ରାଶିଫଳ: ରବିବାର, ଅକ୍ଟୋବର ୧୩ ତାରିଖ – Daily Horoscope

ମେଷ ଆଜି ବାଧକାଧିପ ରାଶିକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ ଆଗକୁ ଗୋଡ ବଢାନ୍ତୁ। ଅଫିସ୍‌ ରେ କୈାଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁ ସାହାଯ୍ୟ କରିବେ। ବାଦାନୁବାଦ କାରଣରୁ କର୍ମକ୍ଷେତ୍ର ଅସ୍ଥିରତାପୂର୍ଣ୍ଣ ରହିବ। ବୃଷ ବକ୍ରୀ ବୃହସ୍ପତିଙ୍କ ଯୋଗୁଁ ନିଜ ଲୋକମାନଙ୍କର ଭୁଲ୍‌ ଧାରଣା ବୃଦ୍ଧିପାଇ କଳହର ରୂପ ନେଇପାରେ। ଆଜି ଆପଣ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। […] The post ରାଶିଫଳ: ରବିବାର, ଅକ୍ଟୋବର ୧୩ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ଅକ୍ଟୋବର ୧୩ ତାରିଖ – Daily Horoscope
ମେଷ
ଆଜି ବାଧକାଧିପ ରାଶିକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ ଆଗକୁ ଗୋଡ ବଢାନ୍ତୁ। ଅଫିସ୍‌ ରେ କୈାଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁ ସାହାଯ୍ୟ କରିବେ। ବାଦାନୁବାଦ କାରଣରୁ କର୍ମକ୍ଷେତ୍ର ଅସ୍ଥିରତାପୂର୍ଣ୍ଣ ରହିବ।
ବୃଷ
ବୃଷ
ବକ୍ରୀ ବୃହସ୍ପତିଙ୍କ ଯୋଗୁଁ ନିଜ ଲୋକମାନଙ୍କର ଭୁଲ୍‌ ଧାରଣା ବୃଦ୍ଧିପାଇ କଳହର ରୂପ ନେଇପାରେ। ଆଜି ଆପଣ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ବନ୍ଧୁଙ୍କ ସହାୟତାରେ ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନପରେ ପାଇପାରନ୍ତି। ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ସହ ନୂତନ ସମସ୍ୟା ସୃଷ୍ଟି ହେବ।
ମିଥୁନ
ମିଥୁନ
ଧନାଧିପତିଙ୍କ ଧନସ୍ଥାନକୁ ଦୃଷ୍ଟି ହେତୁ ଆର୍ତିକ ସ୍ତିତି ବହୁତ ମଜ୍‌ବୁତ୍‌ ରହିବ। କର୍ମକ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ ମାତ୍ର ପରିଶେଷରେ ସଫଳତା ହାସଲ କରିବେ। ପ୍ରତ୍ୟେକ କାମରେ ଆଗପଛ ବିଚାର କରି ହାତ ଦିଅନ୍ତୁ। ପାରଷ୍ପରିକ ବିବାଦ କାରଣରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। କୃତି ଓ କୃତିତ୍ୱ ଜନିତ ଆପଣଙ୍କ ଲୋକପ୍ରିୟତାରୁ ମିତ୍ରମାନେ ଇର୍ଷାପରାୟଣ ହୋଇପାରନ୍ତି। ବନ୍ଧୁ ଓ ପରିଜନଙ୍କ ସହିତ ମାତ୍ରାଧିକ ଭ୍ରମଣ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। କୈାଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ।
ସି˚ହ
ସି˚ହ
ନୀଚ୍ଚାରୋହି ରାଶ୍ୟାଧିପତିଙ୍କ କାରଣରୁ ନିଜ ଚିନ୍ତାଧାରାର ବିପରୀତ କାର୍ଯ୍ୟକଳାପରେ ଅନୁତପ୍ତ ହୋଇପାରନ୍ତି। ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବାରୁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫୟତ୍‌ ଦେବାକୁ ପଡିପାରେ। ଭୁଲ୍‌ ବୁଝାମଣା ଯୋଗୁ ପାରିବାରିକ କ୍ଷେତ୍ର ବିବାଦୀୟ ରହିବ।
କନ୍ୟା
