ପାକିସ୍ତାନର ନୂଆ ରାଷ୍ଟ୍ରପତି ହେଲେ ଆସିଫ ଅଲି ଜର୍ଦାରୀ

ଭୁବନେଶ୍ୱର,୯ା୩: ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟିର ସହ-ଅଧ୍ୟକ୍ଷ ଆସିଫ ଅଲି ଜର୍ଦାରୀ। ଏଥି ସହିତ ସେ ପାକିସ୍ତାନର ୧୪ ତମ ରାଷ୍ଟ୍ରପତି ହୋଇଛନ୍ତି। ୬୮ ବର୍ଷିୟ ଜର୍ଦାରୀ ପିପିପି ଏବଂ ପିଏମଏଲ-ଏନ ଦଳର ମିଳିତ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମହମୁଦ ଖାନ ଆଖାକଜାଇ ପ୍ରାର୍ଥୀ ଥିଲେ। ପାକିସ୍ତାନ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସଂସଦର ନୂତନ ନିର୍ବାଚିତ ସଦସ୍ୟ ଏବଂ ଚାରିଟି ପ୍ରାଦେଶିକ ବିଧାନସଭା ଇଲେକ୍ଟୋରାଲ ଦ୍ୱାରା ନୂତନ […] The post ପାକିସ୍ତାନର ନୂଆ ରାଷ୍ଟ୍ରପତି ହେଲେ ଆସିଫ ଅଲି ଜର୍ଦାରୀ appeared first on Dharitri Odia News.

ପାକିସ୍ତାନର ନୂଆ ରାଷ୍ଟ୍ରପତି ହେଲେ ଆସିଫ ଅଲି ଜର୍ଦାରୀ

ଭୁବନେଶ୍ୱର,୯ା୩: ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟିର ସହ-ଅଧ୍ୟକ୍ଷ ଆସିଫ ଅଲି ଜର୍ଦାରୀ। ଏଥି ସହିତ ସେ ପାକିସ୍ତାନର ୧୪ ତମ ରାଷ୍ଟ୍ରପତି ହୋଇଛନ୍ତି। ୬୮ ବର୍ଷିୟ ଜର୍ଦାରୀ ପିପିପି ଏବଂ ପିଏମଏଲ-ଏନ ଦଳର ମିଳିତ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମହମୁଦ ଖାନ ଆଖାକଜାଇ ପ୍ରାର୍ଥୀ ଥିଲେ।

ପାକିସ୍ତାନ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସଂସଦର ନୂତନ ନିର୍ବାଚିତ ସଦସ୍ୟ ଏବଂ ଚାରିଟି ପ୍ରାଦେଶିକ ବିଧାନସଭା ଇଲେକ୍ଟୋରାଲ ଦ୍ୱାରା ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ଜଣେ ବ୍ୟବସାୟୀରୁ ରାଜନେତା ପାଲଟିଥିବା ଜର୍ଦାରୀ ନିହତ ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ସ୍ୱାମୀ।

ନିର୍ବାଚନରେ ସେ ୨୫୫ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୧୧୯ ପାଇଥିବା ପାକିସ୍ତାନୀ ମିଡ଼ିଆ ରିପୋର୍ଟ କରିଛି।ଜର୍ଦାରୀ ବର୍ତ୍ତମାନ ରାଷ୍ଟ୍ରପତି ଥିବା ଡ. ଆରିଫ ଅଲଭିଙ୍କ ସ୍ଥାନ ନେବେ, ଯାହାଙ୍କର ପାଞ୍ଚ ବର୍ଷ କାର୍ଯ୍ୟକାଳ ଗତ ବର୍ଷ ଶେଷ ହୋଇଥିଲା। ତେବେ ନୂତନ ନିର୍ବାଚନ କଲେଜ ଗଠନ ହୋଇ ନ ଥିବାରୁ ସେ ତାଙ୍କ ପଦବୀରେ ଏପର୍ଯ୍ୟନ୍ତ ରହିଛନ୍ତି।

The post ପାକିସ୍ତାନର ନୂଆ ରାଷ୍ଟ୍ରପତି ହେଲେ ଆସିଫ ଅଲି ଜର୍ଦାରୀ appeared first on Dharitri Odia News.