ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାଜପାର ଟେନସନ ବଢାଇବେ ନୀତୀଶ

ପାଟନା,୧୪।୭: ଭାରତୀୟ ଜନତା ମୋର୍ଚ୍ଚାର ନେତା ତଥା ବିଧାୟକ ସରୟୁ ରୟଙ୍କ ଦଳ ଜେଡିୟୁ ସହିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏ ସମ୍ପର୍କରେ ଉଭୟ ପକ୍ଷ ମଧ୍ୟରେ ଏକ ସହମତି ପ୍ରକାଶ ପାଇଛି। ସରୟୁ ରୟ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶେଷରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ସରୟୁ ରୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ସ୍ତ୍ରୀ କଳ୍ପନା ସୋରେନଙ୍କୁ […] The post ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାଜପାର ଟେନସନ ବଢାଇବେ ନୀତୀଶ appeared first on Dharitri Odia News.

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାଜପାର ଟେନସନ ବଢାଇବେ ନୀତୀଶ

ପାଟନା,୧୪।୭: ଭାରତୀୟ ଜନତା ମୋର୍ଚ୍ଚାର ନେତା ତଥା ବିଧାୟକ ସରୟୁ ରୟଙ୍କ ଦଳ ଜେଡିୟୁ ସହିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏ ସମ୍ପର୍କରେ ଉଭୟ ପକ୍ଷ ମଧ୍ୟରେ ଏକ ସହମତି ପ୍ରକାଶ ପାଇଛି। ସରୟୁ ରୟ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶେଷରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ଏହାପୂର୍ବରୁ ସରୟୁ ରୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ସ୍ତ୍ରୀ କଳ୍ପନା ସୋରେନଙ୍କୁ ମଧ୍ୟ ଭେଟିଥିଲେ। ଏଠାରେ ସେ ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ ଏବଂ ଏହି ବୈଠକର ଫଟୋ ‘ଏକ୍ସ’ରେ ଶେୟାର କରୁଥିବାବେଳେ ସରୟୁ ରାୟ ଘୋଷଣା କରିଛନ୍ତି ଯେ ଜେଡିୟୁ ଏବଂ ଭାରତୀୟ ଜନତା ମୋର୍ଚ୍ଚା ଏକାଠି ନିର୍ବାଚନ ଲଢିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, ସରୟୁୁ ରୟ ପୂର୍ବରୁ ଭାଜପାରେ ଥିଲେ କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଦଳ ଛାଡିଥିଲେ। ସେ ଜାମସେଦପୁର ପୂର୍ବ ଆସନରୁ ପୂର୍ବତନ ମୁଖ୍ରମନ୍ତ୍ରୀ ରଘୁବର ଦାସଙ୍କୁ ପରାସ୍ତ କରିଥିଲେ। ସେତେବେଳେ ସରୟୁ ରୟ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏପଟେ ଜେଡିୟୁ ବର୍ତ୍ତମାନ ଭାଜପା ନେତୃତ୍ୱାଧୀନ ଏନଡିଏର ଏକ ଅଂଶ।

ସୂଚନାଯୋଗ୍ୟ, ଏହି ଫଟୋ ଝାଡ଼ଖଣ୍ଡର ରାଜନୈତିକ ମହଲରେ ଅନେକ ପ୍ରଶ୍ନ ଛାଡିଛି। ପ୍ରଥମ ପ୍ରଶ୍ନ ହେଉଛି ନୀତୀଶ କୁମାର ଭାଜପା ସହ ତାଙ୍କର ମେଣ୍ଟ ଭାଙ୍ଗିବେ ଏବଂ ସରୟୁ ରୟଙ୍କ ଭାରତୀୟ ଜନତା ମୋର୍ଚ୍ଚା ସହିତ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି? କିମ୍ବା ଭାଜପା-ଜେଡିୟୁ-ବିଜେଏମ୍‌ ମିଳିତ ଭାବେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ଏହା ମଧ୍ୟ ଏତେ ସହଜ ନୁହେଁ କାରଣ ସରୟୁ ରୟ ଭାଜପା ବିରୁଦ୍ଧରେ ବିଦ୍ରୋହ କରିଥିଲେ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏବେ ସମୟ କହିବ ଏସବୁ ରାଜନୈତିକ ଦଳ ଆଗାମୀ ଦିନରେ କାହା ସହିତ ନିର୍ବାଚନ ଲଢିବେ।

The post ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାଜପାର ଟେନସନ ବଢାଇବେ ନୀତୀଶ appeared first on Dharitri Odia News.