ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର : ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଆଜି ଅର୍ଥାତ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଟିଇଟି ପରୀକ୍ଷାର ପ୍ରଥମ ଓ ଦ୍ୱିତୀୟ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ଘୁଞ୍ଚାଇ ଦିଆଯାଇଛି। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ […]

ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି
State government has completely failed to conduct a examination

ଭୁବନେଶ୍ୱର : ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଆଜି ଅର୍ଥାତ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଟିଇଟି ପରୀକ୍ଷାର ପ୍ରଥମ ଓ ଦ୍ୱିତୀୟ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ଘୁଞ୍ଚାଇ ଦିଆଯାଇଛି।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ରାଜ୍ୟ ବିଜେପି ସରକାର ସୁଶାସନର ଡିଣ୍ଡିମ ପିଟୁଥିବା ବେଳେ ଗୋଟିଏ ସାଧାରଣ ପରୀକ୍ଷା ସୁରୁଖୁରୁରେ କରାଇବାରେ ସକ୍ଷମ ହୋଇପାରୁ ନାହାନ୍ତି। ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଗଲା ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତରେ ପ୍ରଶ୍ନପତ୍ରକୁ ବିକ୍ରି କରାଯାଇଛି ବୋଲି ଡ଼ ମହାନ୍ତି ଅଭିଯୋଗ କରିଥିଲେ।

ସେ କହିଥିଲେ, ଏହି ପ୍ରଶ୍ନପତ୍ର ପ୍ରଘଟ ବା ପ୍ରଶ୍ନପତ୍ର ବିକ୍ରି ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏଥିରେ ପରୀକ୍ଷା ଦେବାକୁ ଥିବା ପ୍ରାୟ ୭୫ ହଜାର ଶିକ୍ଷକ ହତାଶ ହୋଇଛନ୍ତି। ଗତ ଏକ ବର୍ଷର ବିଜେପି ଶାସନରେ ଏଭଳି ଅନେକ ପରୀକ୍ଷା ବାତିଲ ହୋଇଛି ଓ ସୁଶାସନ ଦାବି କରି କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ପରୀକ୍ଷାଟିଏ ସୁରୁଖୁରୁରେ ଆୟୋଜିତ କରିବାରେ ସକ୍ଷମ ହୋଇନାହାନ୍ତି। ଗତ ଏକ ବର୍ଷ ଭିତରେ, ରାଜ୍ୟରେ ପ୍ରାୟ ୧୨ଟି ପରୀକ୍ଷା ବିଭିନ୍ନ କାରଣରୁ ଘୁଞ୍ଚାଯାଇଛି। କେଉଁଠି ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ବେଳେ, କେଉଁଠି ଭୁଲ୍‌ ପ୍ରଶ୍ନପତ୍ର ବଣ୍ଟନ ଯୋଗୁଁ ପରୀକ୍ଷା ଘୁଞ୍ଚାଯାଉଛି।

ପରୀକ୍ଷାଟିଏ ତ୍ରୁଟିଶୁନ୍ୟ ଭାବେ କରାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହାଛଡା, ଏଭଳି ପ୍ରଶ୍ନପତ୍ର ପ୍ରଘଟ କାର୍ଯ୍ୟରେ ସମ୍ପୃକ୍ତ ଥିବା ଲୋକଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବାର ବ୍ୟବସ୍ଥା ଓଡିଶା ପବ୍ଲିକ ସର୍ଭିସ ପରୀକ୍ଷା ବିଲ୍‌ ୨୦୨୪ରେ କରାଯାଇଛି। ଏହି ବିଲ୍‌ ଅନୁଯାୟୀ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ ଦଣ୍ଡ ସହ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। ବିଜେପି ସରକାରରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏକ ନିୟମିତ ବ୍ୟାପାର ହୋଇଥିଲେ ମଧ୍ୟ ଏହି ଆଇନ ଅନୁଯାୟୀ କୌଣସି ବ୍ୟକ୍ତି ଦଣ୍ଡିତ ହୋଇନାହାନ୍ତି। ଏହି ଆଇନକୁ କାର୍ଯ୍ୟକାରୀ ନକରିବା ସରକାର ଦୋଷୀଙ୍କୁ ଘଣ୍ଟ ଘୋଡାଇବା ସଦୃଶ୍ୟ ହୋଇଛି ବୋଲି ଡ଼ ମହାନ୍ତି କହିଥିଲେ।