇଜ ବ୍ୟାଙ୍କର ଚାଲିବ ଫାସଟାଗ appeared first on Dharitri Odia News.