ଚିଙ୍ଗୁଡ଼ିଆ ନାଳରେ ବୁଲୁଛି କୁମ୍ଭୀର

ବରୀ,୧୦।୩(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଅଧୀନ ତନ୍ତୀ ଘାଇ ଶାଖା ଚିଙ୍ଗୁଡ଼ିଆ ନାଳରେ କୁମ୍ଭୀର ଦେଖିବାକୁ ମିଳିଛି। ନାଳରେ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହେବା ସହ ସରପଞ୍ଚ ପ୍ରଭାତୀ ପଲେଇଙ୍କୁ ସୂଚନା ଦେଇଛନ୍ତି। ସରପଞ୍ଚ ବନ ବିଭାଗକୁ ଫୋନ ମାଧ୍ୟମରେ ଜଣାଇଛନ୍ତି। ଏଥିସହିତ ପଞ୍ଚାୟତ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ନାଳକୁ କୌଣସି ବ୍ୟକ୍ତି ନ ଯିବାକୁ ସଚେତନ କରାଯାଇଛି। ପରେ ବନ ବିଭାଗ ପକ୍ଷରୁ ନାଳ କୂଳରେ ଏକ ସତର୍କ […] The post ଚିଙ୍ଗୁଡ଼ିଆ ନାଳରେ ବୁଲୁଛି କୁମ୍ଭୀର appeared first on Dharitri Odia News.

ଚିଙ୍ଗୁଡ଼ିଆ ନାଳରେ ବୁଲୁଛି କୁମ୍ଭୀର

ବରୀ,୧୦।୩(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଅଧୀନ ତନ୍ତୀ ଘାଇ ଶାଖା ଚିଙ୍ଗୁଡ଼ିଆ ନାଳରେ କୁମ୍ଭୀର ଦେଖିବାକୁ ମିଳିଛି। ନାଳରେ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହେବା ସହ ସରପଞ୍ଚ ପ୍ରଭାତୀ ପଲେଇଙ୍କୁ ସୂଚନା ଦେଇଛନ୍ତି। ସରପଞ୍ଚ ବନ ବିଭାଗକୁ ଫୋନ ମାଧ୍ୟମରେ ଜଣାଇଛନ୍ତି। ଏଥିସହିତ ପଞ୍ଚାୟତ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ନାଳକୁ କୌଣସି ବ୍ୟକ୍ତି ନ ଯିବାକୁ ସଚେତନ କରାଯାଇଛି। ପରେ ବନ ବିଭାଗ ପକ୍ଷରୁ ନାଳ କୂଳରେ ଏକ ସତର୍କ ବ୍ୟାନର ଲଗାଯାଇଛି। ଏହି ନାଳ ଅଧିକ ଗଭୀର ହୋଇଥିବାରୁ ସ୍ଥାନୀୟ ଲୋକେ ଦେଶୀ ଡଙ୍ଗା ଓ ଭୁଟୁଭୁଟିରେ ନାଳ ପାର ହେଉଛନ୍ତି। ବିଶେଷକରି ଭଅଁରା, ଭୁରୁଙ୍ଗ, ଚଟୁମାରୀ, ବୋଦୁଅ, କନ୍ତିଆ, କୁମ୍ଭୁକା ଓ ରାଇପୁର ଗ୍ରାମର ଚାଷୀମାନେ ନଦୀ ପାର ହୋଇ ଯାଇ କୃଷି କାର୍ଯ୍ୟ କରିଥାନ୍ତି। ସେମାନଙ୍କ ପାଇଁ ଏବେ ବିପଦ ସୃଷ୍ଟି ହୋଇଛି।

The post ଚିଙ୍ଗୁଡ଼ିଆ ନାଳରେ ବୁଲୁଛି କୁମ୍ଭୀର appeared first on Dharitri Odia News.