ସମସ୍ତ ଜଗନ୍ନାଥ ମନ୍ଦିର ପାଇଁ ଏକକ ନୀତି
ପୁରୀ, ୨୨ା୧୨(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଐତିହ୍ୟ ସ୍ଥାପନା ସଂଯୋଜନା ମଣ୍ଡଳୀର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଠ ମହନ୍ତ, ଶ୍ରୋତ୍ରୀୟ ବ୍ରାହ୍ମଣ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଉପସ୍ଥିତ ଥିଲେ। ସାରା ରାଜ୍ୟରେ ଥିବା ପ୍ରାୟ ୮ଶହ ଜଗନ୍ନାଥ ମନ୍ଦିରର ତାଲିକା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପହଞ୍ଚିଥିବା ବେଳେ ମନ୍ଦିରଗୁଡ଼ିକର ଐତିହ୍ୟ ବ୍ୟବସ୍ଥାକରଣ ଉପରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯେଭଳି ନୀତିକାନ୍ତି, […] The post ସମସ୍ତ ଜଗନ୍ନାଥ ମନ୍ଦିର ପାଇଁ ଏକକ ନୀତି appeared first on Dharitri Odia News.
ପୁରୀ, ୨୨ା୧୨(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଐତିହ୍ୟ ସ୍ଥାପନା ସଂଯୋଜନା ମଣ୍ଡଳୀର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଠ ମହନ୍ତ, ଶ୍ରୋତ୍ରୀୟ ବ୍ରାହ୍ମଣ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଉପସ୍ଥିତ ଥିଲେ। ସାରା ରାଜ୍ୟରେ ଥିବା ପ୍ରାୟ ୮ଶହ ଜଗନ୍ନାଥ ମନ୍ଦିରର ତାଲିକା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପହଞ୍ଚିଥିବା ବେଳେ ମନ୍ଦିରଗୁଡ଼ିକର ଐତିହ୍ୟ ବ୍ୟବସ୍ଥାକରଣ ଉପରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯେଭଳି ନୀତିକାନ୍ତି, ସେବାପୂଜା ଚାଲିଛି, ସେହିଭଳି ଭାବେ ଏହି ସବୁ ମନ୍ଦିରଗୁଡିକୁ ସୂଚନା ଦିଆଯିବ। ଏଥିପାଇଁ ଏକ ବୁକ୍ଲେଟ ପ୍ରସ୍ତୁତ କରାଯାଇ ସେମାନଙ୍କ ସହ ଭାବଗତ ଐତିହ୍ୟ ସ୍ଥାପନ କରାଯିବ। ସମସ୍ତ ଜଗନ୍ନାଥ ମନ୍ଦିରକୁ ଗୋଟିଏ ଢାଞ୍ଚାରେ ଆଣିବା ପାଇଁ ଚେଷ୍ଟା କରାଯାଉଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଯେଭଳି ସେବାପୂଜା, ନୀତିକାନ୍ତି କରାଯାଉଛି ସମସ୍ତ ଜଗନ୍ନାଥ ମନ୍ଦିର ନୀତି ନିୟମ ସେଭଳି ଅନୁପାଳନ କରିବା ନେଇ ବିସ୍ତୃତ ଆଲୋଚନା ହେବ। ଠାକୁରଙ୍କ ପାଖରେ କେତେ ପ୍ରକାରର ଭୋଗ ଲାଗେ, କେଉଁ ଭଳି ସେବାପୂଜା କରାଯାଏ ଏବଂ କ’ଣ ସବୁ ନିୟମ ରହିଛି ସେନେଇ ସମସ୍ତ ଜଗନ୍ନାଥ ମନ୍ଦିରକୁ ସଚେତନ କରାଯିବ। ସମସ୍ତ ଜଗନ୍ନାଥ ମନ୍ଦିରର ଯେଭଳି ଏକତା ରହିବ ଏବଂ ମହାପ୍ରଭୁଙ୍କ ପ୍ରଚାର ପ୍ରସାର ହୋଇପାରିବ ସେନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ। ସେହିପରି ଗତ ୨୦୧୨ରେ ହୋଇଥିବା ପଞ୍ଚରାତ୍ର କାର୍ଯ୍ୟକ୍ରମ ପୁନର୍ବାର କିଭଳି ଅନୁଷ୍ଠିତ ହୋଇପାରିବ ସେନେଇ ମଧ୍ୟ ଆଲୋଚନା ହେବ। ତେବେ ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ପରେ ପରବର୍ତ୍ତୀ ବୈଠକରେ ଆଲୋଚନା କରାଯାଇ ସମସ୍ତ ନିଷ୍ପତ୍ତ ନିଆଯିବ ବୋଲି ମଠ ମହନ୍ତ ଓ ଗବେଷକ କହିଛନ୍ତି।
The post ସମସ୍ତ ଜଗନ୍ନାଥ ମନ୍ଦିର ପାଇଁ ଏକକ ନୀତି appeared first on Dharitri Odia News.