ସମସ୍ୟା ପିଛା ନଛାଡିଲେ ମଧ୍ୟ ଆପଣ ନୀରବ ନରହି ପ୍ରତିକାର ମୂଳକ ପଦ କ୍ଷେପ ନେଇପାରନ୍ତି। ବୁଧ ଯୁକ୍ତ ଶୁକ୍ର ହେତୁ ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଗତ କାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇବେ। ଆକସ୍ମିକଭାବରେ ପିତାଙ୍କ ସ୍ବାସ୍ଥ୍ୟହାନୀ ଚିନ୍ତାର କାରଣ ହୋଇପାରେ।
ତୁଳା
ତୁଳା
ଚନ୍ଦ୍ର କେନ୍ଦ୍ରସ୍ଥାନରେ ଅବସ୍ଥାନ କରିଥିବାରୁ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର୍ର ପ୍ରାୟତଃ ଭଲ ରହିବ। ଗତକାଲି ଠାରୁ ସମ୍ପୂର୍ଣ୍ଣ କରିବାକୁ ଭାବୁଥିବା କାମଟିକୁ ଆଜି ସଂନ୍ଧ୍ୟ୍ୟାସୁଦ୍ଧା ଶେଷ କରିପାରିବେନି। ସଂଗଠନ,ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁମାନଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ।
ବିଛା
ବିଛା
କୋଣସ୍ଥ ରାହୁଙ୍କ ପ୍ରଭାବରେ ମନକଥା ମନରେ ରଖି କାମ କରିଚାଲିବେ କିନ୍ତୁ ସୁଫଳୌ ଆଶା ଦୂରୁହ ହୋଇପାରେ। ଅବଶ୍ୟ କିଛି ପାଇବା ଆଶାରେ ଆପଣଙ୍କର ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶତ୍ରୁ ମାନେ ଆଗରେ ନ ହେଲେ ମଧ୍ୟ ପଛରେ ଟୀକାଟିପ୍ପଣୀ ଦେଇପାରନ୍ତି।
ଧନୁ
ଧନୁ
ଚନ୍ଦ୍ରଙ୍କ ଦ୍ୱିତୀୟ ସ୍ଥିତି ହେତୁ ସକାଳୁ ସକାଳୁ ଶୁଭଖବର ପାଇ ମନ ହାଲୁକା ହୋଇଯିବ। ପରିସ୍ଥିତିରେ ପଡି ବାଧ୍‌ୁବାଧକତାରେ ଶେଷ ମୁହୁର୍ତରେ ନିଷ୍ପତି ପରିବର୍ତନ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ। ପରିବାରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି।
ମକର
ମକର
ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବା ସଙ୍ଗକୁ ପଡୋଶୀଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇ ଖୁସି ହେବେ। ମଙ୍ଗଳଙ୍କ ଶୁଭ ପ୍ରଭାବରୁ ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ। ଧୈର୍ଯ୍ୟର ସହ ସମସ୍ୟାଗୁଡିକର ମୁକାବିଲା କରିବାରେ ସମର୍ଥ ହେବେ। ପଡୋଶୀଙ୍କ ସହାୟତାରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। କୈାଣସି ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି। ପାପଗ୍ରହମାନଙ୍କ କୁପ୍ରଭାବରୁ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଆଜିର ଯାତ୍ର୍ରା, ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାମ ପାଇଁ ଅସୁବିଧା ରହିବ ନାହିଁ।
ମୀନମୀନ

କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ଆଶଙ୍କା ଦେଖା ଦେଇପାରେ। ମଙ୍ଗଳଙ୍କ ପ୍ରଭାବରୁ ଆର୍ଥିକ ସ୍ଥିତି ଭଲ ରହିବା ସହ ବନ୍ଧୁମିଳନରୁ ଖୁସି ରହିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ଘଟିବା ର ସୂଚନା ରହିଛି। ଶିକ୍ଷାରେ ଉନ୍ନତି, ସନ୍ତାନଙ୍କ ସମସ୍ୟାର ସମାଧାନ, ବ୍ୟବସାୟରୁ ଲାଭଜନିତ ମାନସିକ ସ୍ଥିତି ଭଲ ରହିବ।

The post ରାଶିଫଳ: ରବିବାର, ଅକ୍ଟୋବର ୧୩ ତାରିଖ – Daily Horoscope appeared first on Dharitri Odia News.