କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ କଲେ ଦକ୍ଷିଣ ପୂର୍ବ ସର୍କଲର ରେଳବାଇ ନିରାପତ୍ତା କମିଶନର

ଚୌଦ୍ବାର : କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ କଲେ ଦକ୍ଷିଣ ପୂର୍ବ ସର୍କଲର ରେଳବାଇ ନିରାପତ୍ତା କମିଶନର ବ୍ରିଜେଶ ମିଶ୍ର।... The post କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ କଲେ ଦକ୍ଷିଣ ପୂର୍ବ ସର୍କଲର ରେଳବାଇ ନିରାପତ୍ତା କମିଶନର appeared first on .

କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ କଲେ ଦକ୍ଷିଣ ପୂର୍ବ ସର୍କଲର ରେଳବାଇ ନିରାପତ୍ତା କମିଶନର

ଚୌଦ୍ବାର : କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ କଲେ ଦକ୍ଷିଣ ପୂର୍ବ ସର୍କଲର ରେଳବାଇ ନିରାପତ୍ତା କମିଶନର ବ୍ରିଜେଶ ମିଶ୍ର। ତାଙ୍କ ନେତୃତ୍ବରେ ଗଠିତ କମିଟି ଦୁର୍ଘଟଣାର କାରଣ ଖୋଜିଛନ୍ତି। ତଦନ୍ତ ବେଳେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସେପଟେ ମୃତକଙ୍କ ସମ୍ପର୍କୀୟଙ୍କ ଲାଗି ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ଏହା ସହ ଗୁରୁତର ହୋଇଥିବା ବ୍ଯକ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲ ସହାୟତା ଦିଆଯାଇଛି। ଗତକାଲି ଦୁର୍ଘଟଣା ପରେ ପ୍ରାୟ ୨୪ଟି ଟ୍ରେନର ଗତିପଥରେ ହୋଇଥିଲା ପରିବର୍ତ୍ତନ। ଆହତ ବ୍ଯକ୍ତିଙ୍କୁ ଗତକାଲି କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଇଥିଲା। ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଟିକିତ୍ସା ପରେ ଛାଡ଼ି ଦିଆଯାଇଥିଲା। ଗତକାଲି କଟକ ନିର୍ଗୁଣ୍ଡି ଷ୍ଟେସନରେ  ବେଙ୍ଗାଳୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ଏସି ବଗି ହୋଇଥିଲା ଲାଇନଚ୍ଯୁତ। ଦୁର୍ଘଟଣା ପରେ ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା।

The post କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ କଲେ ଦକ୍ଷିଣ ପୂର୍ବ ସର୍କଲର ରେଳବାଇ ନିରାପତ୍ତା କମିଶନର appeared first on .