ରାଜଧାନୀରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ,ଜଣେ ଗିରଫ

ଭୁବନେଶ୍ୱର : ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର । ଏହି ମାମଲାରେ ଜଣକୁ ଗିରଫ କରିଛି ଏସଟିଏଫ । ଗିରଫ ବ୍ୟକ୍ତିଙ୍କ ନିକଟରୁ ୨୬୩ ଗ୍ରାମର ବ୍ରାଉନସୁଗାର ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୨୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାଁ ଜ୍ୟୋତି ସାମନ୍ତରାୟ । ତାଙ୍କ ଘର ଭୁବନେଶ୍ୱର ବମିଖାଲ ଅଞ୍ଚଳରେ । ସୂଚନାନୁସାରେ , ବାଲେଶ୍ୱରରୁ ବ୍ରାଉନ୍‌ସୁଗାର ଖୋର୍ଦ୍ଧା […]

ରାଜଧାନୀରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ,ଜଣେ ଗିରଫ
ରାଜଧାନୀରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ,ଜଣେ ଗି

ଭୁବନେଶ୍ୱର : ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର । ଏହି ମାମଲାରେ ଜଣକୁ ଗିରଫ କରିଛି ଏସଟିଏଫ । ଗିରଫ ବ୍ୟକ୍ତିଙ୍କ ନିକଟରୁ ୨୬୩ ଗ୍ରାମର ବ୍ରାଉନସୁଗାର ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୨୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାଁ ଜ୍ୟୋତି ସାମନ୍ତରାୟ । ତାଙ୍କ ଘର ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ।

ସୂଚନାନୁସାରେ , ବାଲେଶ୍ୱରରୁ ବ୍ରାଉନ୍‌ସୁଗାର ଖୋର୍ଦ୍ଧା ଆସୁଥିଲା । ଏହି ସମୟରେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଏୟାରଫିଲ୍ଡ ଥାନା ଅର୍ନ୍ତଗତ ଲବଣଗିରି ଓ ପାଞ୍ଚଗାଁ ରୋଡ୍‌ରେ ଚଢାଉ କରିଥିଲା ଏସ୍‌ଟିଏଫ୍‌ ଟିମ୍‌ । ଘଟଣାସ୍ଥଳରୁ ଜ୍ୟୋତି ସାମନ୍ତରାୟଙ୍କୁ ଗିରଫ କରିବା ସହ ତା’ ନିକଟରୁ ୨୬୩ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ବିଶେଷ କରି କଲେଜ ପିଲାଙ୍କୁ ବ୍ରାଉନସୁଗାର ଦେଉଥିଲା ଜ୍ୟୋତି । ପୂର୍ବରୁ ତା ନାଁରେ ଅନେକ ମାମଲା ରହିଛି । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଏସ୍‌ଟିଏଫ୍‌ ଏସ୍‌ପି ପିନାକ ମିଶ୍ର ।