ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା
ବଡ଼ଗାଁ,୨୯।୩(ଅଶୋକ ଷଡ଼ଙ୍ଗୀ): ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ହଠାତ୍ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଚଳାଇବା କଷ୍ଟକର ହେଉଛି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ କଲବଲ ହେବାକୁ ପଡୁଛି। ସ୍ତ୍ରୀ ଓ ଦୁଇ ଜାଆଁଳା ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡିଛନ୍ତି ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଭେଲୁଆବାହାଲ ଗ୍ରାମର ସଞ୍ଜୟ ହେମ୍ରମ (୪୫)। ୨୦୧୯ରେ ସେ ସଦର ଥାନା ଅଧୀନ ମଝାପଡା ନିକଟ ତେଲିମାଲ ଗ୍ରାମର ଆଗୋଷ୍ଟିନାଙ୍କୁ ବିବାହ କରିଥିଲେ। ୨୦୨୦ରେ ତାଙ୍କର […] The post ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା appeared first on Dharitri Odia News.
ବଡ଼ଗାଁ,୨୯।୩(ଅଶୋକ ଷଡ଼ଙ୍ଗୀ): ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ହଠାତ୍ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଚଳାଇବା କଷ୍ଟକର ହେଉଛି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ କଲବଲ ହେବାକୁ ପଡୁଛି। ସ୍ତ୍ରୀ ଓ ଦୁଇ ଜାଆଁଳା ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡିଛନ୍ତି ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଭେଲୁଆବାହାଲ ଗ୍ରାମର ସଞ୍ଜୟ ହେମ୍ରମ (୪୫)। ୨୦୧୯ରେ ସେ ସଦର ଥାନା ଅଧୀନ ମଝାପଡା ନିକଟ ତେଲିମାଲ ଗ୍ରାମର ଆଗୋଷ୍ଟିନାଙ୍କୁ ବିବାହ କରିଥିଲେ। ୨୦୨୦ରେ ତାଙ୍କର ଦୁଇ ଜାଆଁଳା ଝିଅ ହେଲା ପରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ। ସେଠାରୁ ଫେରି ୨୦୨୧ରେ ପକ୍ଷାଘାତରେ ଆକ୍ରାନ୍ତ ହେବାରୁ ସେ ଚାଲିବୁଲି ପାରୁନାହାନ୍ତି। ସରକାରଙ୍କ ଯୋଜନାରୁ ୧୦ କିଲୋଗ୍ରାମ ଚାଉଳ ଓ ଏକ ହଜାର ଟଙ୍କା ମିଳୁଥିବା ଭତ୍ତା ଉପରେ ନିର୍ଭର କରି ଦୁଃଖକଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। ପ୍ରଥମ ଶ୍ରେଣୀରେ ପଢୁଥିବା ଦୁଇ ଝିଅଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ସେ ଚିନ୍ତିତ। ଦେଢ଼ ଏକର ଜମିରୁ କେଉଁ ବର୍ଷ ଆୟ ହୋଇଥାଏ ତ କେଉଁ ବର୍ଷ କ୍ଷତି। ଏଭଳି ପରିସ୍ଥିତିରେ ସରକାର ସହାୟତା ଯୋଗାଇ ଦେଲେ ସଞ୍ଜୟଙ୍କ ସ୍ବାସ୍ଥ୍ୟର ଉତ୍ତମ ଚିକିତ୍ସା ହୋଇପାରନ୍ତା ବୋଲି ପରିବାର ଲୋକେ କହିଛନ୍ତି।
The post ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା appeared first on Dharitri Odia News.