NEET କାଉନସିଲିଂ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୬: NEET UG ୨୦୨୪ ପରୀକ୍ଷାର ଫଳାଫଳକୁ ନେଇ ବିବାଦ ଜାରି ରହିଛି। ଇତିମଧ୍ୟରେ ସୁପ୍ରିମକୋର୍ଟ ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଶୁଣାଣି ସମୟରେ ଫଳାଫଳକୁ ଆଧାର କରି କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛନ୍ତି। ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ସମଗ୍ର ପ୍ରସଙ୍ଗରେ ସ୍ବଚ୍ଛତା ବଜାୟ ନାହିଁ ଏବଂ ଆମେ ଏ ସମ୍ପର୍କରେ ଉତ୍ତର ଚାହୁଁଛୁ। ଏହା ଉପରେ କୋର୍ଟ କହିଛନ୍ତି ଯେ ଆମେ ଏହାର ଉତ୍ତର ମାଗିବା ପାଇଁ ନ୍ୟାସନାଲ […] The post NEET କାଉନସିଲିଂ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ appeared first on Dharitri Odia News.

NEET କାଉନସିଲିଂ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୬: NEET UG ୨୦୨୪ ପରୀକ୍ଷାର ଫଳାଫଳକୁ ନେଇ ବିବାଦ ଜାରି ରହିଛି। ଇତିମଧ୍ୟରେ ସୁପ୍ରିମକୋର୍ଟ ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଶୁଣାଣି ସମୟରେ ଫଳାଫଳକୁ ଆଧାର କରି କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛନ୍ତି।

ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ସମଗ୍ର ପ୍ରସଙ୍ଗରେ ସ୍ବଚ୍ଛତା ବଜାୟ ନାହିଁ ଏବଂ ଆମେ ଏ ସମ୍ପର୍କରେ ଉତ୍ତର ଚାହୁଁଛୁ। ଏହା ଉପରେ କୋର୍ଟ କହିଛନ୍ତି ଯେ ଆମେ ଏହାର ଉତ୍ତର ମାଗିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କୁ ନୋଟିସ ଜାରି କରିଛୁ ଏବଂ ଉତ୍ତର ପାଇବା ପରେ ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବୁ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ NEET ଫଳାଫଳକୁ ବାତିଲ କରାଯିବା ଏବଂ ପୁନର୍ବାର ପରୀକ୍ଷା କରାଯାଉ ବୋଲି ଦାବି କରାଯାଇଛି। ଆହୁରି ମଧ୍ୟ, ଜୁନ ୪ ରେ ଫଳାଫଳ ଉପରେ ଆଧାର କରି କାଉନସେଲିଂ ବନ୍ଦ କରାଯିବା ଉଚିତ୍‌ ବୋଲି କୁହାଯାଇଛି।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜୁନ ୪ ରେ NEET UG-୨୦୨୪ ପରୀକ୍ଷାର ଫଳାଫଳ ପ୍ରକାଶ କରିଥିଲା ଏବଂ ୬୭ ଜଣ ପରୀକ୍ଷାର୍ଥୀ ଏଥିରେ ଟପ୍ପର ହୋଇଛନ୍ତି। ଏ ବାବଦରେ ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଫଳାଫଳରେ ବହୁ ପରିମାଣରେ ଅନିୟମିତତା ହୋଇଛି। ଏହା ବ୍ୟତୀତ ଏମାନେ କହିଛନ୍ତି ଯେ ପ୍ରଥମ ୭ ଜଣ ଛାତ୍ର ହରିୟାଣାର ସମାନ କେନ୍ଦ୍ରରୁ ଆସିଛନ୍ତି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି।

The post NEET କାଉନସିଲିଂ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ appeared first on Dharitri Odia News.