ବାଲେଶ୍ୱରରେ ପତାକା ଉତ୍ତୋଳନ କଲେ ନଗର ଉନ୍ନୟନ ମନ୍ତ୍ରୀ

ବାଲେଶ୍ୱର,୨୬ା୧(ବାଞ୍ଚାନିଧି ଦେ): ବାଲେଶ୍ୱର ରିଜର୍ଭ ପୋଲିସ ପଡ଼ିଆରେ ରବିବାର ଜିଲା ପ୍ରଶାସନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଭାରତର ସମ୍ବିଧାନ କୋଟି କୋଟି ଭାରତୀୟଙ୍କ ପାଇଁ ଗୌରବର ଗାଥା ବହନ କରିଛି। ଦେଶପାଇଁ ଯେଉଁ ଜନନାୟକମାନେ ବଳିଦାନ ଦେଇଛନ୍ତି ଆଜି ତାଙ୍କ ପାଇଁ ସ୍ମୃତି ସଂକଳ୍ପ ଦିନ ବୋଲି ମନ୍ତ୍ରୀ ବକ୍ତବ୍ୟରେ କହିଥିଲେ। ସମ୍ମାନିତ […] The post ବାଲେଶ୍ୱରରେ ପତାକା ଉତ୍ତୋଳନ କଲେ ନଗର ଉନ୍ନୟନ ମନ୍ତ୍ରୀ appeared first on Dharitri Odia News.

ବାଲେଶ୍ୱରରେ ପତାକା ଉତ୍ତୋଳନ କଲେ ନଗର ଉନ୍ନୟନ ମନ୍ତ୍ରୀ

ବାଲେଶ୍ୱର,୨୬ା୧(ବାଞ୍ଚାନିଧି ଦେ): ବାଲେଶ୍ୱର ରିଜର୍ଭ ପୋଲିସ ପଡ଼ିଆରେ ରବିବାର ଜିଲା ପ୍ରଶାସନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଭାରତର ସମ୍ବିଧାନ କୋଟି କୋଟି ଭାରତୀୟଙ୍କ ପାଇଁ ଗୌରବର ଗାଥା ବହନ କରିଛି। ଦେଶପାଇଁ ଯେଉଁ ଜନନାୟକମାନେ ବଳିଦାନ ଦେଇଛନ୍ତି ଆଜି ତାଙ୍କ ପାଇଁ ସ୍ମୃତି ସଂକଳ୍ପ ଦିନ ବୋଲି ମନ୍ତ୍ରୀ ବକ୍ତବ୍ୟରେ କହିଥିଲେ। ସମ୍ମାନିତ ଅତିଥି ଭାବେ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଡିଆଇଜି ଡା. ସତ୍ୟଜିତ ନାଏକ,ଏସ୍‌ପି ରାଜ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ମହାପାତ୍ର ପରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ। ସମ୍ବର୍ଦ୍ଧନା ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ଐଶ୍ୱର୍ଯ୍ୟା ସାମନ୍ତ ମଞ୍ଚ ପରିଚାଳନା କରିଥିଲେ।

The post ବାଲେଶ୍ୱରରେ ପତାକା ଉତ୍ତୋଳନ କଲେ ନଗର ଉନ୍ନୟନ ମନ୍ତ୍ରୀ appeared first on Dharitri Odia News.