କାଳ ହେଲା ବିବାହ ଭୋଜି: ଜଣେ ଶିଶୁ ମୃତ, ୨୫ ଅସୁସ୍ଥ
ମାଥିଲି,୭।୩: ମାଥିଲି ବନ୍ଧଗୁଡାରେ ଘଟିଯାଇଛି ଅଭାବନୀୟ କାଣ୍ଡ। ବାହାଘର ଭୋଜି ଖାଇ ଜଣଙ୍କର ମତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ମାଥିଲି ଓ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଥାଉ କି, ନୂଆଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କର ବିବାହ ଭୋଜିଥିଲା। ଆଖପାଖ ଅଞ୍ଚଳର ଅନେକ ଲୋକ ଏହି ଭୋଜିରେ ଯୋଗ ଦେଇଥିଲେ। ଭୋଜି ଖାଇସାରି ଆସିବା ପରେ ବନ୍ଧଗୁଡା ଗ୍ରାମର ୨୫ରୁ ଜଣ ଅଧିକ ଶିଶୁ ଅସୁସ୍ଥ ହୋଇପଡିଥିଲେ। ଶିଶୁଙ୍କୁ ଝାଡାବାନ୍ତି […] The post କାଳ ହେଲା ବିବାହ ଭୋଜି: ଜଣେ ଶିଶୁ ମୃତ, ୨୫ ଅସୁସ୍ଥ appeared first on Dharitri Odia News.
ମାଥିଲି,୭।୩: ମାଥିଲି ବନ୍ଧଗୁଡାରେ ଘଟିଯାଇଛି ଅଭାବନୀୟ କାଣ୍ଡ। ବାହାଘର ଭୋଜି ଖାଇ ଜଣଙ୍କର ମତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ମାଥିଲି ଓ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାଥାଉ କି, ନୂଆଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କର ବିବାହ ଭୋଜିଥିଲା। ଆଖପାଖ ଅଞ୍ଚଳର ଅନେକ ଲୋକ ଏହି ଭୋଜିରେ ଯୋଗ ଦେଇଥିଲେ। ଭୋଜି ଖାଇସାରି ଆସିବା ପରେ ବନ୍ଧଗୁଡା ଗ୍ରାମର ୨୫ରୁ ଜଣ ଅଧିକ ଶିଶୁ ଅସୁସ୍ଥ ହୋଇପଡିଥିଲେ। ଶିଶୁଙ୍କୁ ଝାଡାବାନ୍ତି ହେବା ଆରମ୍ଭ ହୋଇଯାଇଥିଲା।
ପରିବାର ଲୋକେ ସମସ୍ତଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିଲା
The post କାଳ ହେଲା ବିବାହ ଭୋଜି: ଜଣେ ଶିଶୁ ମୃତ, ୨୫ ଅସୁସ୍ଥ appeared first on Dharitri Odia News.