ଅଡୁଆରେ ୟୁଟ୍ୟୁବର୍ ଧ୍ରୁବ ରାଠୀ, ମାମଲା ରୁଜୁ କଲା ମହାରାଷ୍ଟ୍ର ପୋଲିସ
ନୂଆଦିଲ୍ଲୀ,୧୩।୭: ପୁଣି ଥରେ ଚର୍ଚ୍ଚାରେ ୟୁଟ୍ୟୁବର ଧ୍ରୁବ୍ ରାଠୀ। ମହାରାଷ୍ଟ୍ର ପୋଲିସ ନିକଟରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଳିଙ୍କ ୟୁପିଏସ୍ସି ପରୀକ୍ଷାରେ ଉନ୍ନିତ ହେବାକୁ ନେଇ ଏକ ପୋଷ୍ଟ କରିଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ଭାରତୀୟ ଆଇନ ବ୍ୟବସ୍ଥାର ମାନହାନୀ, ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଦେଶର ଛବି ଖରାପ କରିବା, ଶାନ୍ତି ଭଙ୍ଗ ଏବଂ ଆଇଟି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଧ୍ରୁବଙ୍କ […] The post ଅଡୁଆରେ ୟୁଟ୍ୟୁବର୍ ଧ୍ରୁବ ରାଠୀ, ମାମଲା ରୁଜୁ କଲା ମହାରାଷ୍ଟ୍ର ପୋଲିସ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୭: ପୁଣି ଥରେ ଚର୍ଚ୍ଚାରେ ୟୁଟ୍ୟୁବର ଧ୍ରୁବ୍ ରାଠୀ। ମହାରାଷ୍ଟ୍ର ପୋଲିସ ନିକଟରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଳିଙ୍କ ୟୁପିଏସ୍ସି ପରୀକ୍ଷାରେ ଉନ୍ନିତ ହେବାକୁ ନେଇ ଏକ ପୋଷ୍ଟ କରିଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ଭାରତୀୟ ଆଇନ ବ୍ୟବସ୍ଥାର ମାନହାନୀ, ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଦେଶର ଛବି ଖରାପ କରିବା, ଶାନ୍ତି ଭଙ୍ଗ ଏବଂ ଆଇଟି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।
ଧ୍ରୁବଙ୍କ ବିରୋଧରେ ଅଞ୍ଜଳିଙ୍କ ସମ୍ପର୍କୀୟ ନମନ ମାହେଶ୍ୱରୀ ଅଭିଯୋଗ କରିଛନ୍ତି। ୨୦୧୯ରେ ଅଞ୍ଜଳି ପ୍ରଥମ ଚେଷ୍ଟାରେ ୟୁପିଏସ୍ସି କ୍ଲିୟର କରିଥିଲେ। ହେଲେ ଧ୍ରୁବ ଦେଶରେ ତାଙ୍କର ବଦନାମୀ କରିବା ସହ ବିନା ଅନୁମତିରେ ତାଙ୍କ ଫଟୋ ବ୍ୟବହାର କରିଥିବା ଅଭିଯୋଗରେ ସେ ଦର୍ଶାଇଛନ୍ତି ।
କହିରଖୁଛୁ, ଧ୍ରୁବ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ, ଭାରତ ଏକମାତ୍ର ଏଭଳି ଦେଶ ଯେଉଁଠି ଆପଣ ପରୀକ୍ଷା ନ ଦେଇ ବି ୟୁପିଏସ୍ସି ପାସ୍ କରିପାରିବେ। ଏଥିଲାଗି ଆପଣଙ୍କୁ ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଭାବେ ଜନ୍ମ ନେବାକୁ ହେବ। ଓମ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲା କୌଣସି ପରୀକ୍ଷା ନ ଦେଇ ୟୁପିଏସ୍ସି ପାସ୍ କରିଛନ୍ତି। ସେ ପେସାରେ ଜଣେ ମଡେଲ, ମୋଦି ସରକାର ଆମ ଶିକ୍ଷା ବ୍ୟବସ୍ଥାର ମଜା ଉଡ଼ାଉଛନ୍ତି ବୋଲି ସେ କହିଛନ୍ତି।
The post ଅଡୁଆରେ ୟୁଟ୍ୟୁବର୍ ଧ୍ରୁବ ରାଠୀ, ମାମଲା ରୁଜୁ କଲା ମହାରାଷ୍ଟ୍ର ପୋଲିସ appeared first on Dharitri Odia News.