ମହୋଦଧି କୂଳରେ ମଦ କୁଡ଼ିଆ କାର୍ଯ୍ୟକାରୀ ହେଲେ ଶାସନ କ୍ଷମତା ହରାଇବ ବିଜେପି : ଶଙ୍କରାଚାର୍ଯ୍ୟ

ପୁରୀ : ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସମୁଦ୍ର କୂଳରେ ମଦ ପରସିବା ବ୍ୟବସ୍ଥା ହେବ। ପର୍ଯ୍ୟଟନ ବିଭାଗର ଅନୁମତିକ୍ରମେ ସମୁଦ୍ର କୂଳରେ ମଦ ବିକ୍ରୟ କେନ୍ଦ୍ର ଖୋଲାଯାଇ ପାରିବ। ଓଟିଡିସି ନିଜେ କିମ୍ବା ଭେଣ୍ଡର ଜରିଆରେ ଏହା କରିପାରିବେ। ତେବେ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ପରେ ପୁରୀରେ ଏହାକୁ ଘୋର ବିରୋଧ କରାଯାଇଛି। ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଖୋଲାଖୋଲି ଏହି ପ୍ରସ୍ତାବକୁ ସମାଲୋଚନା କରିବା ସହ ରାଜ୍ୟ ସରକାର ପୁରୀକୁ ଗୋଆ ବେଳାଭୂମି […]

ମହୋଦଧି କୂଳରେ ମଦ କୁଡ଼ିଆ କାର୍ଯ୍ୟକାରୀ ହେଲେ ଶାସନ କ୍ଷମତା ହରାଇବ ବିଜେପି : ଶଙ୍କରାଚାର୍ଯ୍ୟ
Puri Shankaracharya calls govt’s beach shacks plan ‘disgrace’ for Odisha

ପୁରୀ : ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସମୁଦ୍ର କୂଳରେ ମଦ ପରସିବା ବ୍ୟବସ୍ଥା ହେବ। ପର୍ଯ୍ୟଟନ ବିଭାଗର ଅନୁମତିକ୍ରମେ ସମୁଦ୍ର କୂଳରେ ମଦ ବିକ୍ରୟ କେନ୍ଦ୍ର ଖୋଲାଯାଇ ପାରିବ। ଓଟିଡିସି ନିଜେ କିମ୍ବା ଭେଣ୍ଡର ଜରିଆରେ ଏହା କରିପାରିବେ। ତେବେ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ପରେ ପୁରୀରେ ଏହାକୁ ଘୋର ବିରୋଧ କରାଯାଇଛି। ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଖୋଲାଖୋଲି ଏହି ପ୍ରସ୍ତାବକୁ ସମାଲୋଚନା କରିବା ସହ ରାଜ୍ୟ ସରକାର ପୁରୀକୁ ଗୋଆ ବେଳାଭୂମି କଲେ ଭୟାବହ ପରିଣତି ହେବ ବୋଲି ଚେତାବନୀ ଦେଇଛନ୍ତି।

ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ମହୋଦଧି ସମେତ ବିଭିନ୍ନ ନଦୀ ତଟରେ ମଦ କୁଡ଼ିଆ ନିଷ୍ପତି ଦୁର୍ଭାଗ୍ୟଜନକ। ପ୍ରଥମେ ଯିଏ ଏଭଳି ନିଷ୍ପତ୍ତି ନେଇଛନ୍ତି ତାଙ୍କୁ ୫୦ ବୋତଲ ମଦ ପିଆଇଦିଅ। ଏହାପରେ ତାଙ୍କର ଯେଉଁ ଦୁର୍ଦ୍ଦଶା ହେବ ସେ ବୁଝିଯିବେ। ନଦୀ, ସମୁଦ୍ର ତଟ ହେଉଛି ଆସ୍ଥାର କେନ୍ଦ୍ର। ସେଥିପାଇଁ ଏଠାରେ ନିତ୍ୟ ସମୁଦ୍ର ଆଳତି କରାଯାଉଛି।

ମଦ କଥା ଛାଡି ସକାଳେ ଏବଂ ସନ୍ଧ୍ୟାରେ କିଭଳି ଭଜନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇପାରିବ ସେ କଥା ସରକାର ଚିନ୍ତା କରନ୍ତୁ। ଶ୍ରୀକ୍ଷେତ୍ର ଅଧ୍ୟାତ୍ମିକ ରାଜଧାନୀ। ବିଜେପି ସରକାରଙ୍କ ଏଭଳି ନିଷ୍ପତ୍ତି ଲଜ୍ୟାଜନକ। ଏହା ରାଷ୍ଟ୍ର ପାଇଁ କଳଙ୍କ। ବିଜେପି ସରକାର ପାଗଳ ହୋଇଯାଇଛନ୍ତି। ଯଦି ପୁରୀରେ ଏହି ମଦକୁଡ଼ିଆ ହୁଏ ତା’ହେଲେ ବିଜେପି ସରକାର ଶାସନ କ୍ଷମତା ହରାଇବ ବୋଲି ଚେତାବନୀ ଦେଇଛନ୍ତି ଶଙ୍କରଚାର୍ଯ୍ୟ।