ଅସହ୍ୟ ହେଲା ପୁଅ-ବୋହୂଙ୍କ ନିର୍ଯ୍ୟାତନା : ଗୁହାଳରେ ଜୀବନ ହାରିଲେ ବାପା
ଭୋଗରାଇ : ପୁଅ ବୋହୂଙ୍କ ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଗୋରୁ ଗୁହାଳରେ ଜୀବନ ହାରିଲେ ବାପା। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଚଣ୍ଡୀପୁର ଗ୍ରାମରେ ଘଟିଛି। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଚଣ୍ଡୀପୁର ଗ୍ରାମର ନିରଞ୍ଜନ କର ନିଜ ଗୁହାଳ ଘରେ ଆତ୍ମହତ୍ୟା କରିଛନ୍ତି। ବଡ କଥା ହେଉଛି ମୃତ୍ୟୁ ଆଗରୁ ନିରଞ୍ଜନ ସୁଇସାଇଡ ନୋଟ ଲେଖିଦେଇଥିବା ଜଣାପଡିଛି। ନିରଞ୍ଜନ ସୁଇସାଇଡ ନୋଟରେ ତାଙ୍କ […]

ଭୋଗରାଇ : ପୁଅ ବୋହୂଙ୍କ ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଗୋରୁ ଗୁହାଳରେ ଜୀବନ ହାରିଲେ ବାପା। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଚଣ୍ଡୀପୁର ଗ୍ରାମରେ ଘଟିଛି।
ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଚଣ୍ଡୀପୁର ଗ୍ରାମର ନିରଞ୍ଜନ କର ନିଜ ଗୁହାଳ ଘରେ ଆତ୍ମହତ୍ୟା କରିଛନ୍ତି। ବଡ କଥା ହେଉଛି ମୃତ୍ୟୁ ଆଗରୁ ନିରଞ୍ଜନ ସୁଇସାଇଡ ନୋଟ ଲେଖିଦେଇଥିବା ଜଣାପଡିଛି। ନିରଞ୍ଜନ ସୁଇସାଇଡ ନୋଟରେ ତାଙ୍କ ପୁଅ ଓ ବୋହୂଙ୍କ ଅତ୍ୟାଚାର ଉଲ୍ଲେଖ କରିବା ସହିତ ଗ୍ରାମର ତିନିଜଣଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି।
ଏଥି ସହିତ ମୃତକ ନିରଞ୍ଜନ,ତାଙ୍କ ମୃତଦେହକୁ ପୁଅ-ବୋହୂ ଛୁଇଁବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ନିଜ ଶବ ସତ୍କାର ପାଇଁ ସେ ୨୫ ହଜାର ଟଙ୍କା ରଖିଥିବା କଥାବି ସୁଇସାଇଡ ନୋଟରେ ଲେଖିଛନ୍ତି। ତେବେ ଏନେଇ ସୂଚନା ପାଇ ଘଟଣା ସ୍ଥଳରେ ଭୋଗରାଇ ପୁଲିସ ପହଞ୍ଚି ତକିଆ ତଳୁ ନଗଦ ୨୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବଦ କରିବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।