‘ବଡ଼ ଅଟ୍ଟାଳିକାରୁ ହିଁ ଆରମ୍ଭ ହେବ ଉଚ୍ଛେଦ, ଶେଷ ହେବ ମାଫିଆଙ୍କ ଯୁଗ’

ବରଗଡ଼,୧୩ା୭(ପ୍ରେମାନନ୍ଦ ଖମାରୀ): ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ବରଗଡ଼ ଗସ୍ତରେ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ସହରସ୍ଥିତ ଲେଙ୍ଗୁ ମିଶ୍ରଛକଠାରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ପ୍ରସଙ୍ଗ ସହିତ ବାଲି ଓ ଖଣି ମାଫିଆଙ୍କ ଦୌରାତ୍ମ୍ୟ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ଜବରଦଖଲ ପ୍ରସଙ୍ଗକୁ ନେଇ କହିଥିଲେ, ରାଜ୍ୟ ସରକାର ଇତିମଧ୍ୟରେ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି। ତେବେ ଯେଉଁ ଗରିବ ଲୋକ […] The post ‘ବଡ଼ ଅଟ୍ଟାଳିକାରୁ ହିଁ ଆରମ୍ଭ ହେବ ଉଚ୍ଛେଦ, ଶେଷ ହେବ ମାଫିଆଙ୍କ ଯୁଗ’ appeared first on Dharitri Odia News.

‘ବଡ଼ ଅଟ୍ଟାଳିକାରୁ ହିଁ ଆରମ୍ଭ ହେବ ଉଚ୍ଛେଦ, ଶେଷ ହେବ ମାଫିଆଙ୍କ ଯୁଗ’

ବରଗଡ଼,୧୩ା୭(ପ୍ରେମାନନ୍ଦ ଖମାରୀ): ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ବରଗଡ଼ ଗସ୍ତରେ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ସହରସ୍ଥିତ ଲେଙ୍ଗୁ ମିଶ୍ରଛକଠାରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ପ୍ରସଙ୍ଗ ସହିତ ବାଲି ଓ ଖଣି ମାଫିଆଙ୍କ ଦୌରାତ୍ମ୍ୟ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ଜବରଦଖଲ ପ୍ରସଙ୍ଗକୁ ନେଇ କହିଥିଲେ, ରାଜ୍ୟ ସରକାର ଇତିମଧ୍ୟରେ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି। ତେବେ ଯେଉଁ ଗରିବ ଲୋକ ଯାହା ଘରଡିହ ନାହିଁ ସେଭଳି ଯଦି କେହି ଅଳ୍ପ କିଛି ଜମିରେ ଘରଡିହ କରିଛି ତାହା ନୁହେଁ, ଶହଶହ ସରକାରୀ ଜମି ଜବରଦଖଲ କରିଛନ୍ତି, ଜବରଦଖଲ ଜମିକୁ ଭଡ଼ାରେ ଦେଇଛନ୍ତି ଏବଂ ସରକାରଙ୍କ ରାଜସ୍ବ ହାନି ଘଟୁଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଜବରଦଖଲରେ ରହିଥିବା ସୁଉଚ୍ଚ ଅଟ୍ଟାଳିକାରୁ ହିଁ ଉଚ୍ଛେଦ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଖଣି, ବାଲି ଚୋରି ଉପରେ ଲଗାମ ଲଗାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ। ଖଣି, ରାଜସ୍ବ, ଜଳସମ୍ପଦ ଓ ଜଙ୍ଗଲ ବିଭାଗ ମଧ୍ୟରେ ସେନେଇ ବିଚାର ବିମର୍ଷ ଚାଲିଛି। ଆଗାମୀ ଦିନରେ ଖଣି, ବାଲି ମାଫିଆଙ୍କ ଯୁଗ ଶେଷ ହେବ ବୋଲି ପୂଜାରୀ ବଡ଼ ବୟାନ ଦେଇଛନ୍ତି।

The post ‘ବଡ଼ ଅଟ୍ଟାଳିକାରୁ ହିଁ ଆରମ୍ଭ ହେବ ଉଚ୍ଛେଦ, ଶେଷ ହେବ ମାଫିଆଙ୍କ ଯୁଗ’ appeared first on Dharitri Odia News.