ମୁମ୍ବାଇର ବୋଟ୍ ବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି
ମୁମ୍ବାଇ: ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବୋଟ୍ ବୁଡ଼ି ଘଟଣା। ୧୦୦ରୁ ଅଧିକ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍ ମୁହାଁମୁହିଁ ଧକ୍କା ଯୋଗୁ ଓଲଟି ପଡିଥିଲା । ନୌସେନା ବୋଟ୍ ଅପରାହ୍ନ ସମୟରେ ‘ନୀଲକମଲ’ ଯାତ୍ରୀବାହୀ ବୋଟ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ୧୦୦ରୁ ଅଧିକ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍ ମୁହାଁମୁହିଁ ଧକ୍କା ଯୋଗୁ ଓଲଟି ପଡିଥିଲା। ବର୍ତ୍ତମାନସୁଦ୍ଦା ୧୦୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ୧୩ […]

ମୁମ୍ବାଇ: ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବୋଟ୍ ବୁଡ଼ି ଘଟଣା। ୧୦୦ରୁ ଅଧିକ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍ ମୁହାଁମୁହିଁ ଧକ୍କା ଯୋଗୁ ଓଲଟି ପଡିଥିଲା । ନୌସେନା ବୋଟ୍ ଅପରାହ୍ନ ସମୟରେ ‘ନୀଲକମଲ’ ଯାତ୍ରୀବାହୀ ବୋଟ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ୧୦୦ରୁ ଅଧିକ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍ ମୁହାଁମୁହିଁ ଧକ୍କା ଯୋଗୁ ଓଲଟି ପଡିଥିଲା। ବର୍ତ୍ତମାନସୁଦ୍ଦା ୧୦୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ୧୩ ଜଣଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। କେତେକ ଯାତ୍ରୀ ନିଖୋଜ ଥିବା ମଧ୍ୟ କୁହାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରିହିଛି।
ମୃତକଙ୍କ ମଧ୍ୟରେ, ୧୦ ଜଣ ସାଧାରଣ ନାଗରିକ ଏବଂ ୩ ଜଣ ନୌସେନା କର୍ମଚାରୀ ରହିଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଜଣଙ୍କୁ ଚିକିତ୍ସା ଲାଗି ନୌସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୌସେନା, ତଟରକ୍ଷୀ ବାହିନୀ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟ ଚଳାଇଛି।