ଉଦୟପୁର ବେଳାଭୂମିରୁ ବିପୁଳ ପରିମାଣରେ ପଶ୍ଚିମବଙ୍ଗ ମାର୍କା ମଦ ଜବତ, ୨ ବେପାରୀ ଗିରଫ

ଚନ୍ଦନେଶ୍ୱର:  ରାଜ୍ୟର ଅନ୍ୟତମ ପ୍ରମୁଖ ମନରୋମ ବେଳାଭୂମି ବାଲେଶ୍ବର ଜିଲ୍ଲା ଭୋଗରାଇର ଉଦୟପୁର ବେଳାଭୂମିରୁ ଶୁକ୍ରବାର ସନ୍ଧ୍ୟାରେ ଅବକାରୀ ବିଭାଗର ଏକ ୪୦ ଜଣିଆ ଟିମ ଅଚାନକ ଚଢାଉ କରିଥିଲେ। ଏଥିରେ ୪ଗାଡି ମଦ ଜବତ ହେବା ସହିତ ୨ବେପାରୀ ଗିରଫ ହୋଇଥିବା ଜଣା ପଡ଼ିଛି।ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅସାମାଜିକ କାର୍ଯ୍ୟ ଓ ନିଶା ବେପାରର ହବ ପାଲଟିଛି ଉଦୟପୁର ବେଳାଭୂମି। ପାଖରେ ତାଳସାରୀ ସାମୁଦ୍ରିକ ଥାନା ରହିଥିଲେ ମଧ୍ୟ […]

ଉଦୟପୁର ବେଳାଭୂମିରୁ ବିପୁଳ ପରିମାଣରେ ପଶ୍ଚିମବଙ୍ଗ ମାର୍କା ମଦ ଜବତ, ୨ ବେପାରୀ ଗିରଫ
Huge quantity of West Bengal marca liquor seized from Udaipur beach

ଚନ୍ଦନେଶ୍ୱର:  ରାଜ୍ୟର ଅନ୍ୟତମ ପ୍ରମୁଖ ମନରୋମ ବେଳାଭୂମି ବାଲେଶ୍ବର ଜିଲ୍ଲା ଭୋଗରାଇର ଉଦୟପୁର ବେଳାଭୂମିରୁ ଶୁକ୍ରବାର ସନ୍ଧ୍ୟାରେ ଅବକାରୀ ବିଭାଗର ଏକ ୪୦ ଜଣିଆ ଟିମ ଅଚାନକ ଚଢାଉ କରିଥିଲେ। ଏଥିରେ ୪ଗାଡି ମଦ ଜବତ ହେବା ସହିତ ୨ବେପାରୀ ଗିରଫ ହୋଇଥିବା ଜଣା ପଡ଼ିଛି।ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ଅସାମାଜିକ କାର୍ଯ୍ୟ ଓ ନିଶା ବେପାରର ହବ ପାଲଟିଛି ଉଦୟପୁର ବେଳାଭୂମି। ପାଖରେ ତାଳସାରୀ ସାମୁଦ୍ରିକ ଥାନା ରହିଥିଲେ ମଧ୍ୟ ମାଫିଆ ମାନେ ବେଶ ଆରାମରେ ଏହି କାରବାର ଚଳାଇ ଆସୁଛନ୍ତି। ବର୍ଷ ବର୍ଷ ଧରି ଚାଲି ଆସୁଥୁବା ଦେହ ବେପାରକୁ ପ୍ରାୟ ୬ମାସ ପୂର୍ବରୁ ଜିଲ୍ଲା ପ୍ରଶାସନର ସହଯୋଗରେ ମୂଳତ୍ପାଟନ କରା ଯାଇଥିବା ବେଳେ ନିଶା କାରବାର କିନ୍ତୁ ବନ୍ଦ ହୋଇ ନଥିଲା।ବେଳାଭୂମିରେ ପଶ୍ଚିମବଙ୍ଗ ମାର୍କା ଚୋରା ମଦର ବନ୍ୟା ହେବା ସହିତ ହୁକା ଓ ଅନ୍ୟାନ୍ୟ ନିଶା ବେପାର ଆରାମରେ ହେଉଥିଲା।

ତେବେ ଶୁକ୍ରବାର ସନ୍ଧ୍ୟାରେ ବେଳାଭୂମିରେ ପର୍ଯ୍ୟଟକ ଫାଙ୍କା ଥିବା ସହିତ ଶନିବାର ପାଇଁ ମାଫିଆ ମାନେ ମଦ ଗଚ୍ଛିତ କରି ରଖିଥିଲେ। ନିର୍ବାଚନ ଆଚରଣ ବିଧକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଟ ସିଏଚ ତିରୁପତିଙ୍କ ନେତୃତ୍ବରେ ଅଚାନକ ଚଢାଉ କରା ଯାଇଥିଲା।ଏଥିରେ ଜଳେଶ୍ଵର ଅବକାରୀ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ପରିଚ୍ଛା,ମୋବାଇଲ ଇନ୍ସପେକ୍ଟର ରଞ୍ଜିତ କୁମାର ବାଗଲା,ଭୋଗରାଇ ଓଆଇସି ରଞ୍ଜନ ଦାସ,ମୋବାଇଲ ଓଆଇସି ଭକ୍ତ ବତ୍ସଳ ସାଇଁ, ଜଳେଶ୍ଵର ଓଆଇସି ବିଜୟ ଲାକ୍ରା,ଏଏସଆଇ ପ୍ରହଲ୍ଲାଦ ବିଶ୍ବାଳ ପ୍ରମୁଖ ସାମିଲ ଥିଲେ।