ଦିନ ପରେ ବଢିବ ରାତି ତାପମାତ୍ରା : ୯ ଜିଲ୍ଲାକୁ ଘନ କୁହୁଡ଼ି ଚେତାବନୀ

ଭୁବନେଶ୍ୱର : ମାଘ ମାସରେ ଆବଶ୍ୟକତାଠାରୁ ଅଧିକ ଗରମ ଅନୁଭୂତ ହେଉଥିବା ବେଳେ ଆଗାମୀ ୩ ଦିନ ରାତି ତାପମାତ୍ରାରେ ଆହୁରି ବୃଦ୍ଧି ଘଟିବ। ଆଗାମୀ ୩ ଦିନ ରାତିରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଲେଟିନ ଜାରି କରି ସୂଚନା ଦିଆଯାଇଛି। ଗତକାଲି ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୩୪.୪ଡିଗ୍ରି ‌ରେକର୍ଡ କରାଯାଇଥିବା ବେଳେ ମାଲକାନଗିରି‌ରେ ୩୪ଡିଗ୍ରି ଓ ରାଜ୍ୟର ୩୨ ସହରର ତାପମାତ୍ରା […]

ଦିନ ପରେ ବଢିବ ରାତି ତାପମାତ୍ରା : ୯ ଜିଲ୍ଲାକୁ ଘନ  କୁହୁଡ଼ି ଚେତାବନୀ
Light fog in the state will reduce the temperature

ଭୁବନେଶ୍ୱର : ମାଘ ମାସରେ ଆବଶ୍ୟକତାଠାରୁ ଅଧିକ ଗରମ ଅନୁଭୂତ ହେଉଥିବା ବେଳେ ଆଗାମୀ ୩ ଦିନ ରାତି ତାପମାତ୍ରାରେ ଆହୁରି ବୃଦ୍ଧି ଘଟିବ। ଆଗାମୀ ୩ ଦିନ ରାତିରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଲେଟିନ ଜାରି କରି ସୂଚନା ଦିଆଯାଇଛି।

ଗତକାଲି ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୩୪.୪ଡିଗ୍ରି ‌ରେକର୍ଡ କରାଯାଇଥିବା ବେଳେ ମାଲକାନଗିରି‌ରେ ୩୪ଡିଗ୍ରି ଓ ରାଜ୍ୟର ୩୨ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୮.୮ ଡିଗ୍ରି ରହିଥିବା ବେଳେ ପୂର୍ବରୁ ସବୁଠାରୁ କମ୍‌ ତାପମାତ୍ରା ରହୁଥିବା ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ରେକର୍ଡ କରାଯାଇଛି। ଫୁଲବାଣୀରେ ୧୩ ଡିଗ୍ରି ରହିଛି।

ଅନ୍ୟପଟେ ଘନକୁହୁଡ଼ି ଡରାଇବାରେ ଲାଗିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସୋମବାର ରାତିରୁ ମଙ୍ଗଳବାର ସକାଳ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି।
ଗଜପତି, ଗଞ୍ଜାମ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ ଓ ଢେଙ୍କାନାଳରେ ଘନ କୁହୁଡ଼ି ସମ୍ଭାବନା ରହିଛି। କେତେକ ସ୍ଥାନରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ରହିବା ଆଶଙ୍କା କରାଯାଉଛି। ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୧୧ ତାରିଖରେ ଗଞ୍ଜାମ ଓ ଗଜପତି ସମେତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ ଓ ଢେଙ୍କାନାଳର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୬ ତାରିଖରୁ ପାଗରେ ପରିବର୍ତ୍ତନ ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି।