ପାଟଲିଙ୍ଗା ଗ୍ରାମରେ ଦୋଳ ମେଳଣ

ଆଠଗଡ଼ :  ଆଠଗଡ଼ ବ୍ଲକ ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତର ପାଟଲିଙ୍ଗା ଗ୍ରାମରେ ଫାଲଗୁନ ଶୁକ୍ଳ ତ୍ରୟୋଦଶୀ ତିଥି ବୁଧବାର ଦିନବେଳା ଦୋଳଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ସମସ୍ତ ଘର ଆଗରେ ଲିପାପୋଛା କରିବା ସହିତ ମୁରୁଜରେ ବିଭିନ୍ନ ରଙ୍ଗ ବେରଙ୍ଗର ଝୋଟି ପକାଇ ମହିଳାମାନେ ବିମାନରୂଢ ଦିଅଁଙ୍କୁ ଅପେକ୍ଷା କରିଥିଲେ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସୁସଜ୍ଜିତ ବିମାନରେ ଆଖପାଖ ଗ୍ରାମରୁ ଆସିଥିଲେ । ତଳଗଡ, ଗୋପିନାଥପୁର, ଯୋରନ୍ଦା, କନ୍ତୋଲ […]

ପାଟଲିଙ୍ଗା ଗ୍ରାମରେ ଦୋଳ ମେଳଣ

ଆଠଗଡ଼ :  ଆଠଗଡ଼ ବ୍ଲକ ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତର ପାଟଲିଙ୍ଗା ଗ୍ରାମରେ ଫାଲଗୁନ ଶୁକ୍ଳ ତ୍ରୟୋଦଶୀ ତିଥି ବୁଧବାର ଦିନବେଳା ଦୋଳଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ସମସ୍ତ ଘର ଆଗରେ ଲିପାପୋଛା କରିବା ସହିତ ମୁରୁଜରେ ବିଭିନ୍ନ ରଙ୍ଗ ବେରଙ୍ଗର ଝୋଟି ପକାଇ ମହିଳାମାନେ ବିମାନରୂଢ ଦିଅଁଙ୍କୁ ଅପେକ୍ଷା କରିଥିଲେ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସୁସଜ୍ଜିତ ବିମାନରେ ଆଖପାଖ ଗ୍ରାମରୁ ଆସିଥିଲେ । ତଳଗଡ, ଗୋପିନାଥପୁର, ଯୋରନ୍ଦା, କନ୍ତୋଲ , ରାଜନଗର , ବେଣ୍ଟପଦା , ପର୍ଶୁରାମପୁର, ତରଡିଙ୍ଗ, ପାଟଲିଙ୍ଗା ଆଦି ଗ୍ରାମରୁ ସୁନ୍ଦର ସାଜସଜ୍ଜା ହୋଇଥିବା ବିମାନରେ ଦିଅଁଙ୍କୁ ଗୋପାଳ ଭାଇମାନେ ଆନନ୍ଦରେ କାନ୍ଧରେ ବୁହାଇ ଆଣିଥିଲେ । ସମସ୍ତ ବିମାନ ଆସି ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା ପରେ ଏକ ଭବ୍ଯ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ସମସ୍ତଙ୍କ ଘରକୁ ଘର ବୁଲି ଭୋଗଲାଗି କରାଯାଇଥିଲା । ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଖୋଳ ଝାଞ୍ଜ ତାଳେତାଳେ ଭଗବାନଙ୍କ ନାମ ସଂକୀର୍ତ୍ତନ କରି ଶୋଭାଯାତ୍ରାରେ ଗ୍ରାମ ପରିଭ୍ରମଣ କରିଥିଲେ। ପାଟ୍ଟଲିଙ୍ଗା ଗ୍ରାମ ସମେତ ଆଖପାଖ ଗ୍ରାମର ଶତାଧିକ ଲୋକ ଏହି ଦୋଳ ଯାତ୍ରା ଓ ମେଳଣ ଉପଭୋଗ କରିଥିଲେ ।