ଋଷି ସୁନକଙ୍କୁ ବଡ଼ ଝଟ୍‌କା: ନିର୍ବାଚନ ପୂର୍ବରୁ ପାର୍ଟି ଛାଡ଼ିଲେ ୭୮ ନେତା

ନୂଆଦିଲ୍ଲୀ:ନିର୍ବାଚନ ପୂର୍ବରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାଇଁ ବଢିଲା ଅଡୁଆ। ସାଧାରଣ ନିର୍ବାଚନ ଘୋଷଣା କରିବା ପରେ ହିଁ ସୁନକଙ୍କ ଦଳକୁ ଲାଗିଛି ଝଟ୍‌କା। ୨୨ ଜୁଲାଇରେ ହେବାକୁ ଥିବା ସାଧାରଣ ନିର୍ବାଚନର ତାରିଖ ୪ ତାରିଖରେ ହେବା ନେଇ ସୁନକ ଘୋଷଣା କରିଛନ୍ତି। ଗୋଟିଏ ପଟେ ତାଙ୍କ କନଜରଭେଟିଭ୍ ପାର୍ଟି ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛି। କାରଣ ଅନେକ ନେତା ଦଳ ଛାଡିଛନ୍ତି। ଏଭଳି ପରିସ୍ଥିତି ମଧ୍ୟରେ ସୁନକ ସହକର୍ମୀ ଏବଂ ପରିବାର ଲୋକଙ୍କ ସହ ସମୟ ବିତାଉଛନ୍ତି। ସବୁଠୁ ବଡ଼ କଥା ହେଲା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ଦଳର ମୋଟ ୭୮ ସଦସ୍ୟ ସାଧାରଣ ନିର୍ବାଚନରେ ଭାଗ ନେବାକୁ ମନା କରି ଦେଇଛନ୍ତି। ନିକଟରେ କ୍ୟାବିନେଟ ମନ୍ତ୍ରୀ ମାଇକେଲ ଗୋଭ ଏବଂ ଆଣ୍ଡ୍ରେୟା ଲିଡସମ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ଲେଖିଛନ୍ତି ଯେ ମୋ ନିକଟତମ ଲୋକମାନେ ମଧ୍ୟ ଜାଣିଛନ୍ତି ଯେ ଅଫିସ୍‌କୁ କେତେ କ୍ଷତି ସହିବାକୁ ପଡିବ, କେହିବି ରାଜନୀତିରେ ନିଯୁକ୍ତି ପାଆନ୍ତି ନାହିଁ। ଆମେ ସ୍ବେଚ୍ଛାସେବୀ, ଯେଉଁମାନେ ନିଜ ଇଚ୍ଛା ଅନୁଯାୟୀ ଆମର ଭାଗ୍ୟ ବାଛନ୍ତି ଏବଂ ସେବା କରିବାର ସୁଯୋଗ ମିଳିବା ବହୁତ ଭଲ। କିନ୍ତୁ ଏପରି ଏକ ସମୟ ଆସେ ଯେତେବେଳେ ଅନୁଭବ କରିବା ଯେ ଚାଲିଯିବାର ସମୟ ଆସିଛି, ଏକ ନୂତନ ପିଢିର ନେତୃତ୍ୱ ନେବାକୁ ପଡିବ।ମାଇକେଲର କିଛି ସମୟ ପରେ ଲି

ଋଷି ସୁନକଙ୍କୁ ବଡ଼ ଝଟ୍‌କା: ନିର୍ବାଚନ ପୂର୍ବରୁ ପାର୍ଟି ଛାଡ଼ିଲେ ୭୮ ନେତା

ନୂଆଦିଲ୍ଲୀ:ନିର୍ବାଚନ ପୂର୍ବରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାଇଁ ବଢିଲା ଅଡୁଆ। ସାଧାରଣ ନିର୍ବାଚନ ଘୋଷଣା କରିବା ପରେ ହିଁ ସୁନକଙ୍କ ଦଳକୁ ଲାଗିଛି ଝଟ୍‌କା। ୨୨ ଜୁଲାଇରେ ହେବାକୁ ଥିବା ସାଧାରଣ ନିର୍ବାଚନର ତାରିଖ ୪ ତାରିଖରେ ହେବା ନେଇ ସୁନକ ଘୋଷଣା କରିଛନ୍ତି। 

ଗୋଟିଏ ପଟେ ତାଙ୍କ କନଜରଭେଟିଭ୍ ପାର୍ଟି ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛି। କାରଣ ଅନେକ ନେତା ଦଳ ଛାଡିଛନ୍ତି। ଏଭଳି ପରିସ୍ଥିତି ମଧ୍ୟରେ ସୁନକ ସହକର୍ମୀ ଏବଂ ପରିବାର ଲୋକଙ୍କ ସହ ସମୟ ବିତାଉଛନ୍ତି। ସବୁଠୁ ବଡ଼ କଥା ହେଲା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ଦଳର ମୋଟ ୭୮ ସଦସ୍ୟ ସାଧାରଣ ନିର୍ବାଚନରେ ଭାଗ ନେବାକୁ ମନା କରି ଦେଇଛନ୍ତି। 

ନିକଟରେ କ୍ୟାବିନେଟ ମନ୍ତ୍ରୀ ମାଇକେଲ ଗୋଭ ଏବଂ ଆଣ୍ଡ୍ରେୟା ଲିଡସମ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ଲେଖିଛନ୍ତି ଯେ ମୋ ନିକଟତମ ଲୋକମାନେ ମଧ୍ୟ ଜାଣିଛନ୍ତି ଯେ ଅଫିସ୍‌କୁ କେତେ କ୍ଷତି ସହିବାକୁ ପଡିବ, କେହିବି ରାଜନୀତିରେ ନିଯୁକ୍ତି ପାଆନ୍ତି ନାହିଁ। ଆମେ ସ୍ବେଚ୍ଛାସେବୀ, ଯେଉଁମାନେ ନିଜ ଇଚ୍ଛା ଅନୁଯାୟୀ ଆମର ଭାଗ୍ୟ ବାଛନ୍ତି ଏବଂ ସେବା କରିବାର ସୁଯୋଗ ମିଳିବା ବହୁତ ଭଲ। କିନ୍ତୁ ଏପରି ଏକ ସମୟ ଆସେ ଯେତେବେଳେ ଅନୁଭବ କରିବା ଯେ ଚାଲିଯିବାର ସମୟ ଆସିଛି, ଏକ ନୂତନ ପିଢିର ନେତୃତ୍ୱ ନେବାକୁ ପଡିବ।

ମାଇକେଲର କିଛି ସମୟ ପରେ ଲିଡସମ୍ ମଧ୍ୟ ତାଙ୍କ ଚିଠି ଜାରି କରିଥିଲେ। ଲିଡସମ୍ ସୁନକଙ୍କୁ ତାଙ୍କ ଚିଠିରେ ଲେଖିଛନ୍ତି ଯେ ବହୁ ବିଚାର ପରେ ମୁଁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଭାବରେ ଠିଆ ନହେବାକୁ ନିଷ୍ପତ୍ତି ନେଇଛି।