ଏଣିକି ଅନଲାଇନରେ ପାଇ ପାରିବେ କାଷ୍ଟ୍, ଇନକମ୍ ଏବଂ ରେସିଡେଣ୍ଟ ସାର୍ଟିଫିକେଟ

ଭୁବନେଶ୍ଵର : ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ଘରେ ବସି ଆବେଦନ କରିପାରିବେ କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ । ଏନେଇ ଓଡ଼ିଶା ସରକାର ଖୁବ୍‌ଶୀଘ୍ର ଏକ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବାକୁ ଯାଉଛନ୍ତି । ଯାହା ଦ୍ୱାରା ଲୋକମାନେ ଅନ୍‌ଲାଇନ୍‌ ମୋଡ୍‌ ମାଧ୍ୟମରେ ରାଜସ୍ୱ ବିଭାଗରୁ ବିଭିନ୍ନ ପ୍ରମାଣପତ୍ର ପାଇପାରିବେ। ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି ଏଥିରେ ଅବହେଳା କଲେ ଧରା ପଡିବେ ଅଧିକାରୀ । […]

ଏଣିକି ଅନଲାଇନରେ ପାଇ ପାରିବେ କାଷ୍ଟ୍, ଇନକମ୍ ଏବଂ ରେସିଡେଣ୍ଟ ସାର୍ଟିଫିକେଟ
ଏଣିକି ଅନଲାଇନରେ ପାଇ ପାରିବେ କାଷ୍ଟ୍, ଇନକମ୍ ଏବଂ ରେସିଡେଣ୍ଟ ସାର୍ଟିଫିକେଟ

ଭୁବନେଶ୍ଵର : ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ଘରେ ବସି ଆବେଦନ କରିପାରିବେ କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ । ଏନେଇ ଓଡ଼ିଶା ସରକାର ଖୁବ୍‌ଶୀଘ୍ର ଏକ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବାକୁ ଯାଉଛନ୍ତି । ଯାହା ଦ୍ୱାରା ଲୋକମାନେ ଅନ୍‌ଲାଇନ୍‌ ମୋଡ୍‌ ମାଧ୍ୟମରେ ରାଜସ୍ୱ ବିଭାଗରୁ ବିଭିନ୍ନ ପ୍ରମାଣପତ୍ର ପାଇପାରିବେ। ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି ଏଥିରେ ଅବହେଳା କଲେ ଧରା ପଡିବେ ଅଧିକାରୀ । ଏହି ସ୍ୱତନ୍ତ୍ର ଆପ୍‌ ରାଜ୍ୟ ସରକାର ଏପ୍ରିଲ୍‌ରେ ଉନ୍ମୋଚନ କରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ସୂଚନା ଦେଇଛନ୍ତି ।

ମୋବାଇଲେ କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ କେଉଁ ଯୋଜନା ପାଇଁ ଆବେଦନ କଲେ ଏହାର ବିବରଣୀ ଆପ୍‌ ମାଧ୍ୟମରେ ରେକର୍ଡ କରାଯିବ । କେଉଁ ସାର୍ଟିଫିକେଟ କେତେ ସମୟରେ ମିଳିବ ସେଥିପାଇଁ ସମୟ ଧାର୍ଯ୍ୟ ହେବ । ଆବେଦନକାରୀମାନେ ଆପ୍ ମାଧ୍ୟମରେ ସେମାନଙ୍କର ପ୍ରମାଣପତ୍ର ଡାଉନଲୋଡ୍ କରିପାରିବେ। ରାଜସ୍ୱ ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିବ । ନିର୍ଦ୍ଦିଷ୍ଟ ସମୟରେ ସାର୍ଟିଫିକେଟ ନମିଳିଲେ ରାଜସ୍ୱ ବିଭାଗକୁ ସୂଚନା ଆସିଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।