ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମୋହନ ଚରଣ ମାଝୀ,ଓଡ଼ିଶାରେ ଆରମ୍ଭ ହେଲା ବିଜେପି ରାଜ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ବିଜେପି ରାଜ I ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ କେଉଁଝର ବିଧାୟକ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ I ଏହାସହିତ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଆଉ ୧୫ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଛନ୍ତି। ତେବେ ନୂଆ ସରକାରରେ ବାଚସ୍ପତି କିଏ ହେବେ ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ହେବେ […]

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମୋହନ ଚରଣ ମାଝୀ,ଓଡ଼ିଶାରେ ଆରମ୍ଭ ହେଲା ବିଜେପି ରାଜ
ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମୋହନ ଚରଣ ମାଝୀ,ଓଡ଼ିଶାରେ ଆରମ୍ଭ ହେଲା ବିଜେପି ରାଜ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ବିଜେପି ରାଜ I ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ କେଉଁଝର ବିଧାୟକ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ I ଏହାସହିତ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଆଉ ୧୫ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଛନ୍ତି। ତେବେ ନୂଆ ସରକାରରେ ବାଚସ୍ପତି କିଏ ହେବେ ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ହେବେ ବୋଲି ସ୍ପଷ୍ଟ ସୂଚନା ମିଳିଛି।

ଶପଥ ଗ୍ରହଣ ଉତ୍ସବ ପରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ‘ବିକଶିତ ଓଡ଼ିଶା’ ଗଠନ ହେବ। ସାଢେ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ। ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ମୋ ପରି ଜଣେ ସାଧାରଣ କାର୍ଯ୍ୟକର୍ତ୍ତାକୁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସେବା କରିବାର ଦାୟିତ୍ଵ ପ୍ରଦାନ କରିଥିବାରୁ ମୁଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ରାଜ୍ୟ ନେତୃତ୍ୱଙ୍କ ନିକଟରେ କୃତଜ୍ଞ ବୋଲି ପ୍ରକାଶ କରିଥିଲେ।

ସେହିପରି ଆଜି ମୋହନ ସରକାରରେ ଦୁଇ ଉପମୁଖ୍ୟମନ୍ତ୍ରୀ ପାଟଣା ବିଧାୟକ କନକ ବର୍ଦ୍ଧନ ସିଂହ ଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି। ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ କ୍ୟାବିନେଟ୍‌ ପାହ୍ୟାରେ ସୁରେଶ ପୂଜାରୀ, ରବି ନାରାୟଣ ନାୟକ,ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ଡ. ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, ଡ. କୃଷ୍ଣଚନ୍ଦ୍ର ମହାପାତ୍ର ରହିଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟାରେ ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସମାନ୍ତ. ଗୋକୁଳାନନ୍ଦମଲ୍ଲିକ, ସମ୍ପଦ ସ୍ବାଇଁ ରହିଛନ୍ତି।