ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କାରେ ବାଇକ ଆରୋହୀ ମୃତ
କାମାକ୍ଷାନଗର : ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । କାମାକ୍ଷାନଗର ଥାନା ରେକୁଳା ଛକ ନିକଟରେ ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଇନୋଭା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି I ସୂଚନା ଅନୁଯାୟୀ, ଜୁଏଲ ଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ଛକ ଠାରେ କାମାକ୍ଷାନଗର ସର୍ବେଶ୍ୱର ଚୌଧୁରୀଙ୍କ ବାଇକକୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜୁଏଲଙ୍କ ପାଇଲଟିଂ ଗାଡି ନିକଟସ୍ଥ […]

କାମାକ୍ଷାନଗର : ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । କାମାକ୍ଷାନଗର ଥାନା ରେକୁଳା ଛକ ନିକଟରେ ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଇନୋଭା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି I
ସୂଚନା ଅନୁଯାୟୀ, ଜୁଏଲ ଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ଛକ ଠାରେ କାମାକ୍ଷାନଗର ସର୍ବେଶ୍ୱର ଚୌଧୁରୀଙ୍କ ବାଇକକୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜୁଏଲଙ୍କ ପାଇଲଟିଂ ଗାଡି ନିକଟସ୍ଥ ମେଡିକାଲକୁ ନେଇଥିଲେ । ତେବେ ସେଠାରେ ବାଇକ ଆରୋହୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାଂସଦ ଜୁଏଲ ଓରାମଙ୍କ ଗାଡିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବାଇକ ମଧ୍ୟ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସାଂସଦ ଜୁଏଲ ଓରାମ । ତାଙ୍କ ଗାଡି ଆଗକୁ ହଠାତ୍ ବାଇକ ଆସିଯିବାରୁ ଦୁର୍ଘଟଣା ଘଟିଥିବା ଜୁଏଲ ଓରାମ କହିଛନ୍ତି । କାମାକ୍ଷାନଗର ଥାନାରେ ଜୁଏଲ ଉପସ୍ଥିତ ରହିଛନ୍ତି । ମୃତ ଯୁବକ RMCA କର୍ମଚାରୀ ବୋଲି ଜଣାପଡିଛି Iତେବେ ଏହି ଦୁର୍ଘଟଣାପରେ ସ୍ଥାନୀୟ ଅଂଚଳରେ ଚାପ ଉତ୍ତେଜନା ଦେଖାଦେଇଛି I